ଟ୍ରେନ୍ରୁ ଉକ୍ତ ଯୁବକ ଯାତ୍ରୀଙ୍କ ଠାରୁ ମୋବାଇଲ୍ ଚୋରି କରିବାକୁ ଚେଷ୍ଟା କରୁଥିଲେ। ଜଣେ ମହିଳା ଯାତ୍ରୀଙ୍କ ପାଖରୁ ଯୁବକ ଜଣକ ମୋବାଇଲ୍ ଝାମ୍ପି ନେଇ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ହେଲେ ଏହି ସମୟରେ ଅନ୍ୟ ଯାତ୍ରୀ ତାଙ୍କ ହାତକୁ ଧରି ଦେଇଥିଲେ।
ଜୁଲାଇରେ ନାମିବିୟା ସହିତ ହୋଇଥିବା ଚୁକ୍ତି ଅନୁସାରେ ପ୍ରଥମ ବ୍ୟାଚ୍ରେ ୮ଟି ଚିତା ଭାରତ ଆସିବାକୁ ଥିବା ବେଳେ, ଚଳିତବର୍ଷ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ଆସିବ । ୫ ବର୍ଷ ଭିତରେ ୫୦ଟି ଚିତା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ଭାରତ ସରକାର ।
ମୁଖ୍ୟ ରାସ୍ତାରେ ଯିବେନି ପଥଚାରୀ । ସାଇକେଲ ଚାଳକ ବି ସ୍ୱତନ୍ତ୍ର ଟ୍ରାକ୍ରେ ଯିବେ ।
ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଭରସିଟି ରଖିଲା ସର୍ତ୍ତ, ୟୁକ୍ରେନ୍ ଯିବାକୁ ମେଡିକାଲ ପିଲାଙ୍କୁ ବାଧ୍ୟ କରୁଛନ୍ତି ସ୍ଥାନୀୟ ୟୁନିଭର୍ସିଟି ।
ଚିତାକୁ ଭାରତ ଆଣିବାକୁ ନାମିବ୍ୟାରେ ପହଞ୍ଚି ସାରିଛି ଏହି ସ୍ୱତନ୍ତ୍ର ବିମାନ ।
ୟୁଜରଙ୍କୁ ସହଜ ଏବଂ ସରଳ ଉପାୟରେ ସେବା ଯୋଗାଇବା ପାଇଁ ସଂସ୍ଥା ଅନେକ ଫିଚର ଦେଇଛି । ୟୁଜର ଫ୍ରେଣ୍ଡଲି ଫିଚର ଉପଲବ୍ଧ କରାଇବାରେ ହ୍ୱାଟ୍ସଆପ୍ ସବୁଠୁ ଆଗରେ।
୨୦୨୪ ନିର୍ବାଚନରେ ବିଜେପି ହଟିବ । କେନ୍ଦ୍ରରେ ବିରୋଧୀ କ୍ଷମତାକୁ ଆସିବ। ଏ ନେଇ ଅଣ୍ଟା ଭିଡିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ (JDU) ମୁଖ୍ୟ ନୀତିଶ କୁମାର। ସେଥିପାଇଁ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଛନ୍ତି ନୀତିଶ କୁମାର ।
ଅନ୍ତିମ ଯାତ୍ରାରେ ବାହାରିଥିବା ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ କଫିନ ଶେଷରେ ବୁଧବାର ପହଞ୍ଚିଥିଲା ଲଣ୍ଡନର ବକିଂ ହୋମ ପ୍ୟାଲେସ୍ରେ । ସେଠାରୁ ୱେଷ୍ଟମିଷ୍ଟର ହଲ୍କୁ ନିଆଯାଇଥିଲା ମହାରାଣୀଙ୍କ କଫିନକୁ। ଏହି ସମୟରେ ଘଟିଥିଲା ଏକ ଅଜବ ଘଟଣା ଯାହା କିଛି ସମୟ ପାଇଁ ଉପସ୍ଥିତ ଲୋକଙ୍କୁ ବ୍ୟତିବ୍ୟସ୍ତ କରି ଦେଇଥିଲା । ଏପରିକି ବିବିସିକୁ ଲାଇଭ ଟେଲିକାଷ୍ଟ ବନ୍ଦ କରିବାକୁ ପଡ଼ିଥିଲା।
ସେ ଥିଲେ ଜଣେ ସିରିଏଲ କିଲର। ବୟସ ମାତ୍ର ୧୮ ହେଲେ ଅଜବ ଥିଲା ତାଙ୍କ କାରନାମା। ବିନା କାରଣରେ ଚାରି ଚାରି ଜଣ ସିକ୍ୟୁରିଟି ଗାର୍ଡଙ୍କୁ ସେ ହତ୍ୟା କରିଥିଲେ। ସେ ଯେତେବେଳେ ଜେଲକୁ ଆସିଲେ ତାଙ୍କୁ ଦେଖି କଏଦୀ ବି ଡରିଲେ । ତାଙ୍କ ସହ ରହିବାକୁ କେହି ସୁରକ୍ଷିତ ମନେ କଲେନି। ତେଣୁ...
ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଦୀର୍ଘ ଦିନ ଧରି ଯୁଦ୍ଧ ଚାଲିଛି । ଏହାରି ଭିତରେ ବାରମ୍ବାର ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ।
ଦିଲ୍ଲୀ ଟ୍ରାଫିକ ପୋଲିସ ପକ୍ଷରୁ କାର୍ର ପଛ ସିଟରେ ସିଟ୍ ବେଲ୍ଟ ପିନ୍ଧିବାର ନିୟମକୁ ବାଧ୍ୟତାମୂଳକ କରାଯାଇଛି ।
୫ଟି ଭାଷାର ୨୬୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ସାଉଥ୍ ଲେଡି ସୁପରଷ୍ଟାର ରାମୟା କ୍ରିଷ୍ଣନଙ୍କର ଆଜି ଜନ୍ମଦିନ। ୫୨ ବର୍ଷରେ ପାଦ ଦେଇଛନ୍ତି ରାମୟା। ତେଲ୍ଗୁ, କନ୍ନଡ, ମାଲାୟଲମ ଏବଂ ହୀନ୍ଦି ଫିଲ୍ମରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଖାଲି ଦର୍ଶକ ନୁହେଁ, ପ୍ରସିଦ୍ଧ ତେଲ୍ଗୁ ଆକ୍ଟର ରଜନୀକାନ୍ତ ମଧ୍ୟ ରାମୟା କ୍ରିଷ୍ଣନଙ୍କ ଭୁରିଭୁରି ପ୍ରଶଂସା କରିଛନ୍ତି।
ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ଠକେଇ ମାମଲାରେ ସିବିଆଇର ଆବେଦନ ଉପରେ ଯଥାଶୀଘ୍ର ନିଷ୍ପତ୍ତି ନେବାକୁ ଓଡିଶା ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବିଷ୍ଣୋୟୀ ଗ୍ୟାଙ୍ଗର ପ୍ଲାନ୍ ବି’ର ଖୁଲାସା, ଫାର୍ମହାଉସରେ ମର୍ଡର ପାଇଁ ହୋଇଥିଲା ପ୍ଲାନିଂ ।
ବିପର୍ଯ୍ୟସ୍ତ ହୋଇପଡ଼ିଥିବା ରାସ୍ତାର ମରାମତି କରିବାକୁ ଦାବି କରି ବ୍ୟକ୍ତି ଜଣଙ୍କ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ପ୍ରତିବାଦ କରିଥିବା ସମ୍ପୃକ୍ତ ବ୍ୟକ୍ତି ହେଉଛନ୍ତି ସମାଜସେବୀ ନିତ୍ୟାନନ୍ଦ ଓଲାକାଡ଼ୁ।
ପଦୋନ୍ନତି ହେବାର କିଛିଦିନ ପରେ ଜଣେ ପୋଲିସ୍ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ମିଳିଛି। ବୁଧବାର ସନ୍ଧ୍ୟାରେ ସେ ଦାୟିତ୍ୱ ଗ୍ରହଣ କରିବାର ଥିଲା, ହେଲେ ତା’ପୂର୍ବରୁ ତାଙ୍କ ମୃତଦେହ ମିଳିଛି।
ଲଶ୍କର-ଇ-ତୋଇବା ସହ ଜଡିତ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ଆତଙ୍ଗୀ ସଂଗଠନ ପକ୍ଷରୁ ଗୁଲାମନବୀଙ୍କୁ ଧମକ
‘ମୋ ସ୍ୱାମୀ ପ୍ରେମିକା ସହ କୁଆଡେ ଫେରାର ହୋଇ ଯାଇଛନ୍ତି। ତାଙ୍କୁ କେହି ହେଲେ ଖୋଜି ଆଣ। ଯିଏ ତାଙ୍କ ବିଷୟରେ ସୂଚନା ଦେବ ତାକୁ ପୁରସ୍କାର ମିଳିବ।’ ନିଖୋଜ ସ୍ୱାମୀଙ୍କୁ ଖୋଜି ଆଣିବା ପାଇଁ ସୋଶିଆଲ ମିଡିଆରେ ଏମିତି ପୋଷ୍ଟ କରିଛନ୍ତି ଜଣେ ପତ୍ନୀ। ଏମିତି ପୋଷ୍ଟ ପଛରେ ସ୍ୱାମୀଙ୍କ ପ୍ରତି ପ୍ରଚୁର ଭଲ ପାଇବା ଅଛି କି ଅଛି ପ୍ରତିଶୋଧ ତାହା ପରବର୍ତ୍ତୀ କଥା। କିନ୍ତୁ ପୋଷ୍ଟଟି ସୋଶିଆଲ ମିଡିଆରେ ବେଶ ଭାଇରାଲ ହୋଇଛି।
ରେଜିଷ୍ଟ୍ରେସନ ଫି’ ଓ ଆଡ୍ଭାନ୍ସ ହୋଟେଲ ଚାର୍ଜ ନାଁରେ ଯୁବକଙ୍କ ଠାରୁ ଠକେଇ କରୁଥିବା ଏହି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ବିହାର ପାଟନାର ପତ୍ରକାରନଗର ପୋଲିସ୍।
ପୋଲିସ୍ର ଦାବି ଅନୁସାରେ, ପୂର୍ବରୁ ଅଭିଯୁକ୍ତଙ୍କୁ ଜାଣିଥିଲେ ମୃତ ଦୁଇ ଭଉଣୀ ।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଆଜି ସୁନା-ରୂପା ଦରରେ ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୧,୫୦୦ ରହିଛି।
ଖାଦ୍ୟର ବାସ୍ନା ହାତୀକୁ ଘର ଭିତରକୁ ଟାଣି ଆଣିଲା। ଘର ଭିତରେ ପଶି ସ୍ୱାଦିଷ୍ଟ ଖାଦ୍ୟ ଖାଇବା ପରେ ବାହାରକୁ ଆସିଲା ହାତୀ। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଥିଲା ଏକ ଛୋଟ ଦ୍ୱାର ଦେଇ ଏତେ ବଡ ହାତୀ କିପରି ବାହାରକୁ ଆସିଲା।
ଇଜିଅମ୍ ବୁଲି ଫେରିବା ବେଳେ କାରକେଡକୁ ଧକ୍କା ଦେଲା କାର୍, ଦୁର୍ଘଟଣା ପରେ ସେ ସୁରକ୍ଷିତ ଥିବା ସୂଚନା
ଭାରତରେ ଅନେକ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ତଥା କୁଖାତ ଆତଙ୍କବାଦୀ ମାସୁଦ ସମ୍ପର୍କରେ ପାକିସ୍ତାନ କ୍ରମାଗତ ଭାବରେ ମିଛ କହୁଛି । ତାଲିବାନ ପାକିସ୍ତାନର ପୋଲ୍ ଖୋଲି ଦେଇଛି ।