Advertisment

ଆପଣ ଅପମିଶ୍ରିତ କ୍ଷୀର ପିଉଛନ୍ତି କି ? ଟ୍ରିକ୍ ଜାଣି ନିଜକୁ ରଖନ୍ତୁ ସୁରକ୍ଷିତ

ଆଜିକାଲି କ୍ଷୀରରେ କେବଳ ପାଣି ମିଶୁନାହିଁ ବରଂ ଅନେକ ପ୍ରକାର କେମିକାଲ୍ସର ଅପମିଶ୍ରଣ ହେଉଥିବା ଦେଖିବାକୁ ମିଳୁଛି। ଯାହାକି ଶରୀର ପାଇଁ ହାନିକାରକ। କ୍ଷୀର ପ୍ରତିଦିନ ଘରେ ବ୍ୟବହାର ହେଉଥିବା ବେଳେ ଏହାର ଯଦି ଅପମିଶ୍ରଣ ହୁଏ ତେବେ ଲୋକେ ରୋଗରେ ପଡ଼ିବା ନିଶ୍ଚିତ। ତେଣୁ ଘରେ ବସି ଆପଣ କିଣୁଥିବା କ୍ଷୀର ଅସଲି କି ନକଲି ଜାଣିପାରିବେ । ଏନେଇ କିଛି ଟ୍ରିକ୍‌ ସମ୍ପର୍କରେ ଜାଣନ୍ତୁ…

author-image
Pallipuspa Samal
ଅଦ୍ୟତନ ହୋଇଛି
Is the milk imported from the market

Is the milk imported from the market

ସିନ୍ଥେଟିକ୍‌ କ୍ଷୀର ଚିହ୍ନଟ: କ୍ଷୀରରେ ଅପମିଶ୍ରଣ ହୋଇଛି କି ନାହିଁ ଶୁଙ୍ଘି ଜାଣିହେବ। ଯଦି ଏଥିରୁ ସାବୁନ ଗନ୍ଧ ଆସୁଛି ତେବେ କ୍ଷୀର ସିନ୍ଥେଟିକ୍‌ ବୋଲି ଜାଣିଯିବେ। କ୍ଷୀରର କିଛି ବୁନ୍ଦା ଏକ ପାତ୍ରରେ ନେଇ ହଳଦି ମିଶାଇବେ। ଯଦି ହଳଦି ତୁରନ୍ତ ଗାଢ଼ା ନହୁଏ ତେବେ କ୍ଷୀରରେ ଅପମିଶ୍ରଣ ହୋଇଥିବା ସୁନିଶ୍ଚିତ।

Advertisment

କ୍ଷୀରରେ ଜଳ ମିଶ୍ରଣ:
ପ୍ରାୟତଃ କ୍ଷୀରରେ ପାଣି ମିଶିଥିବା ନେଇ ଲୋକେ ସନ୍ଦେହ କରିଥାନ୍ତି। ଏବେ ଘରେ ରହି କ୍ଷୀରରେ ପାଣି ମିଶିଛି କି ନାହିଁ ଜାଣିପାରିବେ। ପ୍ରଥମେ କ୍ଷୀରର ଏକ ବୁନ୍ଦା ଚିକ୍କଣ ପଥର ଉପରେ ପକାନ୍ତୁ । ବିଶୁଦ୍ଧ କ୍ଷୀର ଧିରେଧରେ ପଥର ଚଟାଣ ଉପରେ ଧଳା ଦାଗ ଦେଇ ବୋହିଯିବା ସହ ସେଥିରେ ମିଶିଥିବା ପାଣି ସାଧାରଣ ଭାବେ ବୋହିଯିବ।

ଦୁଗ୍ଧରେ ଡିଟରଜେଣ୍ଟ ଅପମିଶ୍ରଣ:
ପ୍ରଥମେ ସମାନ ପରିମାଣର କ୍ଷୀର ଏବଂ ପାଣି ନିଅନ୍ତୁ। ଏହାକୁ ଏକ ପାତ୍ରରେ ମିଶାଇ ହଲାନ୍ତୁ। ଯଦି ଏଥିରେ ଫେଣ ବାହାରିବା ସହ ବଡ଼ ବଡ଼ ଫଟୋକା ବା ବବଲ୍ସ୍ ବାହାରେ ତେବେ ନିଶ୍ଚିତ ହୋଇଯିବେ ଏଥିରେ ଡିଟରଜେଣ୍ଟ ମିଶ୍ରଣ ହୋଇଛି। କ୍ଷୀରରେ ଅଧିକ ମାତ୍ରାରେ ଡିଟରଜେଣ୍ଟ ମିଶ୍ରଣ ହୋଇଥିଲେ ଏହା କିଡନୀ, ଲିଭର ସହିତ ହରମୋନ୍ସକୁ କ୍ଷତି ପହଞ୍ଚାଇଥାଏ। ଏହା ବ୍ୟତୀତ ହାତ ପାପୁଲି​‌ରେ ଅଳ୍ପ ମାତ୍ରାରେ କ୍ଷୀର ନେଇ ଏହାକୁ ଘଷିଲେ ହାତ ଚିକ୍କଣ ଦେଖାଯିବ। ଯଦି ଏମିତି ହୁଏ ତେବେ କ୍ଷୀରରେ ଡିଟରଜେଣ୍ଟ ମିଶିଥିବା ନିଶ୍ଚିତ।

Advertisment

ୟୁରିଆ ବ୍ୟବହାର:
ଦୁଗ୍ଧକୁ ଗାଢ଼ କରିବା ପାଇଁ ୟୁରିଆର ଅପମିଶ୍ରଣ କରାଯାଏ। ତେବେ ଏହାକୁ ଜାଣିବା ପାଇଁ ଏକ ଚାମଚ କ୍ଷୀର ଏକ ଟେଷ୍ଟ ଟ୍ୟୁବରେ ନେଇ ଅଧା ଚାମଚ ସୋୟାବିନ କିମ୍ବା ହରଡ ଡାଲି ପାଉଡର ପକାଇ ଭଲ ଭାବେ ମିକ୍ସ କରନ୍ତୁ। କିଛି ସମୟ ପରେ ଏଥିରେ ଏକ ଲାଲ୍‌ ଲିଟମସ୍‌ ପେପର ପକାନ୍ତୁ। ଅଧା ମିନିଟ୍‌ ପରେ ଯଦି ପେପର ରଙ୍ଗ ଲାଲରୁ ନୀଳ ହୋଇଯାଏ ତେବେ କ୍ଷୀରରେ ୟୁରିଆ ମିଶିଛି ବୋଲି ଜାଣିବେ।

ଷ୍ଟାର୍ଚର ଅପମିଶ୍ରଣ:
ବଜାରରେ ଉପଲବ୍ଧ କ୍ଷୀରରେ ସବୁଠୁ ଅଧିକ ଷ୍ଟାର୍ଚ ମିଶିଥାଇପାରେ। ଏନେଇ ଜାଣିବାକୁ ହେଲେ ଏଥିରେ ଲୋଡାଇନ୍‌ ସଲ୍ୟୁସନ୍‌ର କିଛି ବୁନ୍ଦା ପକାନ୍ତୁ। ଯଦି ତାହା ନୀଳ ରଙ୍ଗର ହୋଇଯାଏ ତେବେ କ୍ଷୀର ଅପମିଶ୍ରିତ ହୋଇଥିବ ଏବଂ ଏଥିରେ ଷ୍ଟାର୍ଚ ଥିବ।

ଦୁଗ୍ଧର ରଙ୍ଗ ପରିବର୍ତ୍ତନ:
ଅସଲି କ୍ଷୀର ଷ୍ଟୋର କରିବା ପରେ ମଧ୍ୟ ଏହାର ରଙ୍ଗ ପରିବର୍ତ୍ତନ ହୋଇନଥାଏ। କିନ୍ତୁ ନକଲି କ୍ଷୀର କିଛି ସମୟ ପରେ ହଳଦିଆ ରଙ୍ଗରେ ବଦଳିଯାଏ। ଅସଲି କ୍ଷୀର ଗରମ କଲା ବେଳେ ରଙ୍ଗ ପରିବର୍ତ୍ତନ ହୁଏ ନାହିଁ। କିନ୍ତୁ ନକଲି କ୍ଷୀର ହଳଦିଆ ରଙ୍ଗର ହୋଇଯାଏ।

Health News
Advertisment
Advertisment