Advertisment

ଦୀପାବଳି ଗିଫ୍ଟ: କର୍ମଚାରୀଙ୍କୁ ମିଳିଲା କାର୍‌, ବାଇକ୍‌

ଚେନ୍ନାଇର ଜଣେ ବ୍ୟବସାୟୀ ତାଙ୍କର ଷ୍ଟାଫଙ୍କୁ ଏମିତି କିଛି ସର୍‌ପ୍ରାଇଜ୍‌ ଗିଫ୍ଟ ଦେଇଛନ୍ତି, ଯାହା ଜାଣିଲା ପରେ ଷ୍ଟାଫ୍‌ଙ୍କ ଆଖିରେ ଖୁସିର ଲୁହ ଦେଖିବାକୁ ମିଳିଛି। ସେ ତାଙ୍କର ଷ୍ଟାଫ୍‌ ଓ ସହଯୋଗୀଙ୍କୁ କାର୍‌ ଓ ବାଇକ୍‌ ଦେଇ ଏବେ ଚର୍ଚ୍ଚାରେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Chennai Diwali Gift 2022

Employees Get Cars, Bikes As Diwali Gift

ଦୀପାବଳି ଅବସରରେ ଅନେକ କମ୍ପାନୀ ନିଜର କର୍ମଚାରୀଙ୍କୁ ବିଭିନ୍ନ ପ୍ରକାରର ଗିଫ୍ଟ ଦେଇଥାନ୍ତି। ଆଉ କିଛି କମ୍ପାନୀ ବୋନସ୍‌ ଦେଇ କର୍ମଚାରୀଙ୍କ ଦୀପାବଳି ସେଲିବ୍ରେସନର ଖୁସିକୁ ଦ୍ୱିଗୁଣିତ କରିବାକୁ ଚେଷ୍ଟା କରିଥାନ୍ତି। ହେଲେ ଚେନ୍ନାଇର ଜଣେ ବ୍ୟବସାୟୀ ତାଙ୍କର ଷ୍ଟାଫଙ୍କୁ ଏମିତି କିଛି ସର୍‌ପ୍ରାଇଜ୍‌ ଗିଫ୍ଟ ଦେଇଛନ୍ତି, ଯାହା ଜାଣିଲା ପରେ ଷ୍ଟାଫ୍‌ଙ୍କ ଆଖିରେ ଖୁସିର ଲୁହ ଦେଖିବାକୁ ମିଳିଛି। ସେ ତାଙ୍କର ଷ୍ଟାଫ୍‌ ଓ ସହଯୋଗୀଙ୍କୁ କାର୍‌ ଓ ବାଇକ୍‌ ଦେଇ ଏବେ ଚର୍ଚ୍ଚାରେ। ଚେନ୍ନାଇର ଏହି ବିଜ୍‌ନେସ୍‌ମ୍ୟାନ୍‌ ଦୀପାବଳି ଗିଫ୍ଟରେ ୧.୨ କୋଟି ଟଙ୍କାର କାର୍‌ ଓ ବାଇକ୍‌ ଦେଇଛନ୍ତି। 

Advertisment

ଚଲାନି ଜୁଏଲାରୀର ମାଲିକ ଜୟନ୍ତୀ ଲାଲ୍‌ ଚୟନ୍ତୀ ତାଙ୍କର ସହଯୋଗୀ ଓ ଷ୍ଟାଫଙ୍କୁ ୮ଟି କାର୍‌ ଓ ୧୮ଟି ବାଇକ୍‌ ଦୀପାବଳି ଗିଫ୍ଟ ଭାବେ ଦେଇଛନ୍ତି। ହଠାତ୍‌ ଜୟନ୍ତୀଙ୍କ ଏଭଳି ଗିଫ୍ଟ ଦେଖି କିଛି ଜଣ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଆଉ କିଛି ଜଣ ଖୁସିରେ କାନ୍ଦି ପକାଇ ଥିଲେ। ନ୍ୟୁଜ୍‌ ଏଜେନ୍ସି ANIକୁ ସୂଚନା ଦେଇ ଜୟନ୍ତୀ କହିଥିଲେ ଯେ, ଷ୍ଟାଫ୍‌ମାନେ ହେଉଛନ୍ତି ତାଙ୍କ ପରିବାରର ସଦସ୍ୟ ଭଳି। ସବୁବେଳେ ସୁଖ, ଦୁଃଖରେ ସେମାନେ ତାଙ୍କ ସାଥୀରେ ଥାନ୍ତି। ତେଣୁ ସେମାନଙ୍କର କାର୍ଯ୍ୟକୁ ଉତ୍ସାହିତ କରିବା ପାଇଁ ଦୀପାବଳିରେ ଏଭଳି ଗିଫ୍ଟ ପ୍ରଦାନ କରାଯାଇଥିବା ଜୟନ୍ତୀ କହିଛନ୍ତି। 

Advertisment

ସେ ଆହୁରି କହିଛନ୍ତି ଯେ, ‘ସେମାନେ କେବଳ ମୋ କର୍ମଚାରୀ ନୁହଁନ୍ତି, ବରଂ ମୋ ପରିବାର। ତେଣୁ, ମୁଁ ସେମାନଙ୍କୁ ଏପରି ସର୍‌ପ୍ରାଇଜ୍‌ ଗିଫ୍ଟ ଦେଇ ଖୁସି କରିବାକୁ ଚାହୁଁଥିଲି। ପ୍ରତ୍ୟେକ ମାଲିକ ଉପହାର ଦେଇ ସେମାନଙ୍କ କର୍ମଚାରୀ ଏବଂ ସହକର୍ମୀଙ୍କୁ ସମ୍ମାନ ଦେବା ଉଚିତ୍।’

ସୂଚନାଥାଉ କି, ଗତବର୍ଷ ଜରାଟ ସୁରତର ଏକ କମ୍ପାନୀ ବୋନସ୍‌ ଆକାରରେ କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍‌ ସ୍କୁଟି ଉପହାର ସ୍ୱରୂପ ଦେଇଥିଲେ। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କମ୍ପାନୀ କର୍ମଚାରୀଙ୍କୁ ଦୀପାବଳି ଅବସରରେ ଏହି ମହଙ୍ଗା ଗିଫ୍ଟ ପ୍ରଦାନ କରିଥିଲେ। କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍‌ ସ୍କୁଟି ପ୍ରଦାନ କରିଥିବା ସୁରତର ଏହି ଜଣାଶୁଣା କମ୍ପାନୀର ନାଁ ‘Alliance Group’। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଓ ଅନ୍ୟ ଘଟଣାକୁ ଦୃଷ୍ଟିରେ ରଖି ନିଜର କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍‌ ସ୍କୁଟି ପ୍ରଦାନ କରିବା ଲାଗି କମ୍ପାନୀ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଥିଲା। ଇଲେକ୍ଟ୍ରିକ୍‌ ସ୍କୁଟି ବ୍ୟବହାର ଦ୍ୱାରା ପରିବେଶକୁ ମଧ୍ୟ ସୁରକ୍ଷିତ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା। 

Diwali 2022
Advertisment
Advertisment