/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643113300.jpg)
Excess protein is harmful to the body
କିଛି ଲୋକ ପ୍ରୋଟିନ୍ କୁ ବହୁ ପରିମାଣରେ ଖାଇଥା’ନ୍ତି । ଯାହା ଆମ ଶରୀର ପାଇଁ କ୍ଷତିକାରକ । ତେବେ ଚାଲନ୍ତୁ ଜାଣିବା ଗୋଟିଏ ଦିନରେ କେତେ ପ୍ରୋଟିନ୍ ଖାଇବା ଉଚିତ୍ ।
Advertisment
- ବିଶେଷଜ୍ଞଙ୍କ ଅନୁଯାୟୀ, ଶରୀରରେ ଥିବା ପ୍ରୋଟିନ୍ ଆମର ନୂତନ କୋଷଗୁଡ଼ିକର ବୃଦ୍ଧିରେ ସାହାଯ୍ୟ କରେ । ତେଣୁ, ଯେଉଁମାନେ କଠିନ ପରିଶ୍ରମ କରନ୍ତି ନାହିଁ, ସେମାନେ ନିଜ ଶରୀରର ପ୍ରତ୍ୟେକ କିଲୋ ଓଜନ ପାଇଁ ପ୍ରତିଦିନ ୦.୭୫ ଗ୍ରାମ ପ୍ରୋଟିନ୍ ନେବା ଉଚିତ୍ ।
- ପ୍ରତିଦିନ ଜଣେ ପୁରୁଷକୁ ଅତି କମରେ ୫୫ ଗ୍ରାମ୍ ଏବଂ ମହିଳାକୁ ୪୫ ଗ୍ରାମ ପ୍ରୋଟିନ୍ ନିଜ ଖାଦ୍ୟରେ ସାମିଲ କରିବା ଉଚିତ୍ ।
- ଜଣେ ବ୍ୟକ୍ତିର ଗୋଟିଏ ଦିନରେ ମୋଟ କ୍ୟାଲୋରୀର ୨୦ ରୁ ୩୫ ପ୍ରତିଶତ ପ୍ରୋଟିନ୍ ରହିବା ଉଚିତ୍
- ବୃଦ୍ଧମାନଙ୍କୁ ଅଧିକ ପ୍ରୋଟିନ୍ ଆବଶ୍ୟକ ହୋଇଥାଏ, କାରଣ ମଣିଷ ଶରୀରର ମାଂସପେଶୀ ବୃଦ୍ଧ ହେବା ସହିତ ଦୁର୍ବଳ ହେବାକୁ ଲାଗିଥାଏ ।
- ଅନୁସନ୍ଧାନ ଅନୁଯାୟୀ, ବୃଦ୍ଧମାନଙ୍କୁ ଶରୀରର ଓଜନ ଅନୁଯାୟୀ କିଲୋଗ୍ରାମ ପ୍ରତି ୧.୨ ଗ୍ରାମ ପ୍ରୋଟିନ୍ ଗ୍ରହଣ କରିବା ଉଚିତ୍ ।
ପ୍ରୋଟିନ୍ କମ୍ ହେବାର ଲକ୍ଷଣ:
- ଯେତେବେଳେ ଶରୀରରେ ପ୍ରୋଟିନ୍ କମ୍ ହୋଇଥାଏ, ସେତେବେଳେ ଆମେ ଏନର୍ଜୀ କମ୍ ଅନୁଭବ କରିଥାଉ । ଆମେ ଶୀଘ୍ର କ୍ଳାନ୍ତ ଅନୁଭବ କରିଥାଉ । ଏହି ସମୟ ମଧ୍ୟରେ ମଣିଷର କେଶ ମଧ୍ୟ ଝଡିବା ଆରମ୍ଭ କରେ ।
- ଏହା ବ୍ୟତୀତ ନଖ ଦୁର୍ବଳ ହେବା, ଓଜନ ହ୍ରାସ, ଦୁର୍ବଳତା ଏବଂ ମୁଣ୍ଡବିନ୍ଧା ଭଳି ସମସ୍ୟା ହୋଇଥାଏ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)