• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ‘ଭିଟାମିନ୍-ସି’ ହାଇ ବ୍ଲଡ୍ ପ୍ରେସରକୁ କଣ୍ଟ୍ରୋଲ୍ କରିଥାଏ

  • ‘ଭିଟାମିନ୍-ସି’ ଓଜନ କମାଇବାରେ ସାହାଯ୍ୟ କରିଥାଏ

ଡାକ୍ତରମାନଙ୍କ ମତରେ’ଭିଟାମିନ୍-ସି’ ଏବଂ ଜିଙ୍କ କୋଭିଡ -୧୯ ରୋଗର ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ଏଥି ସହିତ, ଏକ ନୂତନ ଅନୁସନ୍ଧାନ ଅନୁଯାୟୀ ଥଣ୍ଡା ଏବଂ 'ଫ୍ଲୁ' ର ଗମ୍ଭୀରତାକୁ କମ୍ କରିବା କିମ୍ବା ମୁକାବିଲା କରିବା ପାଇଁ ଜିଙ୍କ୍ ଏବଂ ‘ଭିଟାମିନ୍-ସି’ ବ୍ୟବହାର କରିବା ଅତ୍ୟନ୍ତ ଲାଭଦାୟକ ଅଟେ । ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ଡାକ୍ତରଙ୍କ ଅନୁଯାୟୀ, ରୋଗୀଙ୍କୁ କରୋନା ଅବଧିରେ ‘ଭିଟାମିନ୍-ସି’ ଏବଂ ଜିଙ୍କ୍ ଟାବଲେଟ୍ ନେବାକୁ ପରାମର୍ଶ ଦିଆଯାଇଛି । ତେବେ ଚାଲନ୍ତୁ ଜାଣିବା ‘ଭିଟାମିନ୍-ସି’ ଆମ ଶରୀର ପାଇଁ କେତେ ଲାଭଦାୟକ ।

  • ଲେମ୍ବୁ, କମଳା, ଅଁଳା ପରି ସାଇଟ୍ରସ୍ ଫଳଗୁଡ଼ିକ ଭିଟାମିନ୍ ସି ର ପ୍ରାକୃତିକ ଉତ୍ସ । ଲେମ୍ବୁ 'ଭିଟାମିନ୍-ସି' ର ଏକ ଉତ୍ତମ ଉତ୍ସ । କମଳା ଖାଇବା ଦ୍ୱାରା 'ଭିଟାମିନ୍-ସି' ସହିତ ଫାଇବର୍ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ । ତେଣୁ କରୋନାର ଏହି ଅବଧିରେ, ଲୋକମାନେ 'ଭିଟାମିନ୍-ସି' ଯୁକ୍ତ ଏହି ଫଳ ବ୍ୟବହାର କରିବା ଉଚିତ ଯାହା ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରିଥାଏ ।
  • ଯଦି ଆପଣ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଚାହୁଁଛନ୍ତି, ତେବେ ସାଇଟ୍ରସ୍ ଫଳ ଖାଆନ୍ତୁ । ଏହି ସାଇଟ୍ରସ୍ ଫଳଗୁଡିକ ହେଉଛି କମଳା, ଲେମ୍ବୁ, ମାଲାଟା, ପିଜୁଳି, ଅଙ୍ଗୁର, ଅମୃତଭଣ୍ଡା, ତରଭୁଜ, ଷ୍ଟ୍ରବେରୀ ଏବଂ ପନିପରିବାରେ ବ୍ରୋକୋଲି ।
  • ‘ଭିଟାମିନ୍-ସି’ ହାଇ ବ୍ଲଡ୍ ପ୍ରେସରକୁ କଣ୍ଟ୍ରୋଲ୍ କରିଥାଏ । ଏହା ସ୍କିନ୍ ସ୍ମୁଥ କରିବା ସହିତ ମେଟାବଲିଜିମକୁ ମଧ୍ୟ ବଢାଇଥାଏ ।
  • ‘ଭିଟାମିନ୍-ସି’ ଓଜନ କମାଇବାରେ ସାହାଯ୍ୟ କରିଥାଏ ।
  • ଇମ୍ୟୁନିଟି ସିଷ୍ଟମକୁ ସୁସ୍ଥ ରଖିବା ପାଇଁ ଆପଣଙ୍କର ଖାଦ୍ୟପେୟରେ ‘ଭିଟାମିନ୍-ସି’କୁ ସାମିଲ କରୁନ୍ତୁ, ଯେପରିକି ଷ୍ଟ୍ରବେରୀ, ବ୍ରୋକଲି ଇତ୍ୟାଦି ।