ଅଧିକାଂଶ ଲୋକଙ୍କର ପ୍ରାୟତଃ ଚିକେନ୍ ଖାଇବା ବହୁତ ପସନ୍ଦ । ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଚିକେନ ଖାଇବାକୁ ଭଲପାଆନ୍ତି । କହିବାକୁ ଗଲେ ଚିକେନରେ ଅଲଗା ଅଲଗା ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରାଯାଇପାରେ । ଏଥିରୁ ପ୍ରୋଟିନ୍ ସମେତ କେତେକ ପୃଷ୍ଟିସାର ଜାତୀୟ ତତ୍ତ୍ୱ ମିଳିଥାଏ । କିନ୍ତୁ ଅତ୍ୟଧିକ ଚିକେନ ଖାଇବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ଓ କ୍ଷତିକାରକ ହୋଇଥାଏ ।
Also Read
ଓଜନ ବୃଦ୍ଧି:
ପ୍ରତିଦିନ ଚିକେନ ଖାଇବା ଦ୍ୱାରା ଶରୀରର ଓଜନ ବୃଦ୍ଧି ହୋଇଥାଏ । ତେବେ ଚିକେନ ବିରିୟାନୀ, ବଟର ଚିକେନ, ଫ୍ରାଏଡ୍ ଚିକେନରେ ଅଧିକ ମାତ୍ରାରେ କ୍ୟାଲୋରି ରହିଥାଏ । ଏଥିପାଇଁ ସପ୍ତାହରେ ଥରେ ଚିକେନ ଖାଇବା ଉଚିତ୍ ।
କୋଲେଷ୍ଟ୍ରଲ ଲେବଲ ବୃଦ୍ଧି ହୋଇଥାଏ:
- ଯଦି ସଠିକ୍ ଭାବରେ ଚିକେନ ଖାଇବେ ତାହାଲେ କୋଲେଷ୍ଟ୍ରଲ୍ ସ୍ତର ବଢିନଥାଏ । ତାହା ନିର୍ଭର କରିଥାଏ କି କେଉଁ ମାତ୍ରାରେ ଏବଂ କେତେ ପରିମାଣରେ ଆପଣ ଚିକେନ ଖାଉଛନ୍ତି ।
- ଯଦି ଡିପ୍ ଫ୍ରାଏଡ୍ ଚିକେନ ଖାଇବାକୁ ପସନ୍ଦ କରନ୍ତି ତାହାଲେ କୋଲେଷ୍ଟ୍ରଲ ସ୍ତର ବଢିପାରେ ।
- ଆମେରିକନ୍ ଜର୍ନାଲ ଅଫ୍ କ୍ଲିନିକାଲ ନ୍ୟୁଟ୍ରିସନର ଏକ ରିପୋର୍ଟ ଅନୁଯାୟୀ ଧଳା ଚିକେନ୍ ନାଲି ମାଂସ ପରି କୋଲେଷ୍ଟ୍ରଲ ବଢାଇଥାଏ । ତେବେ କୋଲେଷ୍ଟ୍ରଲକୁ କାବୁ କରି ରଖିବା ପାଇଁ ସିଝା ଯାଇଥିବା ଚିକେନ୍, ଗ୍ରିଲ୍ଡ କିମ୍ବା ସେକା ହୋଇଥିବା ଚିକେନ୍ ଖାଇବା ଉଚିତ୍ ।
ଅତ୍ୟଧିକ ଗରମ୍ ଖାଦ୍ୟ:
ଚିକେନ୍ ଗରମ ଥିଲେ ତାହା ବେଶୀ ସ୍ୱାଦିଷ୍ଟ ଲାଗିଥାଏ । କିନ୍ତୁ ଗରମ ଖାଇବା ଦ୍ୱାରା ଶରୀରର ତାପମାତ୍ରା ବଢାଇ ଥାଏ। ପ୍ରତିଦିନ ଚିକେନ ଖାଇବା ଦ୍ୱାରା କିଛ ଲୋକଙ୍କ ନାକରୁ ପାଣି ବାହାରି ଥାଏ । ଯଦି ଚିକେନ ଖାଇବା ସମୟରେ ନାକରୁ ପାଣି ବାହାରୁଛି, ତାହାଲେ କିଛି ଦିନ ପର୍ଯ୍ୟନ୍ତ ଚିକେନ ନଖାଇବା ଉଚିତ୍ ।
ସଂକ୍ରମଣ ହେବାର ଆଶଙ୍କା:
ଚିକେନର ଅଧିକ ଖାଇବା ଦ୍ୱାରା ମୂତ୍ରନଳୀରେ ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ କିଛି ମାତ୍ରାରେ ଚିକେନରେ ଇ-କୋଲାଇ ଜୀବାଣୁ ରହିଥାଏ । ଯାହାଫଳରେ ଅଧିକ ମାତ୍ରାରେ ଚିକେନ୍ ଖାଇବା ଦ୍ୱାରା ମୂତ୍ରନଳୀରେ ସଂକ୍ରମଣ ହୋଇଥାଏ ।