Advertisment

ଓମିକ୍ରନ୍ ଲକ୍ଷଣ ଦେଖାଯାଉଛି କି ? କେମିତି କରିବେ ମୁକାବିଲା

ଦେଶରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍। ଏହି କିଛି ଦିନରେ ଏହା ହୁହୁ ହୋଇ ବଢୁଥିବା ଦେଖିବାକୁ ମିଳିଛି। ହେଲଥ୍ ଏକ୍ସପର୍ଟଙ୍କ କହିବା ମୁତାବକ ଓମିକ୍ରନ ଲକ୍ଷଣକୁ କମ୍ କରିବାର ସବୁଠୁ ଭଲ ଉପାୟ ହେଉଛି ଭ୍ୟାକ୍ସିନେସନ୍। କିନ୍ତୁ ଅନେକ ଭ୍ୟାକସିନ୍ ନେଇଥିବା ଲୋକେ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି। କିନ୍ତୁ ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ କ୍ଷେତ୍ରରେ ଲକ୍ଷଣ ଖୁବ୍ କମ୍ ରହିଛି ।

author-image
Pallipuspa Samal
ଅଦ୍ୟତନ ହୋଇଛି
omicron symptoms

omicron symptoms

ଯେଉଁମାନେ ଓମିକ୍ରନରେ ଆକ୍ରାନ୍ତ ହେଉଛନ୍ତି ତାଙ୍କୁ ଜଣା ନଥାଏ ସେମାନେ କେଉଁ ଖାଦ୍ୟ ଖାଇବେ, ଖାସ୍ କରି ଯେଉଁମାନଙ୍କୁ ଭୋକ ନ ଲାଗୁଛି। କାହିଁକି ନା ଭୋକ ନ ଲାଗିବା ବି ଓମିକ୍ରନର ଏକ ଲକ୍ଷଣ ।

Advertisment
  • ଡାକ୍ତରଙ୍କ କହିବା ଅନୁସାରେ, ଯେଉଁ ଲୋକେମାନେ ଓମିକ୍ରନ ଓ ଡେଲ୍ଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହେଉଛନ୍ତି ସେମାନଙ୍କୁ ଭୋକ କମ୍ ଲାଗେ।
  • ଓମିକ୍ରମ ହେବା ଦ୍ୱାରା ତଣ୍ଟି ଖୁବ୍ ଦର୍ଜ ହୋଇଥାଏ । ଏମିତିରେ କୌଣସି ଲିକ୍ୱିଡ୍ ଜାତୀୟ ଖାଦ୍ୟ ଖାଇଲେ ବି ତଣ୍ଟିରେ ଯନ୍ତ୍ରଣା ହୋଇଥାଏ । ଏମିତିକି ଗଳା ଦର୍ଜ ଓ ଭୋକ ନ ଲାଗିବା କାରଣରୁ ବି କିଛି ଖାଇବାକୁ ମନ ହୋଇନଥାଏ। କିନ୍ତୁ ସୁସ୍ଥ ହେବାକୁ ଶରୀର ନ୍ୟୁଟ୍ରିସନ୍ ପାଇବା ଖୁବ୍ ଜରୁରୀ।

ସଂକ୍ରମିତ ଖାଇବେ କଣ ଜାଣନ୍ତୁ

ଦହି:

ଓମିକ୍ରନରେ ଆକ୍ରାନ୍ତ ହେଲେ ଦହି ଖାଆନ୍ତୁ। ଦହି ତରଳ ଜାତୀୟ ଓ ନରମ୍ ହୋଇଥିବା କାରଣରୁ ଗଳାକୁ ଆରାମ୍ ମିଳିଥାଏ। ଏହା ସହ ଏଥିରେ ପ୍ରୋଟିନ୍ ଭରପୁର ମାତ୍ରାରେ ଥିବାରୁ ଭୋକ ଖୁବ୍ କମ୍ ଲାଗିଥାଏ।

Advertisment

ସୁପ୍:

ଗଳାକୁ ଆରମ୍ ଓ ପୋଷଣ ପାଇଁ ସୁପ୍ ଅତ୍ୟନ୍ତ ଭଲ। ଡାକ୍ତରଙ୍କ କହିବା ଅନୁସାରେ ସୁପରେ ପ୍ରଚୁର ପରିମାଣରେ ଇଲୋକ୍ରୋଲାଇଟ୍ ଅଛି। ଯାହା ସେବନ କରିବା ଖୁବ୍ ଉପକାରୀ ହୋଇଥାଏ। ଯଦି ଆପଣଙ୍କୁ ଅଧିକ ଭୋକ ଲାଗୁଛି ତାହେଲେ ସୁପରେ କିଛି ପରିବା ମିଶାଇ ପାରିବେ। ଏହାଦ୍ୱାରା ଶରୀରକୁ ଅଧିକ ପୋଷକ ତତ୍ତ୍ୱ ମିଳିବ ଯାହା ସଂକ୍ରମଣସହ ଲଢିବାକୁ ସାହାଯ୍ୟ କରିବ।
ଶାଗ:

ଏହି ସମୟରେ ଶାଗ ଖାଇବା ଅତ୍ୟନ୍ତ ଭଲ। କାହିଁକିନା ସାଗ ଜାତୀୟ ଖାଦ୍ୟ ଓମିକ୍ରନ ସଂକ୍ରମିତଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିପାଇଁ ଆପଣ ପାଳଙ୍ଗ, ପତ୍ରକୋବି, ଫୁଲ କୋବି ଆଦି ସେବନ କରି ପାରିବେ।
ପ୍ରୋଟିନ୍ ସେକ୍:

  • ଡାକ୍ତରଙ୍କ କହିବା ଅନୁସାରେ ଓମିକ୍ରନ୍ ଆକ୍ରାନ୍ତ ବ୍ୟକ୍ତି ସବୁବେଳେ ପ୍ରୋଟିନ୍ ସେକ୍ ସେବନ କରିବା ଉଚିଚ୍। ଏଥିପାଇଁ ଆପଣ ନିଜ ପସନ୍ଦର ପ୍ରୋଟିନ୍ ପାଉଡରକୁ କ୍ଷୀର କିମ୍ବା ପାଣିରେ ମିଶାଇ ସେବନ କରି ପାରିବେ।
  • ଡାକ୍ତରଙ୍କ କହିବା ଅନୁସାରେ ଓମିକ୍ରନ ଆକ୍ରାନ୍ତ ଲିକ୍ୱିଡ୍ ପଦାର୍ଥ ସେବନ କରିବା ନିହାତି ଜରୁରୀ। ସେଥିପାଇଁ ଇଲୋକ୍ଟ୍ରୋଲାଇଟ୍ସ ଥିବା ପାଉଡର ପିଇବା ବେଶ୍ ଭଲ। କିନ୍ତୁ ମନେ ରଖିବେ, ଆପଣ ଯାହାବି ଖାଉଛନ୍ତି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
Health News
Advertisment
Advertisment