Advertisment

ଅଣ୍ଡା ଚୋପାକୁ ଅଦରକାରୀ ଭାବି ଫୋପାଡି ଦେଉଛନ୍ତି କି ? କରନ୍ତୁ ଏହିସବୁ ସମସ୍ୟାର ସମାଧାନ

ପ୍ରୋଟିନରେ ଭରପୁର ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଅତି ଲାଭଦାୟକ ବୋଲି କୁହାଯାଏ , କିନ୍ତୁ ଆମେ ଏହି ଅଣ୍ଡାର ଚୋପାକୁ ଫିଙ୍ଗି ଦେଇଥାଉ ଯାହାକୁ ଆମେ ଅଳିଆ ବୋଲି ଭାବୁଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଯେଉଁ ଅଣ୍ଡା ଚୋପାକୁ ଆପଣ ଫୋପାଡି ଦେଉଛନ୍ତି ଏହା ଆପଣଙ୍କର ଦୈନଦିନ ଜୀବନର କିଛି ସମସ୍ୟାକୁ ଦୂର କରିଥାଏ ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Health Benefits Of Eggshells

Egg

ପ୍ରୋଟିନରେ ଭରପୁର ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଅତି ଲାଭଦାୟକ ବୋଲି କୁହାଯାଏ। କିନ୍ତୁ ଆମେ ଏହି ଅଣ୍ଡାର ଚୋପାକୁ ଫିଙ୍ଗି ଦେଇଥାଉ, କାରଣ ଆମେ ଏହାକୁ ଅଳିଆ ବୋଲି ଭାବୁଥାଏ । କିନ୍ତୁ କ’ଣ ଆପଣ ଜାଣିଛନ୍ତି ଯେଉଁ ଅଣ୍ଡା ଚୋପାକୁ ଆପଣ ଫୋପାଡି ଦେଉଛନ୍ତି ଏହା ଆପଣଙ୍କର ଦୈନନ୍ଦିନ ଜୀବନର କିଛି ସମସ୍ୟାକୁ ଦୂର କରିଥାଏ । ଅଣ୍ଡାର ଚୋପା ଆମ ଦୈନନ୍ଦିନ ଜୀବନରେ ଅନେକ କାମରେ ଆସିଥାଏ । ତେବେ ଏହାକୁ ବହୁତ କମ୍ ଲୋକେ ଜାଣିଥିବା । ତେବେ ଚାଲନ୍ତୁ ଜାଣିବା ଅଣ୍ଡା ଚୋପା କେତେ ଉପକାରୀ ।

Advertisment
  • ଅଧିକ ଅସନା ଓ କଳା ହୋଇଯାଇଥିବା ବାସନକୁ ଅଣ୍ଡା ଚୋପା ଦ୍ୱାରା ଖୁବ୍ ସହଜରେ ସଫା କରାଯାଇଥାଏ ।
  • ଆପଣ ଯେକୌଣସି ବାସନ ମଜା ଲିକ୍ୱିଡ୍‌ ବ୍ୟବହାର କରୁଛନ୍ତି ସେଥିରେ କିଛି ପରିମାଣରେ ଅଣ୍ଡା ଚୋପା ଗୁଣ୍ଡ ପକାନ୍ତୁ ଏବଂ ଭଲ ଭାବରେ ମିଶାଇ ନିଅନ୍ତୁ । ଏହି ମିଶ୍ରଣରେ ଆପଣ ତେଲଯୁକ୍ତ ଓ କଳା ବାସନକୁ ମାଜିବା ଦ୍ୱାରା ସଫା ହୋଇଯାଇଥାଏ ।
  • ଅଣ୍ଡା ଚୋପାର ବ୍ୟବହାର ତ୍ଵଚା ସମ୍ବନ୍ଧିତ ସମସ୍ୟା ପାଇଁ ମଧ୍ୟ କରାଯାଇଥାଏ । ବିଶେଷଜ୍ଞଙ୍କ ମତରେ ଅଣ୍ଡା ଚୋପା ତ୍ଵଚାରେ ବ୍ୟବହାର କରିବା ଦ୍ଵାରା ତ୍ଵଚାରେ ଚମକ ଆସିଥାଏ ।

ଅଧିକ ପଢ଼ନ୍ତୁ: ଫଳରେ ଲୁଣ ପକାଇ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ୍

  • ପ୍ରଥମେ ଅଣ୍ଡା ଚୋପାକୁ ଖରାରେ ଭଲରେ ଶୁଖାଇ ଦିଅନ୍ତୁ ଏବଂ ଭଲରେ ଗୁଣ୍ଡକରି ନିଅନ୍ତୁ । ତାପରେ ଏଥିରେ କିଛି ଭିନେଗାର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏହି ପେଷ୍ଟକୁ ତ୍ୱଚାରେ ଲଗାଇବା ଦ୍ୱାରା ତ୍ଵଚାର ବିଭିନ୍ନ ସମସ୍ୟା ଦୂର ହୋଇଥାଏ ।
  • ଅସନା ଲୁଗାପଟାକୁ ସଫା କରିବା ପାଇଁ ଅଣ୍ଡା ଚୋପାର ବ୍ୟବହାର କରାଯାଇଥାଏ । ଲୁଗାର ଚମକ ବଢ଼ାଇବାରେ ଅଣ୍ଡା ଚୋପା ସାହାଯ୍ୟ କରିଥାଏ ।
  • ଗୋଟିଏ ବାଲ୍ଟିରେ କିଛି ଅଣ୍ଡା ଚୋପାର ଗୁଣ୍ଡ ନେଇ ପକାନ୍ତୁ ,ପରେ ଏଥିରେ ପାଣି ଢ଼ାଳନ୍ତୁ ,ଏହାର ଚମକ ପାଇଁ ଲୁଗାକୁ ରାତିସାରା ସେହି ପାଣିରେ ବୁଡାଇ ରଖନ୍ତୁ । ସକାଳୁ ସେହି ଲୁଗାକୁ ସଫା କାରଣରୁ ଦେଖିବେ ଲୁଗାପଟାର ଚମକ ବଢିଯିବ ।
  • ଅଣ୍ଡା ଚୋପାକୁ ପରିବାପତ୍ର ନିକଟରେ ଓ ଅନ୍ୟ ଶସ୍ୟ ଜାତୀୟ ନିକଟରେ ରଖିବା ଦ୍ୱାରା ପୋକ ହୋଇନଥାଏ । 
  • ଘରୁ ଝିଟିପିଟିକୁ ବାହାର କରିବା ପାଇଁ ଅଣ୍ଡା ଚୋପାର ବ୍ୟବହାର କରାଯାଏ । ଯେଉଁ ସ୍ଥାନରେ ଝିଟିପିଟି ହେଉଛନ୍ତି ସେହି ସ୍ଥାନରେ ଅଣ୍ଡା ଚୋପା ଗୁଣ୍ଡ ଛିଞ୍ଚିବା ଦ୍ୱାରା ଝିଟିପିଟି ଦୂରେଇ ଯାଇ ଥାଆନ୍ତି ।
Advertisment
Egg Health Tips
Advertisment
Advertisment