• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାଧାରଣ ପାଣି ଅପେକ୍ଷା ମହଙ୍ଗା ବ୍ଲାକ୍ ୱାଟର୍ । ବ୍ଲାକ ୱାଟରର ଚାହିଦା ବଢ଼ିବା ପଛରେ ରହିଛି ଅନେକ କାରଣ । ସାଧାରଣ ପାଣି ଅପେକ୍ଷା ଏଥିରେ ମିନେରାଲସ୍ ଅଧିକ ଥାଏ । ତା ’ ସହ ବୟସ ବଢ଼ିଲେ ବି ଶରୀରରେ ଏହାର ପ୍ରଭାବ ଦେଖାଯାଏନି । ସେଥିପାଇଁ ଜିମ୍ ସାରିବା ପରେ ଏହି ପାଣିକୁ ପିଇବାକୁ ପସନ୍ଦ କରନ୍ତି ବିତ୍ତଶାଳୀ ବ୍ୟକ୍ତି । ଏହାର ଦାମ ବି ସାଧାରଣ ପାଣିଠୁ ବହୁ ଅଧିକା । ହେଲେ ଏତେ ସବୁ ଫାଇଦା ଥାଇ ବି ଏହାର ରହିଛି ସାଇଡ୍ ଇଫେକ୍ଟ ।

ନ୍ୟୁଟ୍ରିସନିଷ୍ଟଙ୍କ ମତ ଅନୁସାରେ, ଜିମ୍ ଓ ଶାରୀରିକ ବ୍ୟାୟମ କରୁଥିବା ବ୍ୟକ୍ତି ପାଇଁ ବ୍ଲାକ ୱାଟର ଫଳପ୍ରଦ ହୋଇଥାଏ । ଜିମ୍ ପରେ ଏହାକୁ ପିଇଲେ ଏନର୍ଜି ବଢ଼ାଇଥାଏ । ଓଜନକୁ ସନ୍ତୁଳିତ ରଖିବା ସହ ଶରୀରରେ ମେଟାବୋଲିଜମର ପ୍ରକ୍ରିୟା ବି ବଢ଼ାଇଥାଏ । ଫଳରେ ପାଚନ ପ୍ରକ୍ରିୟା ସୁଧୁରିବା ସହ ହଜମ ସଂକ୍ରିୟ ହୁଏ । ବର୍ତ୍ତମାନ ସମୟରେ ସବୁଠୁ ବଡ଼ ସମସ୍ୟା ଏସିଡିଟି ।ଏହାକୁ ସୁଧାରିବାରେ ବି କାମ କରେ ବ୍ଲାକ ୱାଟର । ଏବେ ଭାରତୀୟ ମାର୍କେଟରେ ଅନେକ ବ୍ଲାକ ୱାଟର କମ୍ପାନି ରହିଛନ୍ତି । ଭିନ୍ନ ଭିନ୍ନ କମ୍ପାନି ନିଜ ପ୍ରଡରେ ମିନେରାଲ୍ସର ପରିମାଣ ବି ଭିନ୍ନ ରଖିଥାଏ ।

ଅଧିକ ପଢ଼ନ୍ତୁ: ବ୍ଲାକ୍ ୱାଟର୍ ପ୍ରେମରେ ବଲିଉଡ୍ : ହେଲେ କାହିଁକି ?

କିଛି କମ୍ପାନିଙ୍କ ଦାବି ଅନୁସାରେ ୭୦ରୁ ଅଧିକ ମିନେରାଲ୍ସ ବ୍ଲାକ ୱାଟରରେ ମିଶିଥାଏ । ହେଲେ ଏତେ ସବୁ ଯୁକ୍ତି ପରେ କଣ ସତରେ ବ୍ଲାକ ୱାଟର ଶରୀର ପାଇଁ ଉପଯୋଗୀ ? ବିଶେଷଜ୍ଞଙ୍କ ମତ ଅନୁସାରେ, ଘରେ ଓ ବଜାରରେ ମିଳୁଥିବା RO ପାଣିରେ ପିଏଚ୍ ସ୍ତର କମ ଥାଏ । ତେବେ ଆଲକାଲାଇନ୍ ପାଣିରେ ମିନେରାଲସ ସନ୍ତୁଳିତ ଅବସ୍ଥାରେ ଥିବାରୁ ଶରୀରର ଆବଶ୍ୟକତାକୁ ପୂରଣ କରେ । କିଛି ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ଜଟିଳତା ସହ ସଂଘର୍ଷ କରୁଥିବା ବ୍ୟକ୍ତିଙ୍କୁ ଏହା ବେଶ୍ ଉପଯୋଗୀ ।

ଏତେ ସବୁ ଫାଇଦା ଥିବା ବ୍ଲାକ ୱାଟରର ଦରକୁ ନେଇ ନିଶ୍ଚିତ ମନରେ ପ୍ରଶ୍ନ ଉଠୁଥିବ । ଭାରତୀୟ ବଜାରରେ ଏବେ ଅନେକ କମ୍ପାନି ବ୍ଲାକ ୱାଟର ବିକ୍ର କରୁଛନ୍ତି । ସାଧାରଣତଃ ଏହା ଅଧ ଲିଟର ବୋତଲରେ ମିଳେ । ଆଲକଲାଇନ୍ ୱାଟର ଅଧ ଲିଟରର ମୂଲ୍ୟ ୧୦୦ ଟଙ୍କା ରହିଛି । ହେଲେ କେବଳ ଫାଇଦା ନୁହେଁ ଏଥିରେ କିଛି ସାଇଡ୍ ଇଫେକ୍ଟ ବି ରହିଛି ।

ବିଶେଷଜ୍ଞଙ୍କ ମତରେ ବହୁ ସମୟ ଧରି ଆଲକାଲାଇନ୍ ୱାଟର ଅଧିକ ସମୟ ଧରି ପିଇଲେ ବାନ୍ତି ସମସ୍ୟା ସହ ଶରୀରରେ ପିଏଚ୍ ସ୍ତର କମି ଯାଇଥାଏ । ତେଣୁ ଯଦି, ଶରୀରକୁ ମିନେରାଲସ୍ ପହଞ୍ଚାଇବାକୁ ଅଛି ତାହେଲେ ପ୍ରାକୃତିକ ଉପାୟ ଅବଲମ୍ବନ କଲେ ଭଲ ।