• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୧୦୦ ବର୍ଷରେ ଡାକ୍ତର ହାୱାର୍ଡ ଟକ୍କର । ଏବେ ବି କରୁଛନ୍ତି ରୋଗୀସେବା । ଆମେ ପୂର୍ବରୁ ଅନେକ ଉଦାହରଣ ଦେଖିଛନ୍ତି । ଯେଉଁଥିରେ କି କୁହାଯାଏ ବୟସ ଏକ ସଂଖ୍ୟା ମାତ୍ର । ଏହା କେବେ ବି ମନୋବଳକୁ ଭାଙ୍ଗି ପାରେନା । ଯଦି ମନୋବଳ ଦୃଢ଼ ଥିବ ତେବେ ବୟସ କେବେ ବି ନିଜ ଲକ୍ଷ୍ୟରେ ବାଧକ ସାଜିପାରେନା । ସେମିତି ଆଜି ଆଉ ଏକ ଉଦାହରଣ ହେଉଛି ୧୦୦ ବର୍ଷରେ ଡାକ୍ତର । ଏବେ ବି କରୁଛନ୍ତି ଚିକିତ୍ସା ।

ସେ ହେଉଛନ୍ତି ବିଶ୍ୱର ସବୁଠାରୁ ବୟସ୍କ ଡାକ୍ତର ହାୱାର୍ଡ ଟକ୍କର । ଅଭିଜ୍ଞତା ଏତେ ଯେ, ନକହିବା ଭଲ । ରୋଗୀ ଦେଖୁ ଦେଖୁ ରୋଗ ଚିହ୍ନି ଯାଉଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଜଣେ ସାଧାରଣ ମଣିଷ ପକ୍ଷେ ଏହା କ’ଣ ସମ୍ଭବ ? ଆଜ୍ଞା ହଁ ଏହି ଡାକ୍ତର ଜଣକ ଏହାକୁ ପ୍ରମାଣ କରିଛନ୍ତି । ସବୁଠୁ ବୟସ୍କ ଡାକ୍ତର ଏବଂ ଅଧିକ ସମୟ ଧରି ଡାକ୍ତରୀ କରିଥିବାରୁ ତାଙ୍କ ନାଁ ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଗତ ଫେବ୍ରୁଆରୀ ୨୦୨୧ରେ ତାଙ୍କୁ ଯେତେବେଳେ ୯୮ ବର୍ଷ ୨୩୧ ଦିନ ବୟସ ହୋଇଥିଲା, ସେ କହିଥିଲେ ‘ମୋତେ ଏତେ ଶୀଘ୍ର ଅବସର ନେବାର ନାହିଁ ।’ ତାଙ୍କ ପତ୍ନୀଙ୍କୁ ଏବେ ୮୯ ବର୍ଷ ଛୁଇଁଲାଣି । ସେ ମଧ୍ୟ ଏବେ ବି ନିଜର ବୃତ୍ତି ଛାଡ଼ିନାହାନ୍ତି । ସେ ଏବେ ବି ସାଇକୋନାଲିଷ୍ଟ ଭାବେ କାମ କରୁଛନ୍ତି ।

ଡକ୍ଟର ହାୱାର୍ଡ ଟକ୍କର ଯେତେବେଳେ ୧୦୦ ବର୍ଷରେ ପାଦ ଦେଲେ। ସେତେବେଳେ କରୋନା କାଳ ଆରମ୍ଭ ହୋଇସାରିଥିଲା । ତେବେ କରୋନା କିନ୍ତୁ ତାଙ୍କୁ ଅଟକାଇ ପାରିନଥିଲା । କରୋନା ସମୟରେ ସେ ଘରେ ବସି ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ବୁଝୁଥିଲେ ।

ତେବେ ସବୁଠାରୁ ବଡ଼ ଏବଂ ମଜାଦାର କଥା ହେଲା, ଗିନିଜ ୱାର୍ଲ୍ଡ ରେକର୍ଡରେ ନିଜ ନାଁକୁ ସ୍ଥାନିତ କରିବାକୁ ଡାକ୍ତର ବାବୁ ଜଣେ ବାରିକଙ୍କ ଠାରୁ ଅନୁପ୍ରାଣିତ ହେଲେ । ଗିନିଜ୍ ବୁକ୍‌ରେ ସ୍ଥାନ ପାଇଁ ସେତେବେଳେ ଭାବିଲେ ଯେତେବେଳେ ଜାଣିଲେ କେହି ଜଣେ ସବୁଠୁ ପୁରୁଣା ବାରକଙ୍କ ନାଁ ଏହି ରେକର୍ଡ ବୁକ୍‌ରେ ରହିଛି । ଏହାପରେ ସେ ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଁ ଆବେଦନ କଲେ । ନିଜ ଆବେଦନ ପତ୍ରରେ ସେ ଲେଖିଥିଲେ ଯେ, ‘ପୂର୍ବରୁ ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଥିବା ସେହି ବାରିକ ଜଣଙ୍କ ମଧ୍ୟ ମୋ ବୟସର’ । ଏହି ଆବେଦନ ପାଇଁ ହାୱାର୍ଡଙ୍କ ନାତି ଅଷ୍ଟିନ୍‌ ତାଙ୍କୁ ସହଯୋଗ କରିଥିଲେ ।