Advertisment

ଭିକ୍ଟ୍ରିନାଙ୍କ ଗ୍ରାଣ୍ଡ ରିସେପସନ୍‌, କୋଭିଡ ନେଗେଟିଭ୍ ରିପୋର୍ଟ ବିନା ଏଣ୍ଟ୍ରୀ ନାହିଁ

ନିକଟରେ ହାତକୁ ଦିହାତ ହୋଇଛନ୍ତି ବଲିଉଡ଼ର ଷ୍ଟାର କପଲ୍ ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ । ରାଜସ୍ଥାନରେ ବିବାହ କରି ସାରିବା ପରେ ମୁମ୍ବାଇ ଫେରି ଆସିଛନ୍ତି ନବ ଦମ୍ପତ୍ତି ଭିକି-କ୍ୟାଟ୍ରିନା । ବର୍ତ୍ତମାନ ଦୁହେଁ ମୁମ୍ବାଇରେ ଖୁବ୍‌ ଶୀଘ୍ର ବଲିଉଡ ସେଲିବ୍ରିଟିଙ୍କୁ ଏକ ଗ୍ରାଣ୍ଡ ରିସେପସନ ପାର୍ଟିରେ ଆୟୋଜିତ କରିବାକୁ ଯାଉଛନ୍ତି ଭିକି-କ୍ୟାଟ୍ରିନା । କିନ୍ତୁ ଏହି ପାର୍ଟିରେ ସାମିଲ ହେବାକୁ ଥିବା ଅତିଥିଙ୍କୁ ଆରଟିପିସିଆର ପରୀକ୍ଷା କରିବାକୁ ପଡ଼ିବ । ଏଥିସହ କୋଭିଡ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିବାକୁ ପଡ଼ିବ ।

author-image
Pallipuspa Samal
ଅଦ୍ୟତନ ହୋଇଛି
vicky and katrina

vicky and katrina

ମିଡିଆ ରିପୋର୍ଟ ଅନୁଯାୟୀ ଶୁଣିବାକୁ ମିଳୁଛି କି ୨୦ ତାରିଖରେ ଏହି ଗ୍ରାଣ୍ଡ ରିସେପ୍‌ସନ ପାର୍ଟି ଦେବାକୁ ଯାଉଛନ୍ତି ଭକ୍ଟ୍ରିନା । ଏହା ସହ ସମସ୍ତ ମେନ୍ୟୁ, ଭେନ୍ୟୁ ବି ଫାଇନାଲ ହୋଇ ସାରିଛି । ଗେଷ୍ଟ ଲିଷ୍ଟ ବି ଫାଇନାଲ୍‌ ସରିଛି। ଅତିଥିଙ୍କୁ ନିମନ୍ତ୍ରିତ କରି ସାରିଛନ୍ତି । ହେଲେ ବର୍ତ୍ତମାନ ମୁମ୍ବାଇରେ ଏବେ କରୋନା ପୁଣି ଥରେ ବଢିଛି ଏଥିପାଇଁ ସମସ୍ତଙ୍କୁ ଘାରିଛି କରୋନାର ଭୟ । ତଥାପି କରୋନା ପ୍ରୋଟୋକଲ ମାନି ଏହି ପାର୍ଟି ନିମନ୍ତେ ନବଦମ୍ପତ୍ତି ପ୍ରସ୍ତୁତ ହେଉଥିବା ଜଣାଯାଇଛି।

Advertisment

ସୂଚନା ଅନୁଯାୟୀ, ଭିକି କ୍ୟାଟ୍ରିନାଙ୍କ ବିବାହ ଡିସେମ୍ବର ୯ ତାରିଖରେ ରାଜସ୍ଥାନର ସୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟରେ ସମ୍ପନ୍ନ ହୋଇଥିଲା। ଏହି ବିବାହ ଉତ୍ସବରେ ଉଭୟଙ୍କ ପରିବାର ସଦସ୍ୟଙ୍କ ସମେତ ବଲିଉଡର ବହୁ ଘନିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ। ସେଠାରେ କେବଳ କବିର ଖାନ, ମିନି ମାଥୁର, ନେହା ଧୁପିଆ ଓ ଅଙ୍ଗଦ ବେଦୀଙ୍କୁ ସ୍ପଟ କରା ଯାଇଥିଲା।

ଆସନ୍ତା ୨୦ ତାରିଖରେ ତାରକା ହୋଟେଲ ଜେଡବ୍ଲ୍ୟୁ ମେରିୟଟରେ ଉଭୟଙ୍କ ରିସେପସନ ଆୟୋଜିତ ହେବ । ନିଜ ରିସେପସନରେ କ୍ୟାଟ୍ରିନା ଡିଜାଇନର ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ ହୋଇଥିବା ଆଉଟଫିଟରେ ନଜର ଆସିବେ। ଏପର୍ଯ୍ୟନ୍ତ ବିବାହର ସବୁ ସେରିମନିରେ ସେ ସବ୍ୟସାଚଚୀଙ୍କ ଆଉଟଫିଟରେ ନଜର ଆସିଛନ୍ତି।

Advertisment
Vicky and KatrinaVicky and Katrina

ରିପୋର୍ଟ ଅନୁଯାୟୀ, ବଲିଉଡର ବଡ଼ ବଡ଼ ସେଲିବ୍ରିଟି ଏହି ରିସେପସନରେ ଯୋଗ ଦେବେ। ଏଥିନିମନ୍ତେ ସଲମାନ, ଅମୀର, ଶାହରୁଖ, ରଣବୀର କପୁର, ଅମିତାଭ ବଚ୍ଚନଙ୍କୁ ନିମନ୍ତ୍ରଣପତ୍ର ପଠା ଯାଇସରିଛି। ପ୍ରତି ବଦଳରେ ଦୁହିଁଙ୍କୁ ଗିଫ୍ଟ ମଧ୍ୟ ମିଳିଛି । କିନ୍ତୁ ଭିକି କ୍ୟାଟ୍ରିନାଙ୍କ ବିବାହରେ ଯୋଗ ଦେବାକୁ ମଧ୍ୟ ଏକ ସର୍ତ୍ତ ରହିଛି । ଏହି ପାର୍ଟିରେ ସାମିଲ ହେବାକୁ ଥିବା ଅତିଥିଙ୍କୁ ଆରଟିପିସିଆର ପରୀକ୍ଷା କରିବାକୁ ପଡ଼ିବ । ଏଥିସହ କୋଭିଡ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିବାକୁ ପଡ଼ିବ ।

ଡିସେମ୍ବର ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବା ପରେ ୧୦ ତାରିଖରେ କ୍ୟାଟ୍ରିନା ଏବଂ ଭକିଙ୍କ ପରିବାର ସଦସ୍ୟ ଏବଂ ଅତିଥିମାନେ ମୁମ୍ବାଇ ଫେରିଥିଲେ। ଭିକି ଏବଂ କ୍ୟାଟ୍ରିନା ହନିମୁନ୍‌ ପାଇଁ ମାଲଦ୍ୱୀପ ଯାଇଥିବା ନେଇ ଚର୍ଚ୍ଚା ହେଉଥିଲା। ଏହାପରେ ସେମାନେ ହାତରେ ହାତ ଛନ୍ଦି ମୁମ୍ବାଇ ଫେରି ଆସିଥିଲେ। ମୁମ୍ବାଇ ବିମାନବନ୍ଦରରେ ସେମାନଙ୍କୁ ସ୍ପଟ କରାଯାଇଥିଲା।

Vicky and KatrinaVicky and Katrina
Katrina Kaif & Vicky Kaushal
Advertisment
Advertisment