Advertisment

ସ୍ୱପ୍ନରେ ବାରମ୍ବାର ସାପ ଦେଖିବା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥାଏ, ଜାଣନ୍ତୁ କ’ଣ...

ସ୍ୱପ୍ନରେ ସାପ ଦେଖିଲେ କି ସଙ୍କେତ ମିଳିଥାଏ ? ଶୁଭ ନା ଅଶୁଭ ? କି ପ୍ରକାର ସାପଙ୍କୁ ଦେଖିଲେ କି ଫଳ ମିଳିଥାଏ ?

author-image
Minati Mishra
ଅଦ୍ୟତନ ହୋଇଛି
Snake in Dream Meaning Hindu Astrology

Snake in Dream

ଆଖି ବନ୍ଦ କଲେ ଆସିଯାଏ ସ୍ୱପ୍ନ। ଆରମ୍ଭ କରିଦିଏ ରାଜୁତି। କେତେବେଳେ ଆପଣାର ମଣିଷ ସହ ଭେଟ କରାଇଦିଏ ତ କେତେବେଳେ ହଜି ଯାଇଥିବା ମଣିଷ ପାଖରେ ପହଞ୍ଚାଇ ଦିଏ। କେବେକେବେ ନନ୍ଦନବନର ମହକରେ ଭିଜାଇ ଦିଏ ତ କେତେବେଳେ ମୃତ୍ୟୁର କରାଳ ଚିତ୍ର ଦେଖାଇ ଚେତା ହଜାଇ ଦିଏ। ନିଦ ଭାଙ୍ଗିଲେ ସ୍ୱପ୍ନକୁ ନେଇ କେତେବେଳେ ମନ ରୋମାଞ୍ଚିତ ହୋଇଯାଏ ତ କେବେକେବେ ଛାତି ଥରିଯାଏ।

Advertisment

ଏଇ ସ୍ୱପ୍ନକୁ ନେଇ ଅନେକ କିଛି ଶୁଣିବାକୁ ମିଳିଥାଏ। ହେଲେ କ’ଣ ରହିଛି ଏହି ସ୍ୱପ୍ନ ପଛର କାହାଣୀ। ଲୋକଙ୍କର ବିଶ୍ୱାସ, ସ୍ୱପ୍ନରେ ଭବିଷ୍ୟତର  ସଙ୍କେତ ଲୁଚି ରହିଛି । ତେଣୁ ଏହାକୁ ନେଇ ଅନେକ ଗବେଷଣା ହୋଇଛି। ଅନେକ କାହାଣୀ ବି ଶୁଣିବାକୁ ମିଳିଛି। କେଉଁ ସ୍ୱପ୍ନ ଦେଖିଲେ କ’ଣ ହୁଏ, କେଉଁ ସମୟରେ ଦେଖିଲେ କି ଫଳ ମିଳେ, କେଉଁ ଦୃଶ୍ୟ କି ସଙ୍କେତ ଦିଏ..ଏସବୁକୁ ନେଇ ଅନେକ ଅଧ୍ୟୟନ କରାଯାଇଛି।  

ତେବେ ଆପଣ ସ୍ୱପ୍ନରେ କେବେ ସାପ ଦେଖନ୍ତି କି? କାରଣ ସ୍ୱପ୍ନରେ ସାପ ଦେଖିବା ଗୁରୁତ୍ୱପୂର୍ଣ୍ଣ ବୋଲି କୁହଯାଏ। ସ୍ୱପ୍ନରେ ବାରମ୍ବାର ସାପ ଦେଖିବା ବା ସାପର ଅଜବ ବ୍ୟବହାର ଦେଖିବା ଶୁଭ-ଅଶୁଭ ସଙ୍କେତ ଦେଇଥାଏ। ଆସନ୍ତୁ ଜାଣିବା, ସ୍ୱପ୍ନରେ ଆସୁଥିବା ସାପ କି ସଙ୍କେତ ଦେଇଥାଏ।

Advertisment

ସାପ ଚୋଟ ମାରୁଥିଲେ

ସ୍ୱପ୍ନରେ ଆପଣଙ୍କୁ ସାପ ଚୋଟ ମାରିବା ପ୍ରୟାସ କରୁଛି କିମ୍ବା ମୃତ ସାପକୁ ଯଦି ଦେଖୁଛନ୍ତି ତେବେ ଏହା ଏହା ଶୁଭ ସଙ୍କେତ ଦେଉଛି । ଏହାର ଅର୍ଥ ଆପଣଙ୍କ ଜୀବନର ସବୁ କଷ୍ଟ ଦୂର ହେବାକୁ ଯାଉଛି। ଅନ୍ୟପକ୍ଷେ ଯଦି ଆପଣ ସ୍ୱପ୍ନରେ ସାପର ଦାନ୍ତ ଦେଖନ୍ତି ତେବେ ଆପଣଙ୍କର ଆପଣାର କେହି ମଣିଷ ଧୋକା ଦେଇପାରନ୍ତି। ତେଣୁ ସାବଧାନ ରୁହନ୍ତୁ।

ଏକାଧିକ ସାପ ଲଢୁଥିଲେ

ଯଦି ସ୍ୱପ୍ନରେ ଏକାଧିକ ସାପଙ୍କୁ ପରସ୍ପର ମଧ୍ୟରେ ଲଢୁଥିବା ଦେଖୁଛନ୍ତି ତେବେ ଏହା ଶୁଭ ସଙ୍କେତ ନୁହେଁ। ଆପଣ କୌଣସି ବିବାଦରେ ଫସିବାକୁ ଯାଉଥବାର ସଙ୍କେତ ଦେଇଥାଏ ଏହି ସ୍ୱପ୍ନ। ସେହିପରି ସ୍ୱପ୍ନରେ ବାରମ୍ବାର ସାପ ଦେଖିବା ବି ଭଲ ଲକ୍ଷଣ ନୁହେଁ। ଏହା ଆପଣଙ୍କ କୁଣ୍ଡଳୀରେ କାଳସର୍ପ ଦୋଷ ଥିବାର ସଙ୍କେତ ଦେଇଥାଏ। ତେଣୁ ଏହାର ତୁରନ୍ତ ଉପାୟ କରିବା ଉଚିତ ହେବ।

ସ୍ୱପ୍ନରେ ଧଳା ସାପ ଦେଖୁଥିଲେ

ସାପର ରଙ୍ଗ ବି ଭିନ୍ନ ସଙ୍କେତ ଦେଇଥାଏ। ଯଦି ଧଳା ସାପକୁ ସ୍ୱପ୍ନ ଦେଖୁଥାନ୍ତି ତେବେ ଏହା ବହୁତ ଶୁଭ ବୋଲି କୁହାଯାଇଥାଏ। ଆପଣଙ୍କୁ ଖୁବ ଶୀଘ୍ର ପ୍ରଚୁର ଧନ ମିଳିବା ସମ୍ଭାବନା ଥିବାର ସଙ୍କେତ ଦେଇଥାଏ ଏହି ସ୍ୱପ୍ନ। ସେହିପରି ଉଡନ୍ତା ସାପ ଦେଖିବାର ଅର୍ଥ ହେଉଛି ଆପଣ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି କିମ୍ବା କୌଣସି ଠକାମିର ଶିକାର ହୋଇ ଆର୍ଥିକ କ୍ଷତି ସହି ପାରନ୍ତି।

(Disclaimer: ଏହା କେବଳ ବିଶ୍ୱାସ ଉପରେ ଆଧାରିତ। ସମସ୍ତଙ୍କ କ୍ଷେତ୍ରରେ ଏହା ସତ ହେବ ଏମିତି ମାନେ ନାହିଁ।)

Astrology Dreams
Advertisment
Advertisment