• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  ହୃଦୟ-ସୁସ୍ଥତା ପାଇଁ ଲାଭଦାୟକ ଅଟେ ବାଦାମ

ଯେଉଁ ଖାଦ୍ୟଗୁଡ଼ିକରେ ସଠିକ୍ ପରିମାଣରେ କ୍ୟାଲ୍‌ସିୟମ, ପ୍ରୋଟିନ୍, ଫାଇବର ଓ ଭିଟାମିନ୍ ରହିଥାଏ ସେହି ଖାଦ୍ୟ ଖାଇଲେ ଡାଏଟ୍ ବାଲାନ୍ସ ହୋଇଥାଏ । ଏହା ଖାଇବା ଦ୍ୱାରା ଶରୀରକୁ ଉପଯୁକ୍ତ ପୋଷଣ ମିଳିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇଲେ ଆପଣଙ୍କର ହୃଦୟ ସୁସ୍ଥ ରହିବ ।

ଜାଣିବା କେମିତି କରିବା ଡାଏଟ୍ ପ୍ଲାନ:

ବେରିଜ:

  • ବେରିଜ ଆଣ୍ଟିଅକ୍ସିଡାଣ୍ଟ ପଲିଫେନୋଲରେ ମଧ୍ୟ ଭରପୂର, ଯାହା ହୃଦ୍ ରୋଗକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ବେରିଜ ଫାଇବର, ଫୋଲେଟ୍, ଆଇରନ୍, କ୍ୟାଲସିୟମ୍, ଭିଟାମିନ୍ ଏ, ଏବଂ ଭିଟାମିନ୍-ସି ର ଏକ ଉତ୍ତମ ଉତ୍ସ ଏବଂ ସେଗୁଡ଼ିକ ଚର୍ବି କମ୍ କରିଥାଆନ୍ତି ।
Berry(Berry)

ଅଧିକ ପଢ଼ନ୍ତୁ: ଡାଇବେଟିସ ରୋଗୀ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ହୋଇପାରେ ସମସ୍ୟା

ବ୍ରୋକୋଲି:

  • କେତେକ ଅଧ୍ୟୟନରୁ ଜଣାପଡିଛି ଯେ ନିୟମିତ ଭାବରେ ସିଝା ବ୍ରୋକୋଲି ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର କମିଯାଏ ଏବଂ ହୃଦରୋଗକୁ ରୋକିବାରେ ସାହାଯ୍ୟ କରେ ।
Broccoli(Broccoli)

ଡାର୍କ ଚକୋଲେଟ୍:

  • ଡାର୍କ ଚକୋଲେଟ୍ ହେଉଛି ଖାଦ୍ୟ ମଧ୍ୟରେ ଏକ ବିରଳ ଉଦାହରଣ, ଯାହା ସ୍ୱାଦିଷ୍ଟ ସାଙ୍ଗକୁ ଶରୀର ଉପକାରୀ ମଧ୍ୟ । ବୈଜ୍ଞାନିକଙ୍କ ମତରେ   ଆଥେରୋସ୍‌କ୍ଲେରୋସିସ୍ ବିରୋଧରେ ଡାର୍କ ଚକୋଲେଟର ପ୍ରତିରୋଧକ ଭାବେ କାର୍ଯ୍ୟ କରିଥାଏ । ଯାହାକି ହୃଦୟ ପାଇଁ ଲାଭଦାୟକ ।
Dark Chocolate(Dark Chocolate)

ଗ୍ରୀନ ଟି:

  • ଅନୁସନ୍ଧାନରୁ ଜଣାପଡିଛି ଯେ, ଗ୍ରୀନ୍ ଟି ପିଇବା ଦ୍ୱାରା କୋଲେଷ୍ଟ୍ରଲ୍‌ର ହ୍ରାସ ଘଟିଥାଏ, ଯାହା ହୃଦ ରୋଗ ଏବଂ ଷ୍ଟ୍ରୋକକୁ କମ୍ କରିଥାଏ । ଗ୍ରୀନ୍ ଟି ରକ୍ତଚାପ ହ୍ରାସ ଓ ହୃଦ ଲୋଗ ପାଇଁ ଲାଭଦାୟକ ଅଟେ ।

ବାଦାମ:

  • ବାଦାମ ହୃଦୟ-ସୁସ୍ଥତା ପାଇଁ ଲାଭଦାୟକ ଅଟେ । ବାଦାମରେ ପ୍ରୋଟିନ୍, ଫାଇବର, ମିନେରାଲ୍ସ, ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥାଏ । ହୃଦରୋଗୀମାନେ ଏହାକୁ ଖାଇବା ଲାଭଦାୟକ ହୋଇଥାଏ ।