• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଠାରେ ୨ ବିଶେଷଜ୍ଞ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସ୍ତ୍ରୀ ରୋଗ ଓ ପ୍ରସୂତୀ ବିଭାଗରେ ଦେଖାଦେଇଛି ଅଚଳାବସ୍ଥା । ସାମାନ୍ୟ ରୋଗୀ ଓ ଗୁରୁତର ରୋଗୀ ଚିକିତ୍ସା ସେବା ପାଇଁ ଦହଗଞ୍ଜ ହେଉଛନ୍ତି । ଚିକିତ୍ସା ସୁବିଧା ନପାଇ ଗୁରୁତର ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ଜଣାପଡ଼ିଛି । ଚିକିତ୍ସା ପାଇଁ କାହାକୁ କେନ୍ଦୁଝର ତ ଆଉ କାହାକୁ କଟକ ବଡ ଡାକ୍ତରଖାନା ପଠା ଯାଉଛି ।

ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଡାକ୍ତରଙ୍କ ବିନା ହାହାକାର ପଡିଛି। ବ୍ୟାପକ ଭିତ୍ତିଭୂମି ଥାଇ ଚାରିଆଡ଼ ଏବେ ଖାଁ ଖାଁ । ମାତ୍ର ୭ଦିନ ପୂର୍ବରୁ ଏଠି ପ୍ରସୂତୀ ମହିଳା ଙ୍କ ଚିକିତ୍ସା ଠିକ୍ ଠାକ୍ ଚାଲିଥିଲା । ହେଲେ ପ୍ରଥମେ ଜଣେ ବିଭାଗୀୟ ବିଶେଷଜ୍ଞ ଡାକ୍ତର ଓ ପରେ ଜଣେ ମହିଳା ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବାରୁ ଅଚଳ ହୋଇପଡିଛି ସ୍ତ୍ରୀ ଓ ପ୍ରସୂତୀ ବିଭାଗ । ଚିକିତ୍ସା ପାଇଁ ଏଠାକୁ ଆସୁଥିବା ରୋଗୀଙ୍କୁ କେନ୍ଦୁଝର ଓ କଟକ ସ୍ଥାନାନ୍ତ କରୁଛନ୍ତି ମେଡିକାଲ କର୍ତ୍ତୁପକ୍ଷ ।

ଫଳରେ ଅଧିକ ଖର୍ଚ୍ଚାନ୍ତ ହେବା ସହ ହନ୍ତସନ୍ତ ହେଉଛନ୍ତି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ । ସମମୟ ଅଭାବରୁ ନିଜ ସମ୍ପର୍କୀୟ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ କେତେକ ଲୋକେ ନର୍ସିଂହୋମରେ ଭର୍ତ୍ତି କରି ହଜାର ହଜାର ଟଙ୍କା ଖର୍ଚ୍ଚାନ୍ତ ହେଉଛନ୍ତି ।

ଆନନ୍ଦପୁର ଠାରେ ଥିବା ଏହି ଚିକିତ୍ସାଳୟରେ କେବଳ ଯେ ଆନନ୍ଦପୁର ଲୋକେ ନିର୍ଭର କରନ୍ତି ତାହା ନୁହଁ ବରଂ କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ୍ , ହରିଚନ୍ଦପୁର ବ୍ଲକ୍ ସମେତ ପଡୋଶୀ ମୟୂରଭଞ୍ଜ ଜିଲ୍ଲା, ଯାଜପୁର ଓ ଭଦ୍ରକ ଜିଲ୍ଲା ଅନେକ ଅଞ୍ଚଳର ଲୋକେ ଏହା ଉପରେ ନିର୍ଭର କରିଥାନ୍ତି ।

ଏଠାରେ ଦିନକୁ ପ୍ରାୟ ଦୁଇଶହରୁ ଅଧିକ ପ୍ରସୂତୀଙ୍କ ଚିକିତ୍ସା ହେଉଥିବା ବେଳେ ଦିନକୁ ସାଧାରଣ ପ୍ରଶବ ଓ ଅସ୍ତ୍ରପ୍ରଚାର ଜରିଆରେ ହାରାହାରି ୧୦-୧୫ ଶିଶୁ ଜନ୍ମଲାଭ କରିଥାନ୍ତି । ଚିକିତ୍ସାସେବା ଦୃଷ୍ଟିରୁ ଅନେକ ଗୁରୁତ୍ୱ ବହନ କରୁଥିବା ଏହି ଡାକ୍ତରଖାନାର ପ୍ରସୂତୀ ବିଭାଗ ସମ୍ପର୍କରେ ଦେଖାଦେଇଥିବା ଆଚଳାବସ୍ତା ସମ୍ପର୍କରେ ଡାକ୍ତରଖାନା ସୁପରିଟେଣ୍ଟଙ୍କ ସହ ଯୋଗାଯୋଗ କରାଯାଇଥିଲା ।

ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର କରାଯାଉଥିବା କଥା ସ୍ୱୀକାର କରିବା ସହ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିବା କହିଛନ୍ତି । ସେପଟେ ରୋଗୀସେବାରେ ଲାଗିରହିଥିବା ସମସ୍ୟାକୁ କେନ୍ଦ୍ର କରି ସ୍ଥାନୀୟ ଲୋକେ ତୁରନ୍ତ ଡାକ୍ତର ଯୋଗାଇଦେବାକୁ ଦାବି କରିଛନ୍ତି ।

ଆନନ୍ଦପୁରରୁ ମୁନା ସିଂଙ୍କ ରିପୋର୍ଟ