ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ସେଣିକି ଯାଇ । ବେଶ ହସଖୁସିରେ ଚାଲିଥିଲା ସଂସାର । ହେଲେ ଗୋଟିଏ ଦୁର୍ଘଟଣା ପରେ ମନୋଜ ପ୍ରଧାନଙ୍କ ଜୀବନର ମୋଡ଼ ବଦଳିଗଲା ।
ଓଡ଼ିଶାରେ ପ୍ରଥମଥର ପାଇଁ ଏସସିବି ମେଡିକାଲରେ ମାଗଣାରେ ଜଣେ ରୋଗୀ ଏହି ରୋଗର ଚିକିତ୍ସା କରିପାରିବେ। ଆଜି ପ୍ରଥମ ଦିନରେ ତିନିଜଣ ରୋଗୀଙ୍କର ଆକାଲିସା କାଡିଆ ଅସ୍ତ୍ରୋପଚାର କରାଯିବ ବୋଲି କୁହାଯାଇଛି।
ମିଣିଷ ମଧ୍ୟରେ ୪ ପ୍ରକାରର ବ୍ଲଡ୍ ଗ୍ରୁପ୍ ମିଳିଥାଏ । କଣ ଆପଣ ଜାଣନ୍ତି ଏହି ବ୍ଲଡ୍ ଗ୍ରୁପ୍ ଦ୍ୱାରା ମଣିଷର ସ୍ୱଭାବ ବିଷୟରେ ଜଣା ପଡିଥାଏ ? ତେବେ ବ୍ଲଡ୍ ଗ୍ରୁପ୍ ଆଧାରରେ ମଣିଷର ସ୍ୱାଭାବ ବିଷୟରେ ଜାଣିବା ଜାପାନୀ ଜ୍ୟୋତିଷ ଶାସ୍ତ୍ରର ଏକ ଅଂଶ ।
ଆୟୁର୍ବେଦରେ କେଶରକୁ ସମ୍ପୂର୍ଣ୍ଣ ଶରୀରକୁ ସୁସ୍ଥ ରଖିବାର ମହୋଷଧି ଭାବରେ ଗ୍ରହଣ କରାଯାଏ । ସେଥିପାଇଁ କେଶରକୁ ସର୍ବଗୁଣ ସମ୍ପନ୍ନ କୁହାଯାଏ । ତ୍ୱଚାରେ ଚମକ ଆଣିବା ସହିତ କେଶର ମଧ୍ୟ ଅଧିକାଂଶ ରୋଗକୁ ଠିକ୍ କରିବାରେ ସାହାଯ୍ୟ କରିଥାଏ । ଦୁନିଆର ଦାମିକିଆ ମସଲା ମାନଙ୍କ ମଧ୍ୟରୁ କେଶର ଗୋଟିଏ ଦୁର୍ଲଭ ମସଲା ଅଟେ । କେଶରରେ ଉଚ୍ଚ ମାତ୍ରାରେ ଆଣ୍ଟି ଅକ୍ସିଡ଼ାଣ୍ଟ ମିଳିଥାଏ ଯାହାକି କ୍ୟାନ୍ସର ସେଲକୁ ବୃଦ୍ଧି ହେବାରେ ଅଟକାଇ ଥାଏ ।
ତମ୍ବା ପାତ୍ରରେ ବହୁ ଔଷଧୀୟ ଗୁଣ ରହିଥାଏ ବୋଲି ବହୁତ କମ୍ ଲୋକ ଜାଣିଥିବେ । ଆୟୁର୍ବେଦରେ ଅଧିକାଂଶ ରୋଗର ଉପଚାର ତମ୍ବାପାତ୍ର ବ୍ୟବହାର କରିବା ପାଇଁ କୁହାଯାଇଥାଏ । ବିଶେଷ କରି ତମ୍ବା ପାତ୍ରରେ ପାଣି ରଖି ପିଇବାକୁ କୁହାଯାଇଥାଏ
ଆଜିକାଲି ଆସ୍ଥମା ବା ଶ୍ଵାସ ରୋଗ ଅତି ସାଧାରଣ ରୋଗ ଭାବେ ପରିଲକ୍ଷିତ ହେଲାଣି । ଭାରତରେ ପ୍ରାୟ ୩କୋଟି ୭୦ଲକ୍ଷରୁ ଅଧିକ ଶ୍ଵାସ ରୋଗୀ ଅଛନ୍ତି। ଭାରତ ବିଶ୍ୱ ସ୍ତରରେ ଶ୍ଵାସ ରୋଗୀଙ୍କ କ୍ଷେତ୍ରରେ ଦ୍ଵିତୀୟ ସ୍ଥାନରେ ରହିଛି । ଆଜି ଜାଣିବା ଆସ୍ଥମା ବା ଶ୍ୱାସ ରୋଗକୁ ନେଇ କିଛି ଜଣା ଅଜଣା କଥା...
ସମସ୍ତେ ଓଜନ ହ୍ରାସ କରିବାକୁ ଚାହାଁନ୍ତି । ଆମ ଶରୀରରେ ଅଧିକ କ୍ୟାଲୋରୀର ସେବନ ଓଜନ ବଢାଇବାର ମୁଖ୍ୟ କାରଣ ଅଟେ । ତେଣୁକରି କ୍ୟାଲୋରୀର ମାତ୍ରାକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ଯଦି ଆପଣ ନିଜର ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ ସକାଳର ବ୍ୟାୟାମ ସହିତ କିଛିଟା ଡ୍ରିଙ୍କ୍ସ କିମ୍ବା ପାନୀୟ ଉପରେ ଧ୍ୟାନ ଦିଅନ୍ତୁ । ଲେମ୍ବୁ ରସ ସହିତ କଫି ପିଇବା ଦ୍ୱାରା ଚର୍ବିକୁ ଶୀଘ୍ର ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
ଆଜିକାଲି ଅତ୍ୟାଧୁନିକ ଜୀବନଶୈଳୀ ଅନେକ ଶାରୀରିକ ସମସ୍ୟାର କାରଣ ହେଉଛି। ଅତି କମ ବୟସର ଲୋକେ ବି ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ବିଭିନ୍ନ ଔଷଧ ସେବନ ଦ୍ୱାରା ବି ସେଭଳି ଫଳ ମିଳୁନି। ଲୋକେ ଧୀରେ ଧୀରେ ଯୋଗ ଆଡକୁ ମନ ବଳେଇଲେଣି। ଏହା ହିଁ ଏକମାତ୍ରା ଉପାୟ ଯାହା ଏକ ରୋଗମୁକ୍ତ ଜୀବନ ଦେଇପାରିବ।
ସିଦ୍ଧାର୍ଥ ଶୁକ୍ଳା ଓ ପୁନିତ୍ ରାଜକୁମାରଙ୍କ ଅକାଳ ମୃତ୍ୟୁ ଦେଶର ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ବ୍ୟଥିତ କରିଛି କିନ୍ତୁ ସେମାନଙ୍କ ମୃତ୍ୟୁ ଦେଶର ଅନ୍ୟ ସେଲିବ୍ରିଟିଙ୍କୁ ଏକ ସୁସ୍ଥ ଜୀବନଯାପନ ଲାଗି ଅନେକ କିଛି ଶିକ୍ଷା ଦେଇଯାଇଛି।
ଲେମନ ଟି ଅର୍ଥାତ ଲେମ୍ବୁ ଚା ସବୁ ଭାରତୀୟ ମାନଙ୍କର ଗୋଟିଏ ପ୍ରିୟ ପାନୀୟ । ଲେମନ ଟିରେ ଅଣ୍ଟିବ୍ୟାକ୍ଟେରିଆଲ ପ୍ରପର୍ଟିଜ ରହିଛି l ଯାହା ଆମକୁ ସଂକ୍ରମଣ ଠାରୁ ରକ୍ଷା କରିଥାଏ । ଲେମ୍ବୁ ଚା କୁ ସେବନ କରିବା ଦ୍ୱାରା ଗଳାର ଯନ୍ତ୍ରଣା ଦୂର ହୋଇଥାଏ ।
ହାଇ ବ୍ଲଡ଼ ପ୍ରେସର ବା ଉଚ୍ଚ ରକ୍ତଚାପକୁ ସାଇଲେଣ୍ଟ କିଲର କୁହାଯାଏ । ଏହାର ସାଧାରଣତଃ କୌଣସି ଲକ୍ଷଣ ଦେଖିବାକୁ ମିଳି ନଥାଏ । ଅଧିକାଂଶ ସମୟରେ ହୃଦ୍ ରୋଗ ମଧ୍ୟ ରକ୍ତ ଚାପର କାରଣ ହୋଇଥାଏ । ବିଶେଷଜ୍ଞ ମାନଙ୍କ ମତରେ ଆପଣଙ୍କ ହାର୍ଟ କେତେ ବ୍ଲଡ଼ ପମ୍ପ କରିଥାଏ ତାହା ଉପରେ ହାର୍ଟ ଆଟାକ୍ର କାରଣ ହୋଇଥାଏ । ଯଦି ଆପଣ ଏକ ସୁସ୍ଥ ଜୀବନଶୈଳୀ ସହିତ ଆପଣଙ୍କର ରକ୍ତଚାପକୁ ନିୟନ୍ତ୍ରଣ କରନ୍ତି, ତେବେ ଆପଣଙ୍କର କୌଣସୀ ଔଷଧର ଆବଶ୍ୟକତାକୁ ଏଡ଼ାଇ ପାରିବେ ।
ଖାଲି ପେଟରେ ରହିବା ସ୍ୱାସ୍ଥ୍ୟ ପକ୍ଷେ ହିତକର ନୁହେଁ । ଭୋକ ସମୟରେ ଆମକୁ ଧ୍ୟାନ ରଖିବା ଆବଶ୍ୟକ ଯେ ଆମେ ସକାଳ ଜଳଖିଆ କିମ୍ବା ମାଧ୍ୟାହ୍ନ ଭୋଜନ ଦୁଇଟି ମଧ୍ୟରୁ କୌଣସିଟି ଛାଡିବା ଉଚିତ ନୁହେଁ । ତେଣୁକରି ଅଦିକ ଭୋକ ହେବା ସମୟରେ ଆମେ କିଛି ଖାଦ୍ୟ ଠାରୁ ଦୂରତା ରଖିବା ଆବଶ୍ୟକ ଅଟେ । ଏହି ଖାଦ୍ୟ ଗୁଡ଼ିକ ଜଙ୍କ ଫୁଡ ହୋଇପାରେ କିମ୍ବା ସ୍ୱାସ୍ଥ୍ୟଗତ ଖାଦ୍ୟ ମଧ୍ୟ ହୋଇପାରେ । କାରଣ ଏଭଳି କିଛି ଜିନିଷ ଅଛି ଯାହାକୁ ଭୋକ ହେଲେ ତୁରନ୍ତ ଖାଇବା ଆବଶ୍ୟକ ନୁହେଁ ।
କିଡନୀ ରୋଗର ସଠିକ କାରଣ ଜଣା ପଡୁ ନଥିଲେ ମଧ୍ୟ ପାଣି ପାଇଁ ଏସବୁ ହେଉଛି ବୋଲି ଗାଁ ଲୋକେ ଅନୁମାନ କରୁଛନ୍ତି । ଗତ ଦୁଇ ତିନି ବର୍ଷ ଭିତରେ କିଡନୀ ରୋଗରେ ଗଲାଣି ଅନେକ ଜୀବନ ।
ସାଧାରଣତଃ ଗୁଜରାତି ଖାଦ୍ୟରେ ପଡିଲେ ଖାଦ୍ୟର ସ୍ୱାଦ ବଢିଯାଇଥାଏ । ଏହା ରୋଷେଇ ସହିତ ପାଟିର ସ୍ୱାଦ ବଦଳାଇବା ପାଇଁ ମଧ୍ୟ ଲୋକମାନେ ବିଶେଷ କରି ଗୁଜୁରାତି କିମ୍ୱା ପାନମଧୁରୀ ଖାଇଥାନ୍ତି । କିନ୍ତୁ ଏଥିରେ ଥିବା ଔଷଧୀୟ ଗୁଣ ମଧ୍ୟ ସ୍ୱାସ୍ଥ୍ୟକୁ ଫିଟ୍ ରଖିବାରେ ସାହାଯ୍ୟ କରିଥାଏ । ଏଥି ସହିତ ନିଶା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ ।
ଏବେ ସାରା ଦେଶରେ ଡେଙ୍ଗୁର ଆତଙ୍କ ଦେଖା ଦେଇଛି। ଅନେକ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ସାଧାରଣତଃ ଡେଙ୍ଗୁ ଜୀବନ ପ୍ରତି ଏତେ ବିପଦ ନୁହେଁ। ଯଦି ଆପଣ କିଛି ମାତ୍ରାରେ ସାବଧାନ ରହିବେ ତେବେ ଘରେ ବସି ହିଁ ଏହି ରୋଗରୁ ମୁକ୍ତି ପାଇପାରିବେ। ଏଠାରେ ସାବଧାନର ଅର୍ଥ ହେଉଛି ନିଜେ ଡାକ୍ତର ନ ହେବା। କାରଣ ଅନେକ ସମୟରେ ଦେଖାଯାଏ ଯେ କୌଣସି ରୋଗ ହେଲେ ଲୋକେ ନିଜେ ନିଜେ ମେଡିସିନ୍ ଷ୍ଟୋର୍ରୁ ଔଷଧ ଆଣି ଖାଇଦିଅନ୍ତି ନଚେତ ଅନ୍ୟ କାହାର ପରାମର୍ଶରେ କିଛି ବି କରି ବସନ୍ତି। ଏ ଦିଗ ପ୍ରତି ଦୃଷ୍ଟିଦେବା ଜରୁରୀ।
ସ୍ୱାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ପାଇଁ ଆମେ ବହୁତ ସମୟରେ ଡାକ୍ତରଙ୍କ ପରାମର୍ଶ କରିଥାଉ । କିନ୍ତୁ ବିଭିନ୍ନ ଘରୋଇ ଉପଚାର ଦ୍ୱାରା ଆମେ ଆମର ସ୍ୱାସ୍ଥ୍ୟର ଯତ୍ନ ନେଇ ପାରିବା । ସ୍ୱାସ୍ଥ୍ୟ ପାଇଁ ଜୀରା ବହୁତ ଲାଭଦାୟକ ଅଟେ । ଜୀରାର ବ୍ୟବହାର ପ୍ରାୟ ସମସ୍ତ ଘରେ ଖୁବ ଆଦର ସହକାରେ ହୋଇଥାଏ । ଜୀରା ଯେପରି ସ୍ୱାଦ ଯୁକ୍ତ ସେହିଭଳି ସ୍ୱାସ୍ଥ୍ୟ ଉପକାରୀ ମଧ୍ୟ ।
କଞ୍ଚାଲଙ୍କା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ । କଞ୍ଚାଲଙ୍କାରେ ରହିଥିବା ପୋଷକତତ୍ୱ ଗୁଡିକ ହେଲା ଭିଟାମିନ-ଏ ,ବି-୬ ,ସି ,ଆଇରନ ,କପର ,ପୋଟାସିୟମ ,ପ୍ରୋଟିନ ,କାର୍ବୋହାଇଡ୍ରେଡ଼ ,କେରୋଟିନ ,ଆଣ୍ଟିଆକ୍ସିଡେଣ୍ଟ ଇତ୍ୟାଦି । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବା, ଓଜନ କମାଇବାରେ ସାହାଯ୍ୟ କରିଥାଏ ।
ସମସ୍ତେ ଚାହାନ୍ତି ସୁନ୍ଦର ଚର୍ମ ପାଇବା ପାଇଁ । ସୁନ୍ଦର ଚର୍ମ ପାଇଁ କଞ୍ଚା କ୍ଷୀର ଅତ୍ୟନ୍ତ ଲାଭଦାୟକ ଅଟେ । କଞ୍ଚା କ୍ଷୀରରେ ଭିଟାମିନ୍-ଏ, ଡି, ବାୟୋଟିନ୍, ପ୍ରୋଟିନ୍ ଇତ୍ୟାଦି ଗୁଣ ରହିଥାଏ । ଏହା ଦ୍ୱାରା ଚର୍ମ ସହ ଜଡିତ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । ବିଭିନ୍ନ ଘରୋଇ ଉପଚାର ଦ୍ୱାରା ଆମେ ଆମର ସ୍କିନ ବା ଚର୍ମକୁ ସୁନ୍ଦର ରଖିପାରିବା ।
ଆଗକୁ ଆସୁଛି ଶୀତ ଋତୁ । ଋତୁ ପରିବର୍ତ୍ତନ ହେବା କ୍ଷଣି ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଏହାକୁ ସିଜିନାଲ ଅପସେଟିଙ୍ଗ ଡିସ ଅର୍ଡର ବା ଋତୁ ପରିବର୍ତ୍ତନ ଜନିତ ରୋଗ କୁହାଯାଏ । ଋତୁ ପରିବର୍ତ୍ତନ ସହିତ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ । ଏହା ଯୋଗୁ ଚିଡ଼ଚିଡ଼ା ଲାଗିବା ସହ କୌଣସି କାମରେ ମନ ଲାଗି ନଥାଏ । ଫିଟ୍ ରହିବା ପାଇଁ ପ୍ରତିଦିନ ଖାଇବାରେ ଏହି ସବୁ ଖାଦ୍ୟକୁ ସାମିଲ କରନ୍ତୁ । ଏହା ସହିତ ବିଭିନ୍ନ ଘରୋଇ ଉପଚାର ଦ୍ୱାରା ମଧ୍ୟ ଆମେ ଫିଟ୍ ରହିପାରିବା ।
ଦୁନିଆର ସବୁଠାରୁ ସଂକ୍ରାମକ ଘାତକ ରୋଗ ମଧ୍ୟରୁ ଟିବି ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସାଧାରଣତଃ ଫୁସଫୁସ୍ ସମ୍ବନ୍ଧୀୟ ଏହି ସଂକ୍ରମଣ କାଶ ମାଧ୍ୟମରେ ବ୍ୟାପିଥାଏ। କିନ୍ତୁ ବର୍ତ୍ତମାନ ଏକ ସୂଚନା ମୁତାବକ ଏହା ଶ୍ୱାସକ୍ରିୟା ମାଧ୍ୟମରେ ମଧ୍ୟ ବ୍ୟାପିପାରେ। ଦୈନିକ ଜାଗରଣର ଏକ ସୂଚନା ଅନୁଯାୟୀ ଦକ୍ଷିଣ ଆଫ୍ରିକାର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ 'କେବଳ କାଶ ଦ୍ୱାରା ନୁହେଁ ବରଂ ଶ୍ୱାସ ଦ୍ୱାରା ମଧ୍ୟ ଯକ୍ଷ୍ମା ସଂକ୍ରମଣ ହୋଇପାରେ।'
ଶରୀରରେ ଥାଇରକ୍ସିନ ନାମକ ହରମୋନ୍ କ୍ଷରଣ ଅନିୟମିତ ହେଲେ ଲୋକମାନେ ଥାଇରଏଡ୍ ସମସ୍ୟାରେ ପୀଡ଼ିତ ହୁଅନ୍ତି । ଅସନ୍ତୁଳିତ ଖାଦ୍ୟପେୟ ଏବଂ ଜୀବନଶୈଳୀ କାରଣରୁ ସବୁଠାରୁ ଅଧିକ ଲୋକ ଏହି ରୋଗରେ ପୀଡିତ ହୁଅନ୍ତି । ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ । କାରଣ କିଛି ଖାଦ୍ୟ ଏହି ସମସ୍ୟାକୁ ବଢ଼ାଇ ଦେଇଥାଏ ।
ସ୍ୱାସ୍ଥ୍ୟ ହିଁ ଜୀବନ । ଶରୀରରେ ରୋଗ ପ୍ରତରୋଧକ ଶକ୍ତି ରହିଲେ ରୋଗ ସହଜରେ ଆକ୍ରାନ୍ତ କରିନଥାଏ । ତେଣୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଥିବା ନିହାତି ଆବଶ୍ୟକ । ତେବେ ଆମ ଦୈନିଦିନ ଜୀବନରେ ଘରୋଇ ଉପଚାର ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରାଯାଇପାରିବ । ସକାଳୁ ଖାଲି ପେଟରେ ଏହିସବୁ ଜିନିଷ ସେବନ କରିବା ଦ୍ୱାରା ପ୍ରତିରୋଧକ କ୍ଷମତା ମଜବୁତ ହୋଇଥାଏ ।
ହିନ୍ଦୁ ଧର୍ମରେ ତୁଳସୀର ଯେତିକି ଅସ୍ଥା ରହିଛି ସାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର ଅଟେ । ସାଧାରଣତଃ ସକାଳର ଆରମ୍ଭ ଉଷୁମ ପାଣି ଓ ଲେମ୍ବୁରୁ କରିବା ଆବଶ୍ୟକ ଏହା ଆମେ ସମସ୍ତେ ଜାଣିଛୁ । କିନ୍ତୁ ଏହା ବଦଳରେ ଯଦି ତୁଳସୀ ପତ୍ର ପାଣିର ବ୍ୟବହାର କରାଯାଏ ତେବେ ଅଧିକ ଫଳପ୍ରଦ ହୋଇଥାଏ । ତେଣୁ ତୁଳସୀ ପତ୍ରକୁ ପାଣିରେ ଫୁଟାଇ ପିଇବା ଦ୍ଵାରା ଶରୀରକୁ ଅନେକ ଲାଭ ମିଳିଥାଏ ।
ଶରୀର ପାଇଁ କଞ୍ଚା ପନିପରିବା ଓ ଫଳ ଖାଇବା ଅତ୍ୟ ଲାଭଦାୟକ ଅଟେ । ସେହି ମଧ୍ୟରେ କାକୁଡ଼ି ଶରୀର ପାଇଁ ବହୁ ଉପଯୋଗୀ ଓ ଲାଭଦାୟକ ହୋଇଥାଏ । କାକୁଡ଼ିରେ ବିଭିନ୍ନ ପୋଷକ ତତ୍ତ୍ୱ ରହିଛି ଯାହା ଶରୀରରେ କ୍ୟାଲୋରୀ, ଚର୍ବି, କୋଲେଷ୍ଟ୍ରଲକୁ କମ୍ କରିଥାଏ । କାକୁଡ଼ିରେ ଅଧିକାଂଶ ଜଳର ପରିମାଣ ଅଧିକ ରହିଥାଏ । ଯାହା ବ୍ୟାୟାମ ପରେ ଡିହାଇଡ୍ରେସନ୍ ରୋକିବାରେ ସାହାଯ୍ୟ କରିଥାଏ ।
ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ନିହାତି ଆବଶ୍ୟକ । ପୃଷ୍ଟିକର ଓ ଭିଟାମିନରେ ଭରପୁର ଖାଦ୍ୟ ଖାଇଲେ ଆମ ଶରୀର ସୁସ୍ଥ ରହିଥାଏ । ଫଳ ମଧ୍ୟରେ କଦଳୀ ଏକ ପୃଷ୍ଟିକର ଓ ସୁଷମ ଖାଦ୍ୟ ଅଟେ । କଦଳୀ ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ ହୋଇଥାଏ ସ୍ୱାସ୍ଥ୍ୟ ପାଇଁ ସେତିକି ହିତକର ହୋଇଥାଏ । କଦଳୀ ଖାଇବା ଦ୍ୱାରା ରକ୍ତକଚାପ ନିୟନ୍ତ୍ରଣରେ ରହିଥାଏ । ଶରୀରରେ ଇମ୍ୟୁନିଟି ବଢିବା ସହିତ ଅନେକ ରୋଗରୁ ମୁକ୍ତି ମିଳିଥାଏ ।