• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ପାଣି ପିଇବା ଦ୍ୱାରା ଆମ ଶରୀର ହାଇଡ୍ରେଟ ହୋଇଥାଏ

  • ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ

ପାଣି ପିଇବା ଦ୍ୱାରା ଆମ ଶରୀର ହାଇଡ୍ରେଟେଡ ହୋଇଥାଏ । ଅଧିକାଂଶ ରୋଗଠାରୁ ଦୂରେଇ ରହିବା ପାଇଁ ପାଣି ପିଇବା ନିହାତି ଆବଶ୍ୟକ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତିଦିନ ୬ ରୁ ୧୦ ଗ୍ଲାସ ପାଣି ପିଇବା ଆବଶ୍ୟକ ,ତା ଛଡା ଆପଣ ଯେତେ ପାଣି ପିଇପାରିବେ ଆରମରେ ପିଅନ୍ତୁ । ପାଣି ଆପଣଙ୍କ ଖାଦ୍ୟକୁ ନେଇ ଆବଶ୍ୟକ ହୋଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କିଛିଟା ଖାଦ୍ୟ ଏଭଳି ରହିଛି ଯାହାକୁ ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ । ଆମେ ଆଜି ଏଠାରେ ସେହିଭଳି କିଛି ଖାଦ୍ୟ ବିଷୟରେ କହୁଛୁ ।

ତରଭୁଜ କିମ୍ବା ଖରଭୁଜ

ଏହି ୨ଟି ଫଳକୁ ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ । ଏହି ୨ଟି ଫଳରେ ପାଣି ପ୍ରଚୁର ରହିଥାଏ । ଯଦି ଆପଣ ଏହାକୁ ଖାଇବା ପରେ ପାଣି ପିଉଛନ୍ତି ତେବେ ଆପଣଙ୍କ ଆମାଶୟ ରେ ଅସୁବିଧା ହୋଇପାରେ l ତା ସହିତ ଏସିଡ଼ିଟି ,ବାନ୍ତି ,ଛାତି ଜ୍ବଳନ ସମସ୍ୟା ଦେଖାଦେଇ ପାରେ l

ଭଜା ବୁଟ ଓ ବାଦାମ

ଚଣା ,ବୁଟ ଓ ବାଦାମ ଭଜା ଖାଇବା ପରେ ପାଣି ପିଇବା ଉଚିତ ନୁହେଁ l କାରଣ ଏହିସବୁ ଜିନିଷକୁ ହଜମ କରିବା ପାଇଁ ଆମ ଶରୀରରେ ଥିବା ପାଚକାଗ୍ନି ଓ ଜଠରାଗ୍ନି ସାହାଯ୍ୟ କରିଥାଏ l ଯେବେକି ପାଣି ପିଇବା ଦ୍ୱାରା ଏହି ଅଗ୍ନି ଶାନ୍ତ ହୋଇଯାଏ l ଯାହାଦ୍ୱାରା ଏହିସବୁ ଜିନିଷ ଠିକ ରେ ହଜମ ହୋଇପାରେ ନାହିଁ ଯାହାଦ୍ୱାରା ପେଟରେ ଯନ୍ତ୍ରଣା ସୃଷ୍ଟି ହୋଇଥାଏ l

ଉଷୁମ କ୍ଷୀର ଓ ଚା

ଗବେଷଣାରୁ ଜଣା ପଡିଛି ଯେ ଗରମ ପାନୀୟ ପିଇବା ପରେ ପାଣି ପିଇବା ଉଚିତ ନୁହେଁ । ଏହାଦ୍ୱାରା ନାକରୁ ରକ୍ତ ପଡିଥାଏ । ଗରମ ଖାଦ୍ୟ ଖାଇବା ଏମିତିରେ କୁହାଯାଏ ଭୋଜନ କରିବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ । ଏହା ମଧ୍ୟ ସତ୍ୟ ଯେ ଗରମ ଖାଦ୍ୟ ଖାଇବା ପରେ ପାଣି ପିଇବା ଉଚିତ ନୁହେଁ କାରଣ ଏହାଦ୍ୱାରା ପାଚନ ତନ୍ତ୍ର ପ୍ରଭାବିତ ହୋଇଥାଏ । ତେଣୁକରି ଖାଇବାର ୩୦ ମିନିଟ ପରେ ପାଣି ପିଇବା ଜରୁରୀ ଅଟେ ।