/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643201284.jpg)
sneeze in the morning
ପ୍ରତେକ ଦିନ ସକାଳୁ ଉଠିବା ମାତ୍ରକେ ଯଦି ୪ -୫ଥର ଛିଙ୍କ ହେଉଛି ତେବେ ଏଭଳି ଏଲର୍ଜୀ ସମସ୍ୟା ଶରୀର ପାଇଁ ଠିକ ନୁହେଁ । ଏହିଭଳି ଏଲର୍ଜୀ ସମସ୍ୟା ଭବିଷ୍ୟତରେ ବଡ଼ ଧରଣର ଅସୁବିଧା କରି ପାରନ୍ତି । ତେବେ ଚାଲନ୍ତୁ ଜାଣିବା ଏହାକୁ ଦୂର କରିବା ଆବଶ୍ୟକ ।
Advertisment
- ଗୋଟିଏ କପି ପାଣିରେ ୨ରୁ ୩ ଚାମଚ ମେଥି ପକାନ୍ତୁ ,ଏହାକୁ କିଛି ସମୟ ଫୁଟାଇ ଉଷୁମ ଉଷୁମ ପିଅନ୍ତୁ । ଏହାଦ୍ୱାରା ଲାଭ ମିଳିବ ।
- ୨ରୁ୩ ଟି ପାନ ପତ୍ରକୁ ନେଇ ଏହାର ରସ ପ୍ରସ୍ତୁତ କରନ୍ତୁ । ସେଥିରେ ଅଧା ଚାମଚ ମହୁ ମିଶାଇ ପିଇବା ଦ୍ୱାରା କଫ ,ଏଲର୍ଜୀ ଓ ସର୍ଦି ସମସ୍ୟା ଦୁରେଇ ଯିବ । ଏହାକୁ ପ୍ରତେକ ଦିନ ସକାଳ ଓ ସନ୍ଧ୍ୟା ସମୟରେ ସେବନ କରନ୍ତୁ ।
- ଫ୍ଲେବୋନାଏଡ଼ ଓ ଆଣ୍ଟି ଅକ୍ସିଡେଣ୍ଟ ରେ ଭରପୁର କମଳା ,ଲେମ୍ବୁ ,ଅଙ୍ଗୁର ଆଦିକୁ ଖାଇବା ଦ୍ୱାରା ଇମ୍ୟୁନିଟି ବଢ଼ିବାରେ ସାହାଯ୍ୟ କରିଥାଏ । ଏଗୁଡିକ ସର୍ଦି ର ବ୍ୟାକ୍ଟେରିଆ ସହିତ ଲଢ଼ିବା ପାଇଁ ସାହାଯ୍ୟ କରି ଥାଆନ୍ତି । ଏହି ଫଳ ଗୁଡିକ ମଧ୍ୟରୁ ଗୋଟିଏ ଫଳ ପ୍ରତିଦିନ ଖାଆନ୍ତୁ ।
- ଆୟୁର୍ବେଦରେ ହଳଦୀର ଧୂଆଁ ସୂଂଗିବାକୁ ହର୍ବଲ ସ୍ନୋକିଂ କୁହାଯାଏ । କିଛି ହଳଦୀ ଗୁଣ୍ଡକୁ ଗରମ ତାୱା ଉପରେ ରଖି ସେହି ଧୂଆଁ କୁ ସୁଙ୍ଗନ୍ତୁ । ଏଲର୍ଜୀ ସମସ୍ୟା ଦୂର ହେବ ।
- ସଜନା ପତ୍ର ଓ ରସୁଣ କୁ ବାଟି ଗୋଟିଏ ଲେପ ପ୍ରସ୍ତୁତ କରନ୍ତୁ । ଏହାକୁ ଗୋଟିଏ ରୁମାଲ୍ ସାହାଯ୍ୟରେ ରଖି ସୂଂଗିବା ଦ୍ୱାରା ଏଲର୍ଜୀ ସମସ୍ୟା ଦୂର ହେବ । ସଜନା ପତ୍ର ସ୍ଥାନରେ ତୁଳସୀ ପତ୍ର ମଧ୍ୟ ବ୍ୟବହାର କରିପାରିବେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)