Advertisment

କେବଳ ୪୩ଜଣଙ୍କ ଠାରେ ଦେଖିବାକୁ ମିଳେ ଏହି ଗୋଲ୍ଡେନ୍‌ ବ୍ଲଡ୍

ସାଧରଣତଃ ସମସ୍ତେ ଜାଣନ୍ତି ଯେ ବ୍ଲଡ୍‌ ଗ୍ରୁପ କେବଳ ଚାରିଟି ରହିଛି । କିନ୍ତୁ ଏପରି ଏକ ବ୍ଲଡ ଗ୍ରୁପ ମଧ୍ୟ ଅଛି ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଥାନ୍ତି । କାରଣ ଏହି ବ୍ଲଡ୍‌ ଗ୍ରୁପ ଖୁବ୍ କମ୍ ଲୋକଙ୍କଠାରେ ହିଁ ଦେଖିବାକୁ ମିଳିଥାଏ । ଏହି ମୂଲ୍ୟବାନ ଗୋଲ୍ଡେନ୍‌ ବ୍ଲଡ କେବଳ ଖୁବ୍‌ ଅଳ୍ପ ଲୋକ ଅର୍ଥାତ୍‌ ପୁରା ବିଶ୍ୱରେ କେବଳ ୪୩ ଜଣଙ୍କଠାରେ ଦେଖିବାକୁ ମିଳିଛି ।

author-image
Pallipuspa Samal
ଅଦ୍ୟତନ ହୋଇଛି
The Golden Blood is found in only 43 people

The Golden Blood is found in only 43 people

ଏହି ବ୍ଲଡ ଗ୍ରୁପର ପ୍ରକୃତ ନାମ ହେଉଛି ଆରଏଚ୍‌ ନଲ୍‌ । ଏହା ମୁଲ୍ୟବାନ ହୋଇଥିବା ହେତୁ ବୈଜ୍ଞାନିକମାନେ ଏହାର ନାମ ଗୋଲ୍ନ୍ଡେନ ବ୍ଲଡ୍ ରଖିଛନ୍ତି।

Advertisment
  • ଏକ ରିପୋର୍ଟ ଅନୁଯାୟୀ, କୁହାଯାଇଛି ଯେ ସାରା ବିଶ୍ୱରେ କେବଳ ଏହି ଗୋଲ୍ଡେନ୍‌ ବ୍ଲଡ ଗ୍ରୁପ ୪୩ ଜଣ ଲୋକଙ୍କ ପାଖରେ ଏହା ଦେଖିବାକୁ ମିଳିଛି । ଏହା ପ୍ରଥମେ ୧୯୬୧ ମସିହାରେ ଚିହ୍ନଟ କରାଯାଇଥିଲା ।
  • ଯେତେବେଳେ ଜଣେ ସ୍ଥାନୀୟ ଅଷ୍ଟ୍ରେଲୀୟ ଗର୍ଭବତୀ ମହିଳାଙ୍କ ରକ୍ତ ନମୁନାର ପରୀକ୍ଷା କରାଯାଇଥିଲା। ଏହି ରକ୍ତ ଅତ୍ୟନ୍ତ ଉପଯୋଗୀ, କାରଣ ଦରକାର ପଡିଲେ ଏହା ଯେକୌଣସି ବ୍ଲଡ ଗ୍ରୁପ ପାଇଁ ଆବଶ୍ୟକ ହୋଇପାରେ ।
  • ଏହି ବ୍ଲଡ ସେହି ଲୋକଙ୍କ ଶରୀରରେ ମିଳିଥାଏ ଯାହାର ଆରଏଚ୍‌ ଫ୍ୟାକ୍ଟର୍ ଶୂନ୍ୟ ହୋଇଥାଏ ।
  • ଏହା ଲୋହିତ ରକ୍ତ କଣିକାରୁ ମିଳୁଥିବା ଆରଏଚ୍‌ ଫ୍ୟାକ୍ଟର୍ ହେଉଛି ଏକ ବିଶେଷ ପ୍ରକାରର ପ୍ରୋଟିନ୍।
  • ଯଦି ଏହି ପ୍ରୋଟିନ୍ ଆରବିସିରେ ରହିଥାଏ, ତେବେ ବ୍ଲଡ ଆରଏଚ୍‌ ପଜିଟିଭ୍ ହୋଇଥାଏ ।
  • ଯଦି ଏହି ପ୍ରୋଟିନ୍ ସେହି ସମୟରେ ନଥାଏ ତାହାଲେ ବ୍ଲଡ ଆରଏଚ୍‌ ନେଗେଟିଭ୍‌ ହୋଇଥାଏ । ଏଥିପାଇଁ ଏହି ପ୍ରୋଟିନକୁ ଆରଏଚ୍‌ ଆଣ୍ଟିଜେନ୍‌ ମଧ୍ୟ ଆଣ୍ଟିଜେନ କୁହାଯାଏ ।
Health News
Advertisment
Advertisment