Advertisment

Kumbha Mela IITian Baba: ମହାକୁମ୍ଭରେ IITian ବାବା; କେମିତି ହେଲେ ଇଞ୍ଜିନିୟରରୁ ସାଧୁ, ଜାଣନ୍ତୁ ରୋଚକ କାହାଣୀ...

୧୪୪ ବର୍ଷ ପରେ ପୂର୍ଣ୍ଣ ମହାକୁମ୍ଭ ପାଳିତ ହେଉଥିବାରୁ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି । ତେବେ ଏହି ମେଳାରେ ଏବେ ବେଶ୍ ଭାଇରାଲ ହେଉଛନ୍ତି ସବୁବେଳେ ହସି ହସି କଥା ହେଉଥିବା 'ଆଇଆଇଟିଆନ୍ ବାବା' ।

author-image
Sonali Ojha
ଅଦ୍ୟତନ ହୋଇଛି
IITian Baba at Mahakumbh 2025

IITian Baba

ଉତ୍ତରପ୍ରଦେଶରପ୍ରୟାଗରାଜରେଆରମ୍ଭ ହୋଇଯାଇଛି ଭାରତୀୟ ସଂସ୍କୃତି, ଚେତନା ଓ ବିଶ୍ବାସର ମହାପର୍ବ ତଥା ବିଶ୍ବର ସର୍ବବୃହତ ଆଧ୍ୟାତ୍ମିକ ମେଳା ‘ମହାକୁମ୍ଭ-୨୦୨୫’। ବିଶ୍ବାସ ରହିଛି ଏହି ମେଳାରେ ପବିତ୍ର ନଦୀରେ ସ୍ନାନ କରିବା ଦ୍ୱାରା ଅତୀତରେ କରାଯାଇଥିବା ପାପରୁ ମୁକ୍ତି ମିଳିଥାଏ । ସେଥିପାଇଁ ଏହି ମେଳାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ । ଏହା ବାଣିଜ୍ୟର ଏକ ଉତ୍ସବ ମଧ୍ୟ । ଯେଉଁଥିରେ ଅନେକ ମେଳା, ଶିକ୍ଷା, ସନ୍ଥମାନଙ୍କ ଦ୍ୱାରା ଧାର୍ମିକ ପ୍ରବଚନ,ସନ୍ନ୍ୟାସୀଙ୍କ ସାମୂହିକ ସମାବେଶ ମଧ୍ୟ ହୋଇଥାଏ । ଏଥର ଦୀର୍ଘ ୧୪୪ ବର୍ଷ ପରେ ପୂର୍ଣ୍ଣ ମହାକୁମ୍ଭ ପାଳିତ ହେଉଥିବାରୁ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି । ତେବେ ଏହି ମେଳାରେ ଏବେ ବେଶ୍ ଭାଇରାଲ ହେଉଛନ୍ତି ସବୁବେଳେ ହସି ହସି କଥା ହେଉଥିବା 'ଆଇଆଇଟିଆନ୍ ବାବା' ।

Advertisment

ଆଧ୍ୟାତ୍ମିକତା ପାଇଁ ବିଜ୍ଞାନ ଛାଡିଥିବା ଏହି ବାବାଙ୍କ ଶିକ୍ଷାଗତ ଯୋଗ୍ୟତା ଶୁଣିଲେ ଆପଣ ବି ତାଜୁବ୍ ହୋଇଯିବେ । ଏକ ଜାତୀୟ ଗଣମାଧ୍ୟମର ସାମ୍ବାଦିକ ଏହି ବାବାଙ୍କ ସାକ୍ଷାତକାର ନେବା ସମୟରେ ବାବାଙ୍କ ଶିକ୍ଷା ସମ୍ବନ୍ଧରେ ପ୍ରଶ୍ନ କରିଥିଲେ । ତେବେ ବାବାଙ୍କ ଉତ୍ତର ଶୁଣିବା ପରେ ସାମ୍ବାଦିକ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବାବାଙ୍କ ଇଣ୍ଟରଭ୍ୟୁ ନେବା ସମୟରେ ସାମ୍ବାଦିକ କହିଥିଲେ, ଆପଣ ବହୁତ ଶିକ୍ଷିତ ଭଳି ଲାଗୁଛନ୍ତି । ଏହାର ଉତ୍ତରରେ ବାବା କହିଥିଲେ, ସେ ଆଇଆଇଟି ବମ୍ବେରେ ଏରୋସ୍ପେସ୍ ଇଞ୍ଜିନିୟରିଂ ପଢ଼ିଛନ୍ତି ।

ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ମୌନ ବାବା; ୪୧ ବର୍ଷ ଧରି କଥା ହୋଇନାହାନ୍ତି; କେବଳ ଚା’ ପିଇ ବଞ୍ଚିଛନ୍ତି

Advertisment

ତେବେ ଏହାପରେ ବାବାଙ୍କ ସାକ୍ଷାତକାର ନେଉଥିବା ସାମ୍ବାଦିକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବାବାଙ୍କ କହିବା ଅନୁସାରେ, ସେ ହରିୟାଣାରେ ଜନ୍ମଗ୍ରହଣ କରିଥିଲେ ଏବଂଆଇଆଇଟି (IIT) ବମ୍ବେରେ ଚାରି ବର୍ଷ ଏରୋସ୍ପେସ୍ ଇଞ୍ଜିନିୟରିଂ ପଢିଥିଲେ । ଏହା ପରେ ସେ ଆର୍ଟସ ପଢିବା ସହ  'ଡିଜାଇନରେ' ମାଷ୍ଟର୍ସ ଡିଗ୍ରୀ ହାସଲ କରିଥିଲେ। ବାବା କହିଛନ୍ତି ଯେ, ,ସେ ଜୀଵନର ଅର୍ଥ ଖୋଜିବା ପାଇଁ ଇଞ୍ଜିନିୟରିଂ ପଢିବା ସମୟରେ ଦର୍ଶନ ପାଠ୍ୟକ୍ରମ - ପୋଷ୍ଟ ମଡର୍ଣ୍ଣିଜିମ୍ ଭଳି ପାଠ ମଧ୍ୟ ପଢିଥିଲେ।

ଏହି ବାବାଙ୍କ ନାମ ଅଭୟ ସିଂ ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ଭିଡିଓ ଏବଂ ଫଟୋ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ବର୍ତ୍ତମାନ ମଣିଷ ଟଙ୍କା ଉପାର୍ଜନ ପାଇଁ ବ୍ୟସ୍ତ ରହିବା ସହ ଅନ୍ୟ ସହ ପ୍ରତିଯୋଗିତା କରିବାରେ ବ୍ୟସ୍ତ ଥିବା ବେଳେ ଏହି 'ଆଇଆଇଟିଆନ୍ ବାବା' ଟଙ୍କା ଉପାର୍ଜନ ବଦଳରେ ଜ୍ଞାନ ହାସଲ ପାଇଁ ନିଜ ସମୟ ବ୍ୟୟ କରୁଥିବାରୁ ସୋସିଆଲ ମିଡ଼ିଆ ବ୍ୟବାହାରକାରୀ ତାଙ୍କୁ ବେଶ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।

ଅଧିକ ପଢ଼ନ୍ତୁ: ମହାକୁମ୍ଭକୁ କେଉଁଠୁ ଆସନ୍ତି ନାଗା ସାଧୁ ? ହଠାତ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଆନ୍ତି ?

Kumbh Mela Prayagraj Maha Kumbh Mela Mahakumbh 2025
Advertisment
Advertisment