Advertisment

Miss World 2021 ପ୍ରତିଯୋଗିତାରେ ପଶିଲା କରୋନା, ଭାରତୀୟ ସୁନ୍ଦରୀ ମାନସା ପଜିଟିଭ୍‌

ମହାମାରୀ କରୋନା ପାଇଁ ମିସ୍‌ ୱାର୍ଲ୍ଡ ୨୦୨୧(Miss World 2021) ପ୍ରତିଯୋଗିତାକୁ ସ୍ଥଗିତ କରାଯାଇଛି। ଏଥିରେ ଭାଗ ନେଇଥିବା ଏକାଧିକ ପ୍ରତିଯୋଗୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Manasa Varanasi

Manasa Varanasi

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ମିସ୍‌ ୱାର୍ଲ୍ଡ ୨୦୨୧(Miss World 2021) ପ୍ରତିଯୋଗିତାକୁ ସ୍ଥଗିତ କରାଯାଇଛି। Puerto Ricoରେ ଏହି ପ୍ରତିଯୋଗିତାର ଫାଇନାଲ ଅନୁଷ୍ଠିତ ହୋଇଥାନ୍ତା। ହେଲେ ଏଥିରେ ଭାଗ ନେଇଥିବା ଏକାଧିକ ପ୍ରତିଯୋଗୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। 

Advertisment

ପ୍ରତିଯୋଗୀମାନେ Puerto Ricoରେ ଏବେ ଆଇସୋଲେସନ୍‌ରେ ଅଛନ୍ତି। କାର୍ଯ୍ୟକ୍ରମ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଏକାଧିକ ପ୍ରତିଯୋଗୀ ପଜିଟିଭ୍‌ ଚିହ୍ନଟ ନେଇ ରିପୋର୍ଟ ଆସିଥିଲା। ଏହାପରେ କାର୍ଯ୍ୟମକ୍ରମକୁ ସ୍ଥଗିତ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି। 

Advertisment

ସୂଚନା ଅନୁସାରେ, ପ୍ରତିଯୋଗୀ ଓ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ୍‌ ୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୦୨୦ ମିସ୍ ଇଣ୍ଡିଆ ମାନସା ବାରଣାସୀ ଅଛନ୍ତି। ଅନ୍ତର୍ଜାତୀୟ ବିୟୁଟି pageantରେ ଭାରତ ପାଇଁ ମାନସା ପ୍ରତିନିଧିତ୍ୱ କରିବେ। ଆସନ୍ତା ୯୦ ଦିନ ମଧ୍ୟରେ ଫାଇନାଲ ପାଇଁ ତାରିଖ ଘୋଷଣା କରାଯିବ ବୋଲି ସୂଚନା ମିଳିଛି। 

ନିକଟରେ ଭାରତର ହରନାଜ କୌର ସାନ୍ଧୁ ମିସ୍ ୟୁନିଭର୍ସ-୨୦୨୧ ଟାଇଟଲ୍‌ ଜିତିଥିଲେ। ୮୦ ସୁନ୍ଦରୀଙ୍କୁ ପଛରେ ପକାଇ ହରନାଜ ଏହି ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି। ସବୁଠାରୁ ବଡ଼ କଥା, ୨୧ ବର୍ଷ ପରେ ଭାରତକୁ ମିସ୍ ୟୁନିଭର୍ସ ଟାଇଟଲ୍‌ ମିଳିଛି। ଗତ ୨୦୦୦ ମସିହାରେ ଲାରା ଦତ୍ତା ମିସ୍ ୟୁନିଭର୍ସ ହୋଇଥିଲେ। 


 
 
 
 
 
 
 
 
 
 
 
 
 
 

A post shared by manasa varanasi (@manasa5varanasi)

COVID19 Manasa Varanasi Miss World 2021
Advertisment
Advertisment