• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଶୀତଦିନରେ ଧୂଳି ଓ ଅପରିଷ୍କାର ଠାରୁ ଦୂରେଇ ରୁହନ୍ତୁ

  • ଆଲର୍ଜି ଲକ୍ଷଣ ଥିବା ଲୋକଙ୍କ ସହ ମିଶି ଖାଆନ୍ତୁ ନାହିଁ

କିଛି ଲୋକଙ୍କୁ ଶୀତ ଦିନ ବିଲକୁଲ ସୁଟ୍ କରେ ନାହିଁ । ଯାହାଫଳରେ ସେମାନଙ୍କର ଆଲର୍ଜି ହୋଇଯାଏ। ଶୀତ ଆରମ୍ଭ ହୋଇଗଲେ କିଛି ଜଣଙ୍କର ନାକରେ ଆଲର୍ଜି ହୋଇଯାଏ । ଏହାସହ ସ୍କିନ ବା ଚର୍ମରେ ଆଲର୍ଜି ମଧ୍ୟ ହୋଇଯାଏ । ତେବେ ଚାଲନ୍ତୁ ଜାଣିବା ଏହାର ଉପଚାର ।

  • ନାକରେ ହେଉଥିବା ଆଲର୍ଜିକୁ ନାଜାଲ ବ୍ରୋଙ୍କିଅଲ ଆଲର୍ଜି କୁହାଯାଏ। ଲୋକଙ୍କୁ ଏହି ଆଲର୍ଜି ଧୂଳି ମାଟି କାରଣରୁ ହୋଇଥାଏ।
  • ଲୋକଙ୍କର ସ୍କିନ ଆଲର୍ଜି ଏକ ବହୁତ ବଡ଼ ସମସ୍ୟା। ଫଙ୍ଗସ୍‌ କାରଣରୁ ଏହି ସମସ୍ୟା ଦେଖାଯାଏ ।
  •  କିଛି ଜଣଙ୍କର ଶୀତ ଦିନରେ ସ୍କିନ ଡ୍ୟାମେଜ ହୋଇଯାଇଥାଏ । ସୂର୍ଯ୍ୟଙ୍କ ହାନିକାରକ କିରଣ ସ୍କିନ ସମସ୍ୟାକୁ ବଢ଼ାଇବାରେ ସାହାଯ୍ୟ କରେ । ଏହାକୁ ଆମେ ସନ୍‌ ଆଲର୍ଜି ମଧ୍ୟ କହିପାରିବା ।
  • ଯେଉଁମାନେ ପ୍ରଥମରୁ ଆଲର୍ଜି ସହ ଲଢ଼ୁଛନ୍ତି ସେମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇଁ ଆଣ୍ଟି ହିଷ୍ଟାମାଇନ ଔଷଧର ସେବନ କରାଯାଏ । କିନ୍ତୁ ଏହାପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ ନେବା ଜରୁରୀ । ଯଦି ଜଣେ ଆସ୍ଥମା ସହ ପୀଡ଼ିତ ଅଛନ୍ତି ତେବେ ସେମାନେ ଡାକ୍ତରଙ୍କ ସହ ସମ୍ପର୍କ କରି ଔଷଧ ଖାଇବା ଜରୁରୀ

କଣ କଲେ ହେବ ନାହିଁ ଆଲର୍ଜି:

  • ଶୀତଦିନରେ ଧୂଳି ଓ ଅପରିଷ୍କାର ଠାରୁ ଦୂରେଇ ରୁହନ୍ତୁ।
  • ଆଲର୍ଜି ଲକ୍ଷଣ ଥିବା ଲୋକଙ୍କ ସହ ମିଶି ଖାଆନ୍ତୁ ନାହିଁ। ତାଙ୍କର କୌଣସି ଜିନିଷକୁ ବ୍ୟବହାର କରନ୍ତୁ ନାହିଁ।
  • ଏହିଦିନରେ ଫଳ, ସବୁଜ ପନିପରିବା, ଗାଜର, କମଳା ଆଦିର ସେବନ କରନ୍ତୁ ନାହିଁ।
  • ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ।
  • ସମୟ ସମୟ ପରେ ହାତକୁ ଧୁଅନ୍ତୁ।
  • ସ୍କିନ ଆଲର୍ଜିରୁ ମୁକ୍ତି ପାଇଁ ଆପଣ ରାତିରେ ଶୋଇବା ଆଗରୁ ସ୍କିନ ମଏଶ୍ଚରାଇଜର ନିୟମିତ ଲଗାନ୍ତୁ।
  • ଏହିଦିନ ନିଜ ଖାଇବା ପିଇବାରେ ଭଲ ଭାବେ ଧ୍ୟାନ ଦିଅନ୍ତୁ। ସେହି ସବୁଖାଦ୍ୟକୁ ବିଲକୁଲ ବି ଖାଆନ୍ତୁ ନାହିଁ। ଯାହା ଦ୍ୱାରା ଆପଣଙ୍କର ଆଲର୍ଜି ହୁଏ।