• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଜେରା ପାଇଁ ଡାକି  ଆପ୍ ଛାଡ଼ିବାକୁ ଧମକ। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗତକାଲି ସିବିଆଇ  ୯ ଘଣ୍ଟା ଧରି ଜେରା କରିଛି। ପରେ ସିବିଆଇ କାର୍ଯ୍ୟାଳୟରୁ ଫେରି ଗଣମାଧ୍ୟମ ଆଗରେ ସାଂଘାତିକ ପ୍ରତିକ୍ରିୟା ରଖିଛନ୍ତି ସିସୋଦିଆ। କହିଛନ୍ତି, ସିବିଆଇ ଅଫିସରେ ତାଙ୍କୁ ଆପ୍ ଛାଡ଼ିବା ପାଇଁ ପ୍ରବର୍ତ୍ତାଯାଇଥିଲା  । ନଚେତ ତାଙ୍କ ବିରୋଧରେ ଏହିଭଳି ମମଲା ଚାଲୁ ରହିବ ବୋଲି ଧମକ ମିଳିଥିଲା।

ସେହିଭଳି ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଲାଗି ଅଫର ମଧ୍ୟ ଦିଆଯାଇଥିଲା । ପରୋକ୍ଷରେ ସେ ବିଜେପି ରେ ଯେଭଳି ଯୋଗଦେବେ, ସେଥିପାଇଁ ତାଙ୍କୁ ଚାପ ପ୍ରୟୋଗ କରାଯାଇଥିଲା । କିନ୍ତୁ ସେ ଏହି ଅଫରକୁ ପ୍ରତ୍ୟାଖାନ କରିଥିଲେ । ମଦ ନୀତି ଦୁର୍ନୀତି ସମ୍ପର୍କରେ ସିସୋଦିଆ କହିଛନ୍ତି, ଏହା ଏକ ସମ୍ପୂର୍ଣ୍ଣ ଫେକ୍ ମାମଲା  । ୯ ଘଣ୍ଟିର ଜେରା ପରେ ସିବିଆଇ ଆଉ ସିସୋଦିଆଙ୍କୁ ହାଜର ପାଇଁ ସମନ ଜାରି କରିନି।

ରବିବାର ସିସୋଦିଆଙ୍କୁ ସିବିଆଇର ସମନ ଜାରି ପରେ ତାଙ୍କୁ ନିଶ୍ଚୟ ଗିରଫ କରାଯିବ ବୋଲି ଆମ୍ ଆଦମୀ ପାର୍ଟି ପକ୍ଷରୁ କୁହାଯାଇଥିଲା । ଏପରିକି ସିସୋଦିଆ ମଧ୍ୟ ନିଜେ ଟ୍ୱିଟ୍ କରି ଏକଥା କହିଥିଲେ। ତେବେ ୯ ଘଣ୍ଟାର ମାରାଥନ ଜେରା ପରେ ସିବିଆଇ ତାଙ୍କୁ ଛାଡ଼ି ଦେଇଥିବାରୁ ଆପ୍ ମହଲରେ ଆଶ୍ୱସ୍ତି ପ୍ରକାଶ ପାଇଛି ।

ସେପଟେ ସିସୋଦିଆଙ୍କ ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛି ସିବିଆଇ । ସିସୋଦିଆଙ୍କ ଅଭିଯୋଗ ପରେ ସିବିଆଇ ଏକ ସ୍ପଷ୍ଟୀକରଣରେ କହିଛି ଯେ, ତାଙ୍କୁ ଆଇନଗତ ଓ ପେଷାଦାର ଢଙ୍ଗରେ ଜେରା କରାଯାଇଛି ।  ତଦନ୍ତ ଆଗକୁ ବି ଜାରି ରହିବ ।

ସେପଟେ ସିସୋଦିଆଙ୍କ ଏଭଳି ମନ୍ତବ୍ୟ ନେଇ ଜବାବ ରଖିଛି ବିଜେପି।