/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666000965.jpg)
Spelling error in BEO Office
ଶିକ୍ଷା ଅଧିକାରୀଙ୍କ ଅଫିସରେ ଶିକ୍ଷାର ଏ କି ଅବମାନନା ? ଏଠି ଯଦି ଶିକ୍ଷାର ଅବସ୍ଥା ଏମିତି ତେବେ ବାହାରେ କେମିତି ଚାଲିଥିବ ଶିକ୍ଷା ଦାନ ? ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ଼ ଏପରି ତ୍ରୁଟିପୂର୍ଣ୍ଣ ଓଡ଼ିଆ ଦୀର୍ଘ ଦିନ ଧରି ଶୋଭା ପାଉଛି। କେଇପଦ ଲେଖାରେ ଏତେ ଭୁଲ ? ବ୍ଲକ ଶିକ୍ଷାଧିକାରୀଙ୍କ ନଜରକୁ ଆସୁନି କିପରି ? ସରକାରୀ ସଂସ୍ଥାରେ ଏମିତି ଲେଖା ଲେଖିଲା କିଏ? ମାତୃଭାଷାର ଏପରି ଅମର୍ଯ୍ୟଦା ଦେଖିଲେ ଆପଣ ବି ବିରକ୍ତ ହୋଇଯିବେ। ତେବେ ଏମିତି ଭୁଲ କେମିତି ହେଲା ସେନେଇ କାହା ପାଖରେ ଉତ୍ତର ନାହିଁ।
ଏ ଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଶିକ୍ଷାନୁଷ୍ଠାନର। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ସୂଚନା ଫଳକରେ ଭୟଙ୍କର ବନାନ ତ୍ରୁଟି ଦେଖିବାକୁ ମିଳିଛି। ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି।
ଦେଖନ୍ତୁ ଏ ସୂଚନାଫଳକକୁ। ସୂଚନା ଫଳକରେ ଲେଖାଯାଇଛି ଶଯ୍ୟା ବଦଳରେ "ଶକ୍ଷା", ବିଶିଷ୍ଟ ବଦଳରେ "ବିଶିଷ୍ଠ" । ବିଶେଷ କରି କସ୍ତୁରବା ଗାନ୍ଧୀର ବନାନ ହାସ୍ୟାସ୍ପଦ ଢଙ୍ଗରେ ଲେଖାଯାଇଛି।କସ୍ତୁରବା ଗାନ୍ଧୀକୁ "କସ୍ତୁର ବାଗାନ୍ଧି" ଲେଖା ଯାଇଛି।
ଏମିତି ତ୍ରୁଟିକୁ ନେଇ ତେଜୁଛି ଅସନ୍ତୋଷ। ସୁବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବ୍ଲକ ଶିକ୍ଷାଧିକାରୀଙ୍କ ସହ ଦୁଇ ସହକାରୀ ଶିକ୍ଷାଧିକାରୀ ଓ ଏକାଧିକ ସିଆରସିସିଙ୍କ ସମେତ ବ୍ଲକ ଅଞ୍ଚଳରେ ଥିବା ୬୦୦ରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଦୈନିକ ଯିବା ଆସିବା କରୁଥିଲେ ମଧ୍ୟ କାହାର କେମିତି ଦୃଷ୍ଟି ପଡ଼ୁନି ?
(ରିପୋର୍ଟ: ସୂର୍ଯ୍ୟନାରାୟଣ ପଣ୍ଡା, କୋରାପୁଟ)
#ଏମିତି_ଲେଖା_ଲେଖିଲା_କିଏ?
ଏଇଠି ଏମିତି ଓଡିଆ ଲେଖିଲା କିଏ? ସ୍କୁଲର ନା ପଢିଲେ ଆପଣଙ୍କ ମୁଣ୍ଡ ଘୂରେଇ ଦେବ। ସମସ୍ତେ ଏଇ ବାଟ ଦେଇ ଯାଉଛନ୍ତି ହେଲେ କାହାରି ଆଖିରେ ଏହା ପଡୁନି କେମିତି?#SpecialStroy#Koraput#School#Odisha#OTVpic.twitter.com/aStjX7Adjj— ଓଟିଭି (@otvkhabar) October 16, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)