• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Subhas Chandra Bose Jayanti 2025
Subhas Chandra Bose Jayanti 2025: ଏମିତି ଥିଲା ସ୍ଲୋଗାନ, ଜଙ୍ଗଲୀ ନିଆଁ ପରି ସାରା ଦେଶରେ ବ୍ୟାପିଯାଉଥିଲା

ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ବ୍ରିଟିଶ ସରକାରରେ ସେବା କରିବାକୁ ମନା କରିଦେଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ଜାପାନ ଏବଂ ଜର୍ମାନୀର ସହଯୋଗରେ "ଆଜାଦ ହିନ୍ଦ୍‌ ଫୌଜ୍‌" ପ୍ରତିଷ୍ଠା କରିଥିଲେ।

Prayagraj Kumbh Mela Before and After Pictures
MahaKumbh 2025: ମହାକାଶରୁ କେମିତି ଦେଖାଯାଉଛି ମହାକୁମ୍ଭ ମେଳା, ସଂଗମ କ୍ଷେତ୍ରର ଫଟୋ ଜାରିକଲା ଇସ୍ରୋ

କୁମ୍ଭମେଳା ପାଇଁ ପ୍ରସ୍ତୁତି ପୂର୍ବରୁ ଓ ପ୍ରସ୍ତୁତି ପରେ କେମିତି ଦେଖାଯାଉଛି ପ୍ରୟାଗରାଜର ସଂଗମ ସ୍ଥଳ ସେହି ଫଟୋ ଜାରି କରିଛି ଇସ୍ରୋ ।

Devotees dressed as deities at Triveni Sangam at Maha Kumbh Mela Prayagraj
Maha Kumbh Mela 2025: ମହାକୁମ୍ଭ ମେଳାରେ ବେଶ ପରମ୍ପରା, ଦେଖନ୍ତୁ କାହାର ଚେହେରା କେମିତି

ବିଚିତ୍ର ଏ ଦେଶ, ବିଚିତ୍ର ଏହାର ଧର୍ମ ପରମ୍ପରା। ୪୫ ଦିନ ଧରି ଚାଲିବାକୁ ଥିବା ମହାକୁମ୍ଭ ମେଳା ୨୦୨୫ ପାଇଁ ରଙ୍ଗୀନ ହୋଇଉଠିଛି ଉତ୍ତର ପ୍ରଦେଶର ପ୍ରୟାଗରାଜ ସହର। ଭକ୍ତ ଓ ସାଧୁମାନେ ବିଚିତ୍ର ବେଶରେ ନିଜକୁ ସଜେଇବା ମଧ୍ୟ ଏକ ମାନସିକ ପୂଜାରେ ଯାଏ। ଦେଖନ୍ତୁ କିଛି ଦୃଶ୍ୟ।

Ram Lala's Pran Pratishtha
Ram Lala's Pran Pratishtha: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ,ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼

ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ। ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଗତବର୍ଷ ଆଜିର ଦିନରେ ଗର୍ଭଗୃହରେ ମର୍ଯାଦା ପୁରୁଷ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା।

ଯମୁନା ନଈର ଇତିହାସ
Mahakumbh 2025: କାଳର ଭଉଣୀ, ମୋକ୍ଷର ଦେବୀ : ପୁରାଣରେ ଗଙ୍ଗା ଠାରୁ ଅଧିକ ମହତ୍ତ୍ୱ ରଖେ ଯମୁନା ନଦୀ...

ମହାଭାରତରେ ଯମୁନାକୁ ପବିତ୍ରତାର ଦେବୀ ଓ ସମସ୍ତ ଜୀବଙ୍କ ଉଦ୍ଧାରର ସ୍ରୋତ ଭାବରେ ବର୍ଣ୍ଣନା କରାଯାଇଛି । ଯମୁନା କୂଳରେ ତପସ୍ୟା କରୁଥିବା ଋଷିମାନଙ୍କୁ ମହାନ ପୁଣ୍ୟ ପ୍ରାପ୍ତ ହୋଇଥିବା ଉଲ୍ଲେଖ ହୋଇଛି । ଯମୁନା ନଦୀ ଭାରତୀୟ ସଂସ୍କୃତି ଓ ଇତିହାସର ଏକ ମହତ୍ୱପୂର୍ଣ୍ଣ ଅଂଶ । ପାହାଡ଼ରେ ଥିବା ଚାରି ଧାମ ମଧ୍ୟରୁ ପ୍ରମୁଖ ଧାମ ଯମୁନା ନଦୀର ଉତ୍ପତ୍ତି ସ୍ଥଳ, ଯାହାକୁ ଯମୁନୋତ୍ରୀ ଧାମ କୁହାଯାଏ । ଗଙ୍ଗା ସହିତ ସମାନ ଯମୁନା ମଧ୍ୟ ଭାରତୀୟ ଜୀବନ ପଦ୍ଧତିର ଜୀବନରେଖା ।

Kalijai Temple History
Kalijai Temple History: ନୀଳାମ୍ବୁ ଚିଲିକାର ମଧ୍ୟ ଭାଗରେ ବିରାଜିଥିବା ମାଆ କାଳୀଜାଇଙ୍କ ପୀଠର ଇତିହାସ..

ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଚାହୁଁଥିଲେ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ । ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରର ଏକ ଅନନ୍ୟ ପର୍ଯ୍ୟଟନସ୍ଥଳୀ ଗଞ୍ଜାମ ଜିଲ୍ଲାର ମାଆ କାଳୀଜାଈଙ୍କ ପୀଠ ।

Lifestyle of Female Naga Sadhu
Mahakumbh 2025: ମହିଳା ନାଗାସାଧୁଙ୍କ ରହସ୍ୟମୟ ଦୁନିଆ: ଜଟିଳ ଜୀବନଶୈଳୀ, କଠୋର ତପସ୍ୟା ଭିତରେ ମିଳେ ଆଧ୍ୟାତ୍ମିକ ଶାନ୍ତି

କୁମ୍ଭ ମେଳାରେ ପୁରୁଷ ନାଗା ସାଧୁଙ୍କ ପରି ମହିଳା ନାଗାମାନେ ଶାହି ସ୍ନାନ କରିଥାନ୍ତି । ସେମାନଙ୍କ ରହିବା ପାଇଁ ଅଲଗା ଅଲଗା ଆଖଡା ବ୍ୟବସ୍ଥା କରାଯାଇଛି । ତେବେ ପୁରୁଷ ନାଗା ସାଧୁମାନେ ସ୍ନାନ ପରେ ନଦୀରେ ବୁଡ ପକାଇବା ପାଇଁ ଯାଇଥାନ୍ତି । ଆଖଡାରେ ମହିଳା ନାଗା ସାଧୁମାନଙ୍କୁ ମାଆ, ଅବଧୂତାନୀ ବା ନାଗିନ ବୋଲି କହିଥାନ୍ତି । ଏମାନେ ସାଧାରଣତଃ ଜଙ୍ଗଲରେ ଏବଂ ଆଖଡାରେ ରୁହନ୍ତି ।

  • Sunday, 19 January 2025
Fire Breaks Out At The Maha Kumbh Mela 2025
Fire Breaks Out At The Maha Kumbh Mela 2025: ପ୍ରୟାଗରାଜ ମହାକୁମ୍ଭ ମେଳାରେ ଭୟଙ୍କର ଅଗ୍ନିକାଣ୍ଡ...

ପ୍ରୟାଗରାଜ ମହାକୁମ୍ଭ ମେଳାରେ ଭୟଙ୍କର ଅଗ୍ନିକାଣ୍ଡ। ଶାସ୍ତ୍ରୀ ବ୍ରିଜ୍ ନିକଟ କ୍ୟାମ୍ପରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ।

mahakumbh 2025 iitian baba
Mahakumbh 2025: ଆଶ୍ରମ ଛାଡି ଚାଲି ଯାଇଥିଲେ 'ଆଇଆଇଟିଆନ୍' ବାବା, ଫେରି ଆସି ଦେଲେ କଡା ଜବାବ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଦେଶ ବିଦେଶର ସାଧୁସନ୍ଥମାନେ ଯୋଗ ଦେଇଛନ୍ତି । ତେବେ ଏହି ଭିଡ଼ ଭିତରେ ଚର୍ଚ୍ଚାକୁ ଆସିଲେ 'ଆଇଆଇଟିଆନ' ବାବା ।  ପ୍ରୟାଗରାଜରେ ଚର୍ଚ୍ଚିତ ଚେହେରା ଭାବେ ସୋସିଆଲ୍ ମିଡ଼ିଆରେ ଢେର୍ ସାରା ପ୍ରଶଂସା ସାଉଁଟି ଥିଲେ ଆଇଆଇଟିଆନ ବାବା । ବାବାଙ୍କ ସହ ଚର୍ଚ୍ଚାରେ ଥିଲା ତାଙ୍କ ଦରମା ଏବଂ କ୍ୟାରିୟର ।

 Mona Lisa Maha Kumbh
Indore Viral Girl Monalisa: କୁମ୍ଭମେଳାରେ ବିମୋହିତ କରୁଛି ମୋନାଲିସାଙ୍କ ଆଖି; ଭିଡ ଭିତରେ ବି ସମସ୍ତଙ୍କୁ କରୁଛନ୍ତି ଆକର୍ଷିତ...

Mona Lisa Maha Kumbh: ତ୍ତରପ୍ରଦେଶର ମହାକୁମ୍ଭ ମେଳାରୁ ପ୍ରତିଦିନ କାହାରି ନା କାହାରି କାହାଣୀ ଶୁଣିବାକୁ ମିଳୁଛି । ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି । ଏବେ ମହାକୁମ୍ଭ ଜଣେ ମାଳା ବିକୁଥିବା ଝିଅ ଖୁବ ଭାଇରାଲ ହେଉଛି । ନା ହେଉଛି ମୋନାଲିସା ବନଜାରା । 

Muscular Baba
Kumbha Mela Muscular Baba: ଉଚ୍ଚତା ୭ ଫୁଟ୍, ବଡି ବିଲଡର ଭଳି ଚେହେରା; ମହାକୁମ୍ଭର ଆକର୍ଷଣ ‘ମସ୍କୁଲାର୍ ବାବା’

ବର୍ତ୍ତମାନ, ଆତ୍ମ ​​ପ୍ରେମ ଗିରି ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ସାମିଲ ହୋଇଛନ୍ତି। ତାଙ୍କର ଶରୀର ଓ ମୁହଁର ସ୍ୱତନ୍ତ୍ର ଚମକ ତାଙ୍କୁ ମେଳାରେ ଏକ ସ୍ୱତନ୍ତ୍ର ପରିଚିତି ଦେଇଛି। ସେ ଘଣ୍ଟା ଘଣ୍ଟା ବ୍ୟାୟାମ କରିବାକୁ ଭଲ ପାଆନ୍ତି, ଯାହା ତାଙ୍କର ଆକର୍ଷଣୀୟ ଲୁକ୍ ର ରାଜ୍।

କୁମ୍ଭମେଳାକୁ ଗାଡ଼ି ନାହିଁ !
ପ୍ରୟାଗରାଜ ମହାକୁମ୍ଭ ମେଳାକୁ ଯିବାକୁ ଓଡିଶାରୁ ସବୁ ବାଟ ବନ୍ଦ

ପ୍ରୟାଗରାଜ ମହାକୁମ୍ଭ ମେଳାକୁ ଯିବାକୁ ଓଡିଶାରୁ ସବୁ ବାଟ ବନ୍ଦ । ୭ଟି ସ୍ବତନ୍ତ୍ର ଟ୍ରେନ୍ ଚାଲୁଥିବା ସତ୍ତ୍ବେ କେଉଁଥିରେ ଟିକେଟ୍ ମିଳୁନି । ତେଣେ ଓଏସଆରସିଟି ବସରେ ଯିବାକୁ ଲୋକ ହାଉଜାଉ ତ ଭୁବନେଶ୍ବରରୁ ବିମାନ ସଂଖ୍ୟା ବି ସମୁଦ୍ରକୁ ଶଙ୍ଖେ। ଫ୍ଲାଇଟ୍ ଫେୟାର ବି ହାଇଚାର୍ଜ। ଏଭଳି ସ୍ଥିତିରେ ଶ୍ରଦ୍ଧାଳୁ ସବୁଆଡୁ ନିରାଶ ହେବା ପରେ ପ୍ରୟାଗରାଜକୁ ପରିବହନ ସୁବିଧା ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ଗୁହାରି କରିଛନ୍ତି। ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାର ବିଚାର କରୁଛନ୍ତି।... 

7 crore devotees take holy dip in six days
Maha Kumbh 2025: ଗୋଟିଏ ପରେ ଗୋଟିଏ ରେକର୍ଡ କରୁଛି ମହାକୁମ୍ଭ ୨୦୨୫

ମହାକୁମ୍ଭର ପ୍ରଥମ ଦୁଇ ଦିନରେ ୫.୨୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଥିଲେ । ତେବେ ଏହି ମେଳାରେ ଜାନୁଆରୀ ୧୫ ରେ ୪୦ ଲକ୍ଷ ଏବଂ ୧୬ ତାରିଖ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୩୦ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇ ଥିବା ବେଳେ ଏଥିରେ ବୁଡ଼ ପକାଇଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୭ କୋଟି ପାର କରିଛି ।

କିପରି ନିର୍ଦ୍ଧାରଣ ହୁଏ କୁମ୍ଭର ସ୍ଥାନ
Mahakumbh 2025 : କୁମ୍ଭ, ଅର୍ଦ୍ଧକୁମ୍ଭ, ପୂର୍ଣ୍ଣ କୁମ୍ଭ ଓ ମହାକୁମ୍ଭ ମଧ୍ୟରେ ପାର୍ଥକ୍ୟ କ’ଣ...

କୁମ୍ଭରେ ସ୍ନାନ ଓ ଦାନ ଆଦି କଲେ ଶତ ଅଶ୍ୱମେଧ ଯଜ୍ଞର ଫଳପ୍ରାପ୍ତି ହୋଇଥାଏ ତଥା ଆଉ ପୃଥିବୀ ପୃଷ୍ଠରେ ଜନ୍ମ ହୋଇ ଘାଣ୍ଟି ହେବାକୁ ପଡ଼େନି ବୋଲି କୁହାଯାଏ । କୁମ୍ଭମେଳା ଦେଶ ବିଦେଶରୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ଭାରତର ପବିତ୍ର ନଦୀ କୂଳକୁ ଆକର୍ଷିତ କରିଥାଏ। ଏହି ଆୟୋଜନ ଆଧ୍ୟାତ୍ମିକତା, ପରମ୍ପରା ଓ ସମ୍ପ୍ରଦାୟର ଏକ ପର୍ଯ୍ୟାୟ ଅଟେ ।

ବାବାଙ୍କୁ ଦେବାକୁ ପଡ଼େ କଠିନ ପରୀକ୍ଷା
Mahakumbh 2025: ଆଖଡ଼ାରେ ବି ଅଛି ‘ପ୍ରମୋସନ ଓ ଆପ୍ରେଜାଲ’ ବ୍ୟବସ୍ଥା, ଜାଣନ୍ତୁ କିପରି ବଣ୍ଟାହୁଏ ପଦପଦବୀ

୧୨ ବର୍ଷର କଠିନ ତପସ୍ୟା ପରେ ଜଣେ ସାଧୁଙ୍କୁ ନାଗାର ସଜ୍ଞା ପ୍ରାପ୍ତ ହୋଇଥାଏ । ଏହି ପଦବୀ ପାଇବା ପରେ ଆଖଡ଼ାର ଦାୟିତ୍ୱବାନ ଅଧିକାରୀ ହୋଇଯାଆନ୍ତି ନାଗା ସାଧୁ । ବୈଷ୍ଣବ ଆଖଡ଼ାର ପରମ୍ପରା ଅନୁସାରେ ରକମୀ ସାଧୁଙ୍କୁ ନିଜର ବଡ଼ ବନ୍ଦଗିଦାରଙ୍କ ଠାରୁ ଆରମ୍ଭ କରି ମହାଅତୀତ ସାଧୁଙ୍କ ସେବା କରିବାକୁ ପଡ଼େ । ବନ୍ଦଗୀଦାର କୋଠି ଓ ଭଣ୍ଡାରର ବ୍ୟବସ୍ଥା କରନ୍ତି, ବାଡ଼ି ଉଠାଇବା ଓ ଶାସ୍ତ୍ରର ଶିକ୍ଷା ଗ୍ରହଣ କରିବା ତାଙ୍କର କାର୍ଯ୍ୟ ହୋଇଥାଏ । ସେମାନେ ମନ୍ଦିରର ଦେଖାରଖା ସହ ଖାଦ୍ୟବ୍ୟବସ୍ଥା ମଧ୍ୟ ଦେଖନ୍ତି ।

Lingaraj
Lingaraj Temple Row: ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର କମିଟି, ଅବସରପ୍ରାପ୍ତ ଜଜ୍ ରହିବେ ଅଧ୍ୟକ୍ଷ

ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହେବ । ସମସ୍ତ ନିଯୋଗଙ୍କ ସହ ଆଲୋଚନା କରି ନୀତିକାନ୍ତି ଉପରେ ବିଚାର କରିବ କମିଟି। ବିଭିନ୍ନ ନିଯୋଗ ପାଖରେ ଥିବା ଭିନ୍ନ ଭିନ୍ନ ସେବା ଏବଂ ରେକର୍ଡ ଯାଞ୍ଚ କରାଯିବ ।

୪ କୋଟି ଟଙ୍କାରେ ନିଲାମ ହେଲା କୁମ୍ଭମେଳା ଚିଠି
Mahakumbh 2025: ୪.୩୨ କୋଟି ଟଙ୍କାରେ ନିଲାମ ହେଲା ଷ୍ଟିଭ ଜବ୍ସଙ୍କ ଚିଠି: କୁମ୍ଭ ମେଳା ଆସିବା ପାଇଁ ବନ୍ଧୁଙ୍କୁ ଲେଖିଥିଲେ ମନର କଥା

ଷ୍ଟିଭ ଜବ୍ସ ଏହି ଚିଠିକୁ ତାଙ୍କ ୧୯ତମ ଜନ୍ମଦିନର ପାଳର ଦିନକ ପୂର୍ବରୁ ବାଲ୍ୟ ବନ୍ଧୁ ଟିମ ବ୍ରାଉନଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ । ଏତେ କମ ବୟସରେ ସେ କେତେ ଆଧ୍ୟାତ୍ମବାଦୀ ଥିଲେ ଏବଂ କେତେ ଆତ୍ମବିଶ୍ଳେଷଣ କରୁଥିଲେ ଏହି ଚିଠିରୁ ତାହାର ଝଲକ ଦେଖିବାକୁ ମିଳେ । ଷ୍ଟିଭ ଜବ୍ସ ଜୈନ ବୌଦ୍ଧ ଧର୍ମ ଉପରେ ଖୁବ ବିଶ୍ୱାସ ରଖୁଥିଲେ ଏବଂ ସେ କୁମ୍ଭମେଳାରେ ଯୋଗ ଦେବା ପାଇଁ ଭାରତ ଯିବାକୁ ଚାହୁଁଥିଲେ ବୋଲି ଏହି ଚିଠିରେ ଉଲ୍ଲେଖ କରିଛନ୍ତି ।

କୁମ୍ଭମେଳାର ଇତିହାସ
Mahakumbh 2025: ପ୍ରଥମ ଥର ପାଇଁ କେବେ ଓ କେଉଁଠାରେ ଅନୁଷ୍ଠିତ ହୋଇଥିଲା ମହାକୁମ୍ଭ ?

ମହାକୁମ୍ଭ ଇତିହାସ ବହୁତ ପୁରୁଣା । କେତେକ ଗ୍ରନ୍ଥ ଅନୁଯାୟୀ, ସତ୍ୟଯୁଗରୁ ପ୍ରଥମ କୁମ୍ଭମେଳା ଆୟୋଜିତ ହୋଇଥିବା ବିଶ୍ୱାସ କରାଯାଏ । ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଏହି ଭବ୍ୟ ମେଳା । ଆଉ କିଛି ଲୋକଙ୍କ ଅନୁସାରେ, ସମୁଦ୍ର ମନ୍ଥନ ପରେ ପରେ ଆରମ୍ଭ ହୋଇଥିଲା କୁମ୍ଭମେଳା । ଏ ବିଷୟରେ ବିସ୍ତୃତ ସୂଚନା ଉପଲବ୍ଧ ନାହିଁ । ପଣ୍ଡିତମାନଙ୍କ ଅନୁଯାୟୀ କୁମ୍ଭର ପରମ୍ପରା ହଜାରେ ବର୍ଷ ପୁରୁଣା।

Indian Army Day 2025
Indian Army Day 2025: ଏହି ଦିନ ଦେଶର ସେନାର ନେତୃତ୍ୱ ଜଣେ ଭାରତୀୟଙ୍କ ହାତକୁ ଆସିଥିଲା

‘ଭାରତୀୟ ସେନା ଦିବସ’ ପାଳନ ପାଇଁ ଏହି ଦିନ କାହିଁକି ଠିକ ହେଲା? ଆମେ କାହିଁକି କେବଳ ୧୫ ଜାନୁଆରୀରେ ‘ଭାରତୀୟ ସେନା ଦିବସ’ ପାଳନ କରୁ? ଭାରତୀୟ ସେନାର ଗୌରବମୟ ଇତିହାସ କ’ଣ ଆସନ୍ତୁ ଜାଣିବା।

Maha kumbh
ସଂଗମନଗରୀରେ ମହାସମାଗମ

ସଂଗମନଗରୀରେ ମହାସମାଗମ । ମହାକୁମ୍ଭ ପାଇଁ ଉଠୁଛି ପଡ଼ୁଛି ଉତ୍ତରପ୍ରଦେଶର ପ୍ରୟାଗରାଜ । ଗଙ୍ଗା, ଯମୁନା ଓ ରହସ୍ୟମୟୀ ସରସ୍ବତୀର ମିଳନ ସ୍ଥଳରେ ଆଜି ବୁଡ଼ ପକାଇବାର ଦିବ୍ୟ ଅନୁଭବ ଲଭିଛନ୍ତି ସାଢ଼େ ୩ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ। କାରଣ ଗତକାଲି ମହାକୁମ୍ଭ ଆରମ୍ଭ ହୋଇଥିଲେ ବି, ଆଜି ଥିଲା ପ୍ରଥମ ଶାହିସ୍ନାନ, ଯାହାକୁ ଅମୃତ ସ୍ନାନ ଭାବେ ଘୋଷଣା କରାଯାଇଛି ।

Maha kumbh
Maha Kumbh 2025: ପ୍ରଥମ ସାହି ସ୍ନାନରେ ସାମିଲ ହେଲେ ସାଢେ ୩ କୋଟି ଶ୍ରଦ୍ଧାଳୁ

ମହାକୁମ୍ଭ ପାଇଁ ଉଠୁଛି ପଡ଼ୁଛି ଉତ୍ତରପ୍ରଦେଶର ପ୍ରୟାଗରାଜ। ଗଙ୍ଗା, ଯମୁନା ଓ ରହସ୍ୟମୟୀ ସରସ୍ବତୀର ମିଳନ ସ୍ଥଳରେ ଆଜି ବୁଡ଼ ପକାଇବାର ଦିବ୍ୟ ଅନୁଭବ ଲଭିଛନ୍ତି ସାଢ଼େ ୩ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ।

Mahakumbh Mela
Mahakumbh 2025: ବରଦାନ ନୁହେଁ ଅଭିଶାପର ପରିଣାମ କୁମ୍ଭମେଳା

ବର୍ତ୍ତମାନ ଲୋକଙ୍କ ପାଇଁ ବରଦାନ ପାଲଟିଥିବା ତ୍ରିବେଣୀ ସଂଗମ ଏକ ଅଭିଶାପରୁ ଆରମ୍ଭ ହୋଇଥିଲା । ଦେବତାଙ୍କୁ ମିଳିଥିଲା ଏ ଅଭିଶାପ, କିନ୍ତୁ ସମୟ ଗଡ଼ିବା ସଙ୍ଗେ ସଙ୍ଗେ ପୁଣ୍ୟତୋୟା ତ୍ରିଧାରାଙ୍କ ମିଳନସ୍ଥଳୀ ଏବେ ଶ୍ରଦ୍ଧାଳୁଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି ।

Kumbh Mela
Mahakumbh 2025: ମହାକୁମ୍ଭ ମେଳା ପାଇଁ ଭାରତୀୟ ରେଳ ବିଭାଗର ସ୍ୱତନ୍ତ୍ର ପ୍ରସ୍ତୁତି , ଗଡ଼ିବ ୩୦୦୦ ସ୍ୱତନ୍ତ୍ର ଟ୍ରେନ୍

ବିଶ୍ୱ ପ୍ରସିଦ୍ଧ ‘ମହାକୁମ୍ଭ ମେଳା ୨୦୨୫’ର ଭବ୍ୟ ଆୟୋଜନରେ ଯୋଗଦେବା ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ୨୦୧୯ ଅର୍ଦ୍ଧ କୁମ୍ଭ ତୁଳନାରେ ସାଢେ ଚାରି ଗୁଣ ଅଧିକ ଟ୍ରେନର ବ୍ୟବସ୍ଥା କରାଯାଇଛି ।

Sadhvi Harsha Richaria
Mahakumbh 2025: ସୁନ୍ଦରତାକୁ ନେଇ ଚର୍ଚ୍ଚାରେ ସାଧ୍ୱୀ, ୨ ବର୍ଷ ତଳେ ନେଇଥିଲେ ଦୀକ୍ଷା

ସାକ୍ଷାତକାରର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବା ପରେ ଏହା ପଛର ବାସ୍ତବ ସତ୍ୟ ସାମ୍ନାକୁ ଆସିଥିଲା। ବାସ୍ତବରେ ଏହି ମହିଳା ଜଣଙ୍କ ସାଧ୍ୱୀ ନୁହଁନ୍ତି ବରଂ ଜଣେ କଣ୍ଟେଣ୍ଟ କ୍ରିଏଟର ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ବୋଲି ପ୍ରମାଣିତ ହୋଇଥିଲା।

IITian Baba
Kumbha Mela IITian Baba: ମହାକୁମ୍ଭରେ IITian ବାବା; କେମିତି ହେଲେ ଇଞ୍ଜିନିୟରରୁ ସାଧୁ, ଜାଣନ୍ତୁ ରୋଚକ କାହାଣୀ...

୧୪୪ ବର୍ଷ ପରେ ପୂର୍ଣ୍ଣ ମହାକୁମ୍ଭ ପାଳିତ ହେଉଥିବାରୁ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି । ତେବେ ଏହି ମେଳାରେ ଏବେ ବେଶ୍ ଭାଇରାଲ ହେଉଛନ୍ତି ସବୁବେଳେ ହସି ହସି କଥା ହେଉଥିବା 'ଆଇଆଇଟିଆନ୍ ବାବା' ।