/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666003244.jpg)
Ghaziabad civic body
ପୋଷା କୁକୁର ପାଇଁ ଗଣିବାକୁ ପଡ଼ିବ ଜୋରିମାନା ! କାନପୁର ପରେ ବର୍ତ୍ତମାନ ଗାଜିଆବାଦରେ ପିଟବୁଲ, ରୋଟୱିଲର୍ ଏବଂ ଡୋଗୋ ଆର୍ଜେଟନୋ ଭଳି ବିପଜ୍ଜନକ ପ୍ରଜାତିର କୁକୁର ରଖିବା ଉପରେ ପ୍ରତିବନ୍ଧକ ଲଗାଇଛି ଜିଲ୍ଲା ପ୍ରଶାସନ । ଏହି ପ୍ରଜାତିର କୁକୁର ଗୁଡ଼ିକ ଅଧିକ ଆକ୍ରମଣାତ୍ମକ ହେଉଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ପୂର୍ବରୁ ଏହି କୁକୁର ରଖିଥିବା ଲୋକଙ୍କୁ ଦୁଇ ମାସ ମଧ୍ୟରେ ବାଧ୍ୟତାମୂଳକ ଭାବେ ପଞ୍ଜିକରଣ କରିବାକୁ ପଡ଼ିବ । ଏହି ସମୟ ଅବଧି ମଧ୍ୟରେ ପଞ୍ଜୀକରଣ ନକଲେ ୫୦୦୦ଟଙ୍କା ଜୋରିମାନା ଆଦାୟ କରାଯିବ ।
ପ୍ରଶାସନର ନିର୍ଦ୍ଦେଶ ଅନୁସାରେ, କୁକୁରଙ୍କୁ ଖାଇବାକୁ ଦେବା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ସ୍ଥିର କରାଯିବ । କୌଣସି ବ୍ୟକ୍ତିଙ୍କ ଘର ସାମ୍ନାରେ ଖାଇବାକୁ ଦିଆଯିବ ନାହିଁ । ପୋଷା କୁକୁର କାହା ଘର ସାମ୍ନାରେ ମଇଳା କଲେ, ସଫା କରିବା ଦାୟିତ୍ୱ ମାଲିକଙ୍କ ଉପରେ ରହିବ । ସେହିପରି ବୁଲା କୁକୁରଙ୍କ ଖାଇବା ତଥା ସଫାସୁତୁରା ଦାୟିତ୍ୱ ପଶୁପ୍ରେମୀଙ୍କ ଉପରେ ରହିବ ।
ଏହା ବ୍ୟତୀତ କୁକୁରଙ୍କୁ ଫ୍ଲାଟରୁ ବାହାରକୁ ବୁଲାଇ ଆଣିବାବେଳେ ମୁହଁରେ ମାସ୍କ ଲଗାଇବା ବାଧ୍ୟତାମୂଳକ ହେବ । ୬ ମାସ ବୟସ ପରେ ତାଙ୍କର ବନ୍ଧ୍ୟାକରଣ କରାଯାଇ ମ୍ୟୁନସିପାଲିଟିରେ ଦାଖଲ କରିବାକୁ ପଡ଼ିବ ।
ଅଧିକ ପଢ଼ନ୍ତୁ: ମା’କୁ କାମୁଡ଼ି ମାରିଦେଲା ପୁଅର ପୋଷା କୁକୁର : ଛାତ ଉପରେ ବୁଲାଇବା ସମୟରେ ଆକ୍ରମଣ କଲା ପିଟ୍ବୁଲ୍
ଅକ୍ଟୋବର ୧୨ରେ ଗାଜିଆବାଦରେ ପିଟବୁଲ ଆକ୍ରମଣର ଏକ ମାମଲା ସାମ୍ନାକୁ ଆସିଥିଲା। ଜଣେ ୧୧ ବର୍ଷିୟ ନାବାଳିକାକୁ ଏକ ପିଟବୁଲ ଟାର୍ଗେଟ କରିଥିଲା । ପିଟବୁଲ ଆକ୍ରମଣରେ ନାବାଳିକା ଗୁରୁତର ଆହତ ହୋଇଥିଲେ । ଖେଳିବାକୁ ଯାଇଥିବା ବେଳେ ଝିଅକୁ କୁକୁର କାମୁଡ଼ିଥିବା ପରିବାର ଲୋକ କହିଥିଲେ ।
ଆଉ ସେହି ସମୟରେ ପିଟବୁଲ୍ ବିନା ଚେନ୍ରେ ହିଁ ଚଳପ୍ରଚଳ କରୁଥିଲା । ପାଖରେ କେହି ମାଲିକ ନଥିଲେ । ଫଳରେ କୁନି ଝିଅର ଗୋଡ଼କୁ କାମୁଡ଼ି କ୍ଷତାକ୍ତ କରିପକାଇଥିଲା ପିଟବୁଲ । ଆଉ ଆକ୍ରମଣ ସମୟରେ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ । ଫଳରେ ତୁରନ୍ତ ନାବାଳିକାକୁ ଉଦ୍ଧାର କରାଯାଇଥିଲା ।
ଅନ୍ୟପଟେ ସେପ୍ଟେମ୍ବର ୨୪ରୁ କାନପୁର ମ୍ୟୁନିସିପାଲିଟି କର୍ପୋରେସନ୍ ପିଟବୁଲ୍ ଏବଂ ରଟୱିଲର୍ ପରି ଆକ୍ରମଣାତ୍ମକ କୁକୁରଙ୍କ ପାଳନ ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି । ଏହି ନିର୍ଦ୍ଦେଶ ପରେ ଲୋକମାନେ ଏହାକୁ ବିରୋଧ କରିଥିଲେ । ଆଉ ବିରୋଧ ପରେ କୁକୁରକୁ ସର୍ତ୍ତମୂଳକ ଭାବେ ରଖିବା ପାଇଁ ଅନୁମତି ଦିଆଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)