• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ବିଶ୍ୱରେ ଏବେ ହ୍ୱାଟ୍‌ସଆପ୍‌ ବହୁଳ ମାତ୍ରାରେ ବ୍ୟବହାର ହେଉଛି । ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ଗୁଡ଼ିକ ମଧ୍ୟରେ ହ୍ୱାଟ୍ସଆପ୍‌ ବିଶ୍ୱରେ ସବୁଠାରୁ ଅଧିକ ଲୋକପ୍ରିୟ । ଏଥିରେ ଅନେକ ଫିଚର ରହିଛି । ଯାହାକୁ ବ୍ୟବହାରକାରୀ ଅତ୍ୟନ୍ତ ସଜହରେ ବ୍ୟବହାର କରିପାରୁଛି । ତେବେ ଏଥିରେ ଖୁବ୍‌ଶୀଘ୍ର ଆଉ ଏକ ନୂଆ ଫିଚର ଯୋଡ଼ି ହେବାକୁ ଯାଉଛି । ମିଡିଆ ରିପୋର୍ଟ ଅନୁଯାୟୀ, କମ୍ପାନୀ ଏମିତି ଏକ ଅପଡେଟ୍ ଉପରେ କାମ କରୁଛି, ଯେଉଁଥିରେ ଗ୍ରୁପ୍ ଆଡମିନ ଗ୍ରୁପ୍‌ର କୌଣସି ମେସେଜ୍‌କୁ ବି ଡିଲିଟ୍‌ କରିପାରିବ । ଏହି ଫିଚର ଆସିବା ପରେ, ଗ୍ରୁପ୍ ଆଡମିନ ଯେଉଁ ମେସେଜ୍‌କୁ ଚାହିଁବ ସେହି ମେସେଜ୍‌କୁ ରଖିବ ନଚେତ୍‌ ଡିଲିଟ୍‌ କରିପାରିବ । ଏହି ଫିଚରକୁ ନେଇ ଏବେଠୁ ପରୀକ୍ଷା ଆରମ୍ଭ ହୋଇସାରିଲାଣି । ଖୁବ୍‌ଶୀଘ୍ର ଏହା ସମସ୍ତ ଉପଭୋକ୍ତାଙ୍କ ପାଖରେ ଉପଲବ୍ଧ ହେବ ।

ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ ପକ୍ଷରୁ ଏହି ଫିଚର ପାଇଁ ବିଟା ଭର୍ସନ୍ ୨.୨୨.୧.୧ ଅପଡେଟ୍ ଜାରି କରିଛି । ଯାହାଦ୍ୱାରା ଗ୍ରୁପ୍ ଆଡମିନ ଥିବା ବ୍ୟକ୍ତିକୁ ଗ୍ରୁପ୍‌ର ଅନ୍ୟ ସଦସ୍ୟଙ୍କ ଦ୍ୱାରା କରାଯାଇଥିବା ମେସେଜ୍‌କୁ ଡିଲିଟ୍ କରିପାରିବାର ଅନୁମତି ମିଳିଥାଏ । ଗ୍ରୁପ୍‌ର ସବୁ ଆଡମିନଙ୍କ ପାଖର ଏହି ସୁବିଧା ରହିବ ।

ମେସେଜ୍ ଡିଲିଟ୍ ପରେ, ସ୍କ୍ରିନରେ ନୋଟିଫିକେସନ୍‌

ଯେତେବେଳେ ଗ୍ରୁପ୍ ଆଡମିନ କୌଣସି ମେସେଜ୍ ଡିଲିଟ୍ କରିବ, ସେତେବେଳେ ହ୍ୱାଟସ୍‌ଆପ୍ ଗ୍ରୁପ୍ ସ୍କ୍ରିନରେ ଏକ ଇଣ୍ଡିକେଟର ରହିବ । ଯେଉଁଥିରେ ଲେଖାଥିବ ଏହାକୁ ଜଣେ ଆଡମିନ ଡିଲିଟ୍‌ କରିଛନ୍ତି । ଏହାଦ୍ୱାରା ଗ୍ରୁପ୍‌ର ଅନ୍ୟ ସଦସ୍ୟମାନେ ଜାଣିପାରିବେ ଯେ, କିଏ ଏହି ମେସେଜ୍‌ ଡିଲିଟ୍‌ କରିଛି ।

ଅନ୍ୟପଟେ କମ୍ପାନୀ ପକ୍ଷରୁ ଏହି ମେସେଜ୍‌ ଡିଲିଟ୍‌ ପ୍ରୋସେସ୍‌କୁ ମଧ୍ୟ ଅପ୍‌ଡେଟ୍‌ କରାଯାଉଛି । ଏହି ଫିଚର ଆସିବା ପରେ ଗ୍ରୁପ୍‌ ଆଡ୍‌ମିନ ପାଖରେ ଅଧିକ କ୍ଷମତା ରହିବ । କ୍ଷମତାଶାଳୀ ଗ୍ରୁପ୍‌ ଆଡ୍‌ମିନ୍‌ ଚାହିଁଲେ ଅଶ୍ଲିଳ କିମ୍ବା ଆପତ୍ତିଜନକ ମେସେଜ୍‌ ସହଜରେ ଡିଲିଟ୍‌ କରିପାରିବେ ।