Advertisment

ଖାଆନ୍ତୁ ପାଳଙ୍ଗ ଶାଗ, ରୁହନ୍ତୁ ସୁସ୍ଥ

ଏବେ ଶୀତଋତୁ ଚାଲିଛି। ଶୀତଦିନେ ସବୁଠାରୁ ଭଲ ଶାଗ ହେଉଛି ପାଳଙ୍ଗ। ଏହି ଋତୁରେ ହିଁ ପାଳଙ୍ଗ ଶାଗ ଅଧିକ ମିଳିଥାଏ। ଆଉ ଏହି ଋତୁରେ ସମସ୍ତେ ପାଳଙ୍ଗ ଶାଗ ନିହାତି ଖାଇବା ଉଚିତ୍। କାରଣ ଏଥିରେ ଅନେକ ଭିଟାମିନ୍ ରହିଛି। ତା’ ସହିତ ଏହାର ଅନେକ ଔଷଧୀୟ ଗୁଣ ରହିଛି, ଯାହା ଅନେକ ରୋଗରୁ ମୁକ୍ତି ଦେଇଥାଏ। ପାଳଙ୍ଗ ଶାଗ ଖାଇବା ଦ୍ୱାରା ଶରୀରର ଅନେକ ରୋଗର ଉପଶମ ହୋଇଥାଏ

author-image
Pallipuspa Samal
ଅଦ୍ୟତନ ହୋଇଛି
benefits palak

benefits palak

ପାଳଙ୍ଗ ଶାଗକୁ ଆପଣ ପିଆଜ ଦେଇ ଖରଡ଼ି ଖାଇପାରିବେ। ତା’ସହିତ ଏଥିରେ ଅନ୍ୟାନ୍ୟ ପନିପରିବା ଓ ପନିର ଆଦି ପକାଇ ବିଭିନ୍ନ ପ୍ରକାର ବ୍ୟଞ୍ଜନ ବି ତିଆରି କରିପାରିବେ। ଏପରିକି ପାଳଙ୍ଗ ସୁପ୍‌ ଓ ଜୁସ୍‌ ତିଆରି କରି ପିଇପାରିବେ। ତା’ହେଲେ ଆସନ୍ତୁ ଜାଣିବା ପାଳଙ୍ଗ ଶାଗ ଖାଇଲେ କ’ଣ ସବୁ ଉପକାର ମିଳିଥାଏ।

Advertisment
  • ମୁହଁରେ ହେଉଥିବା ବ୍ରଣ ଓ ତ୍ୱଚା ସମ୍ୱନ୍ଧୀୟ ଅନ୍ୟାନ୍ୟ ରୋଗକୁ ଭଲ କରିବା ପାଇଁ ପାଳଙ୍ଗ ସାହାଯ୍ୟ କରିଥାଏ।
  • ପାଳଙ୍ଗରେ ଆଇରନ୍‌, ଭିଟାମିନ୍‌ ଏ, ଫୋଲେଟ୍‌, ଭିଟାମିନ୍‌ ଇ, ମ୍ୟାଗ୍ନେସିୟମ୍‌, ଫାଇବର୍‌ ଓ ପ୍ରୋଟିନ୍‌ ତ୍ୱଚା ପାଇଁ ବେଶ୍‌ ଲାଭକାରୀ। ଏହି ସମସ୍ତ ତତ୍ତ୍ୱ ତ୍ୱଚାକୁ ସୁସ୍ଥ ରଖିବା ସହିତ ହାନିକାରକ ବ୍ୟାକ୍ଟେରିଆଠାରୁ ତ୍ୱଚାକୁ ରକ୍ଷା କରିଥା’ନ୍ତି।
  • ପ୍ରତିଦିନ ପାଳଙ୍ଗ ଶାଗ ଖାଇବା ଦ୍ୱାରା ତ୍ୱଚା ନରମ ହୋଇଥାଏ ।
  • ପାଳଙ୍ଗ ଖାଇଲେ ଶରୀରରେ ହେଉଥିବା ଜଳାପୋଡ଼ା ଓ ଯନ୍ତ୍ରଣା ମଧ୍ୟ କମ୍‌ ହୋଇଥାଏ। ଏହାର କାରଣ ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଇରନ୍‌ ପ୍ରଚୁର ମାତ୍ରାରେ ରହିଛି। ଏହା ଅଷ୍ଟିଓଆର୍ଥରାଇଟିସ୍‌ ରୋଗକୁ କମ୍ କରିବାରେ ବି ସାହାଯ୍ୟ କରିଥାଏ।
  • ଏଥିରେ ଥିବା ଆଇରନ୍‌ ଓ ମ୍ୟାଗ୍ନେସିୟମ୍‌ ଚିନ୍ତା ଓ ଦୁଃଖ ଦୂର କରିଥାଏ।
  • ପାଳଙ୍ଗ ଶାଗ ଖାଇଲେ ଛୋଟ ପିଲାଙ୍କର ବୁଦ୍ଧି ତୀକ୍ଷ୍ଣ ହେବା ସହିତ ସ୍ମରଣ ଶକ୍ତି ଭଲ ରହିଥାଏ।
  • ପାଳଙ୍ଗ ଖାଇଲେ ଶରୀରକୁ ଆବଶ୍ୟକ ମାତ୍ରାରେ ଫାଇବର୍‌ ମିଳିଥାଏ। ଫାଇବର୍‌ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ।
Health News
Advertisment
Advertisment