Advertisment

ଡିସେମ୍ବର ୨୫ ନୁହେଁ ଏଠି ଜାନୁଆରୀ ୭ରେ ପାଳନ କରାଯାଏ ଖ୍ରୀଷ୍ଟମାସ, କଣ ରହଛି କାରଣ ?

ଖ୍ରୀଷ୍ଟମାସ ପର୍ବ ପ୍ରତିବର୍ଷ ୨୫ ଡିସେମ୍ବରରେ ଦେଶ ତଥା ବିଶ୍ୱରେ ପାଳନ କରାଯାଏ । ଏହି ପର୍ବ ମୁଖ୍ୟତ ଖ୍ରୀଷ୍ଟିଆନ ଧର୍ମର ଅଟେ, କିନ୍ତୁ ପ୍ରାୟ ସମସ୍ତ ଧର୍ମର ଲୋକ ଏହି ପର୍ବ ପାଳନ କରନ୍ତି । ଏହି ପର୍ବ ଖ୍ରୀଷ୍ଟିୟାନ ମାନଙ୍କ ପାଇଁ ବହୁତ ମହତ୍ୱ ରଖିଥାଏ । ପ୍ରତିବର୍ଷ ଖ୍ରୀଷ୍ଟମାସ ୨୫ ଡିସେମ୍ବରରେ ପାଳନ କରାଯାଏ କିନ୍ତୁ କଣ ଆପଣ ଜାଣନ୍ତି ଦୁନିଆରେ ଏମିତି ଅନେକ ସ୍ଥାନ ବା ଦେଶ ରହିଛି ଯେଉଁଠି ଖ୍ରୀଷ୍ଟମାସ ୨୫ ଡିସେମ୍ବର ନୁହେଁ ବରଂ ଜାନୁୟାରୀ ୭ରେ ପାଳନ କରାଯାଏ । ହେଲେ କାହିଁକି, କଣ ରହିଛି ଏହା ପଛର କାରଣ ?

author-image
Pallipuspa Samal
ଅଦ୍ୟତନ ହୋଇଛି
Merry Christmas

Merry Christmas

ଜାନୁଆରୀ ୭ରେ କାହିଁକି ପାଳନ କରାଯାଏ ଖ୍ରୀଷ୍ଟମାସ:

ପ୍ରାୟତଃ ସମସ୍ତେ ଡିସେମ୍ବର ୨୫ରେ ଖ୍ରୀଷ୍ଟମାସ ପର୍ବ ପାଳନ କରିଥାନ୍ତି । କିନ୍ତୁ ବିଶ୍ୱରେ ଏପରି ଦେଶ ରହିଛି ଯେଉଁଠି ଡିସେମ୍ବର ୨୫ ନୁହେଁ ଜାନୁଆରୀ ୭ରେ ଖ୍ରୀଷ୍ଟମାସ ସେଲିବ୍ରେସନ କରାଯାଏ । ବାସ୍ତବରେ ଏହା ଗ୍ରେଗୋରିୟନ କ୍ୟାଲେଣ୍ଡର ଏବଂ ଜୁଲିୟନ କ୍ୟାଲେଣ୍ଡରରେ ଫରକ ଥିବା କାରଣରୁ ଏମିତି ହୋଇଥାଏ । ଏହି କ୍ୟାଲେଣ୍ଡର ଅନୁଯାୟୀ ଖ୍ରୀଷ୍ଟମାସ ୭ ଜାନୁଆରୀରେ ପଡିଥାଏ ଏବଂ ଏହାକୁ 'ଓଲଡ୍‌ ଖ୍ରୀଷ୍ଟମାସ୍‌ ଡେ' କୁହାଯାଏ ।

Advertisment

୧୭୫୨ରେ ଇଂଲଣ୍ଡର ଜୁଲିୟନ କ୍ୟାଲେଣ୍ଡର ଯାଗାଗାରେ ଗ୍ରିଗୋରିୟନ କ୍ୟାଲେଣ୍ଡରକୁ ମାନିବା କରିବା ଆରମ୍ଭ କରିଥିଲେ କିନ୍ତୁ ଅନେକ ଲୋକ ନୂଆ କ୍ୟାଲେଣ୍ଡରକୁ ନ ମାନି ପୁରୁଣା କ୍ୟାଲେଣ୍ଡରକୁ ମାନି ଥିଲେ। ଏହି ନୂତନ କ୍ୟାଲେଣ୍ଡରକୁ ସମଗ୍ର ଖ୍ରୀଷ୍ଟିଆନ ଜଗତ ସ୍ୱାଗତ କରିନଥିଲା, କିଛି ଲୋକ ସିଭିଲ୍ କ୍ୟାଲେଣ୍ଡର ବ୍ୟବହାର କରିବାକୁ ପସନ୍ଦ କରିଥିଲେ । ତେବେ ଏହି ଦୁଇ କ୍ୟାଲେଣ୍ଡର ମଧ୍ୟରେ ମାତ୍ର ୧୩ ଦିନର ବ୍ୟବଧାନ ରହିଛି।

୧୯୧୭ ମସିହାରେ, ଋଷିଆନ ଭୋଲେସଭିକ୍ସ ଭିକ୍ମାନେ ଗ୍ରେଗୋରୀ କ୍ୟାଲେଣ୍ଡର ବ୍ୟବହାର କରିବା ଆରମ୍ଭ କଲେ ଏବଂ କିଛି ଦିନ ପରେ, ୧୯୧୯ ମସିହାରେ ରୋମାନୀୟମାନେ ଏହି କ୍ୟାଲେଣ୍ଡରକୁ ଗ୍ରହଣ କରିଥିଲେ । ଏହି କ୍ୟାଲେଣ୍ଡରକୁ ଗ୍ରହଣ କରିଥିବା ଶେଷ ଖ୍ରୀଷ୍ଟିଆନ ଦେଶ ଗ୍ରୀସ୍ ଥିଲା, ଯାହାକି ଏହା ୧୯୨୩ରେ ଏହି କ୍ୟାଲେଣ୍ଡରକୁ ମାନିବା ଆରମ୍ଭ ହୋଇଥିଲା । ଏହି ଦୁଇ କ୍ୟାଲେଣ୍ଡରକୁ ମାନୁଥିବା ଲୋକମାନେ ଅଲଗା ଅଲଗା ଦିନରେ ଖ୍ରୀଷ୍ଟମାସ ସେଲିବ୍ରେଟ୍‌ କରିଥାନ୍ତି ।

Advertisment

କେଉଁ ଦେଶରେ ଏମିତି ସ୍ୱତନ୍ତ୍ର ଭାବରେ ପାଳନ କରାଯାଏ ଖ୍ରୀଷ୍ଟମାସ:

ଗ୍ରୀସ୍‌, ରୋମାନିୟା ୧୯୨୩ ମସିହାରୁ ୨୫ ଡିସେମ୍ବରରେ ଖ୍ରୀଷ୍ଟମାସ ପର୍ବ ପାଳନ କରାଯାଏ । ସେହିପରି ରୁସ୍‌, ୟୁକ୍ରେନ୍‌, ଇସ୍ରାଏଲ, ଇଜିପ୍ଟ ଏବଂ ବୁଲଗାରିୟା ଆଦି ଦେଶରେ ଖ୍ରୀଷ୍ଟମାସ ଜାନୁୟାରୀରେ ପାଳନ କରାଯାଏ । ଏହା ସହିତ ସର୍ବିୟା, ବେଲାରୁସ୍‌, ମୋଣ୍ଟେନେଗ୍ରୋ, ମ୍ୟାକେଡୋନିଆ, ଇଥିୟୋପିଆ, ଜିୟୋଜିଆର୍ ଆଦି ଦେଶରେ ୭ ଜାନୁୟାରୀରେ ଖ୍ରୀଷ୍ଟମାସ ପର୍ବ ପାଳନ କରାଯାଏ ।

merry christmasmerry christmas

ଖ୍ରୀଷ୍ଟମାସର ପର୍ବକୁ ଦୁନିଆ ସାରା ଲୋକ ବହୁତ ଆନନ୍ଦ ଉଲ୍ଲାସରେ ସେଲିବ୍ରେଟ୍‌ କରନ୍ତି। ଖ୍ରୀଷ୍ଟିଆନ ଧର୍ମର ଲୋକମାନେ ଚର୍ଚ୍ଚକୁ ଯାଇ ଦୀପ ଜାଳିବା, ଘରେ ପ୍ରାର୍ଥନା ସଭା କରିବା, କେକ୍ କାଟିବା, ଖ୍ରୀଷ୍ଟମାସ ଗଛକୁ ସଜାଇବା, ସମସ୍ତ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ଏବଂ ପାର୍ଟି କରି ଏହି ପର୍ବ ପାଳନ କରନ୍ତି ।

Merry Christmas 2021
Advertisment
Advertisment