Advertisment

Lingaraj Temple Row: ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର କମିଟି, ଅବସରପ୍ରାପ୍ତ ଜଜ୍ ରହିବେ ଅଧ୍ୟକ୍ଷ

ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହେବ । ସମସ୍ତ ନିଯୋଗଙ୍କ ସହ ଆଲୋଚନା କରି ନୀତିକାନ୍ତି ଉପରେ ବିଚାର କରିବ କମିଟି। ବିଭିନ୍ନ ନିଯୋଗ ପାଖରେ ଥିବା ଭିନ୍ନ ଭିନ୍ନ ସେବା ଏବଂ ରେକର୍ଡ ଯାଞ୍ଚ କରାଯିବ ।

author-image
Saroj Kumar Jena
ଅଦ୍ୟତନ ହୋଇଛି
Bhubaneswar Lingaraj Temple Row

Lingaraj

ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଗଠନ ହେବ ସ୍ବତନ୍ତ୍ର କମିଟି। ଜଣେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହେବ । ସମସ୍ତ ନିଯୋଗଙ୍କ ସହ ଆଲୋଚନା କରି ନୀତିକାନ୍ତି ଉପରେ ବିଚାର କରିବ କମିଟି। ବିଭିନ୍ନ ନିଯୋଗ ପାଖରେ ଥିବା ଭିନ୍ନ ଭିନ୍ନ ସେବା ଏବଂ ରେକର୍ଡ ଯାଞ୍ଚ କରାଯିବ । ଦୁଇରୁ ତିନି ମାସ ଭିତରେ ସରକାରଙ୍କୁ କମିଟି ରିପୋର୍ଟ ପ୍ରଦାନ କରିବେ । ତାପରେ ସ୍ୱତ୍ତ୍ବଲିପି ପ୍ରସ୍ତୁତ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ସେହିପରି ଖୁବଶୀଘ୍ର ଆସିବ ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ।

Advertisment

ଅଧିକ ପଢନ୍ତୁ: ଖୋର୍ଦ୍ଧାରୁ HMPV ରୋଗୀ ଚିହ୍ନଟ ପ୍ରସଙ୍ଗ; ଏନେଇ ବଡ଼ ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ...

ନୂଆ ଆଇନ ପାଇଁ କେନ୍ଦ୍ର ସରକାର ଯେଉଁ ସ୍ପଷ୍ଟୀକରଣ ମାଗିଥିଲେ ତାହା ପ୍ରସ୍ତୁତ ସରିଛି। ବଦଳିବା ପରେ ଡ୍ରାଫଟ ହୋଇଛି। ତାହା କେନ୍ଦ୍ର ସରକାର ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଯିବ। ବହୁତ ଶୀଘ୍ର ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ଆସିବ ଓ ନୀତିକାନ୍ତିକୁ ବ୍ୟବସ୍ଥିତ କରାଇବା ପାଇଁ ଯାହା ଆବଶ୍ୟକ ସରକାର କରିବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ କାରଣରୁ ଲିଙ୍ଗରାଜଙ୍କ ନୀତିକାନ୍ତି ୩ ଦିନ ବାଧାପ୍ରାପ୍ତ ହୋଇଥିଲା।

Advertisment

ମକର ସଂକ୍ରାନ୍ତି ପୂର୍ବ ଦିନ ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ବିଜେ ହେବା ପରେ ମହାସୁଆରଙ୍କ ଦ୍ୱାରା କ୍ଷୀର ଆଉଟା ହୋଇଥିଲା। ଆଜି ମକର ଚାଉଳରେ ଏ କ୍ଷୀରକୁ ବ୍ୟବହାର କରାଯାଇଥାନ୍ତା। ହେଲେ ମହାସୁଆର ଓ ବଡ଼ୁ ନିଯୋଗ ମଧ୍ୟରେ ଏ ନୀତିକୁ କରିବାକୁ ନେଇ ଟଣାଓଟରା ପରିସ୍ଥିତି ଉପୁଜିଥିଲା। ଫଳରେ ଠାକୁର ସେମିତି ମକର ମଣ୍ଡପରେ ରହିଥିଲେ। ତେବେ ସକାଳୁ ମନ୍ଦିର ଖୋଲା ହୋଇଥିବାରୁ ଭକ୍ତ ଭିତରକୁ ଯାଉଛନ୍ତି କିନ୍ତୁ ଠାକୁରଙ୍କ ନୀତି ଠପ୍ ହୋଇପଡ଼ିଛି।।

ପବିତ୍ର ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ ହେବା ପରେ ମହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ । ମକର ସଂକ୍ରାନ୍ତି ନିମନ୍ତେ ଘୃତ କମଳ ଲାଗି ହୁଏ । କିନ୍ତୁ ପୁନର୍ବାର ବଡୁ ସେବାୟତ ଏକା ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ । ଯେଉଁଥିପାଇଁ ମହାପ୍ରଭୁ ଲିଙ୍ଗରାଜ ମକର ମଣ୍ଡପରେ ବସି ରହିଥିଲେ।

ଅଧିକ ପଢନ୍ତୁ: ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର; ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହି ଜିଲ୍ଲାରେ ଲାଗୁ...

Bhubaneswar Lingaraj Temple
Advertisment
Advertisment