ଆଜି ପବିତ୍ର ପଣା ସଂକ୍ରାନ୍ତି। ଓଡ଼ିଆ ପରମ୍ପରାନୁଯାୟୀ ଏହି ଦିନଠାରୁ ନୂଆ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଏହି ଦିନ ବେଲ ଆଦି ପଣା ତିଆରି କରି ପିଆଯାଏ। ଆସନ୍ତୁ ଜାଣିବା ଏହା ପଛରେ ଥିବା ବୈଜ୍ଞାନିକ କାରଣ।
ଚୈତ୍ର ମାସରେ ଏହି ପର୍ବ ହେଉଥିବାରୁ ଏହାକୁ ଚଡକ ଯାତ୍ରା ବୋଲି ମଧ୍ୟ କୁହାଯାଇଥାଏ । ଏହି ପର୍ବରେ ବାବାଙ୍କ ସାନିଧ୍ୟ ଲାଭ କରିବା ପାଇଁ କେବଳ ବାଲେଶ୍ଵର ଜିଲ୍ଲା ନୁହେଁ ବରଂ ବାହାର ରାଜ୍ୟର ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାନ୍ତି ।
ଯେଉଁ ହଳାହଳ ବିଷ ପାନ କରି ମହାଦେବ ନୀଳକଣ୍ଠ ହୋଇଥିଲେ ସେହି କିମ୍ବଦନ୍ତୀକୁ ଆଧାର କରି ପାଳିତ ହୋଇ ଆସୁଛି ଚନ୍ଦନେଶ୍ୱରର ପ୍ରସିଦ୍ଧ ଚଡ଼କ ମେଳା।
ଅର୍ଘ୍ୟ ଜଳ ପାଇ ଉପବାସ ଭାଙ୍ଗିବେ ହଜାର ହଜାର ଶ୍ରଦ୍ଧାଳୁ । ୧୩ ଦିନ ଧରି ରଖିଛନ୍ତି ବ୍ରତ, ଚଡ଼କ ମେଳାରେ ଲକ୍ଷlଧିକ ଭକ୍ତ ।
ଇଦ୍-ଉଲ୍-ଫିତର ପର୍ବ, ଯାହା ମିଠା ଇଦ୍ ଏବଂ ଇଦ-ଅଲ୍-ଫିତର ନାମରେ ମଧ୍ୟ ଜଣାଶୁଣା, ଇସ୍ଲାମ୍ର ପବିତ୍ର ଉପବାସର ରମଜାନ ମାସର ସମାପ୍ତିର ପ୍ରତୀକ। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଇଦ୍ ପାଳିତ ହେଉଛି। ଏଥିଲାଗି ସମୂହ ନମାଜ ପାଠ ଓ ଇଦ୍ ମିଲନ ଅନୁଷ୍ଠିତ ହେଉଛି।
ଗତ ମଙ୍ଗଳବାର ଚାନ୍ଦ ଦେଖା ନ ଯିବାରୁ ୧୧ ତାରିଖରେ ଇଦ୍ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟି ଗୁରୁବାର ଇଦ୍ ପାଳନ ପାଇଁ ନିଷ୍ପତ୍ତି ନେଇଥିଲା ।
ଇଦ୍-ଉଲ୍-ଫିତର ପବିତ୍ର ରମଜାନ ମାସ ସମାପ୍ତିର ପ୍ରତୀକ। ଇଦ୍ ପାଳନ ପୂର୍ବରୁ ମୁସଲମାନ ଭାଇମାନେ ଚନ୍ଦ୍ର ଦର୍ଶନ କରନ୍ତି। ଏହା ପଛର କାରଣ କ’ଣ ଆସନ୍ତୁ ଜାଣିବା।
ନୟାଗଡ଼ରେ ମିଠା ବ୍ୟବସାୟୀ ସୁଦର୍ଶନ ସାହୁ କିଛି ଛେନାକୁ ନେଇ ଏପରି ବ୍ୟଞ୍ଜନର ଆବିଷ୍କାର କରିଥିଲେ। ଧିରେ ଧିରେ ନୟାଗଡ଼ରୁ ଏବେ ସାରା ରାଜ୍ୟରେ ଛେନାପୋଡ଼ ନିଜ ସ୍ୱାଦକୁ ପରସି ପାରିଛି ।
ନୀଳପର୍ବ ନାମ କରଣ ସମ୍ପର୍କରେ ଦୁଇ ଭିନ୍ନ ମତ ରହିଛି। ପ୍ରଥମତଃ ସାଗରମନ୍ଥନ କାଳରେ ହଳlହଳ ବିଷକୁ ପାନ କରି ବିଶ୍ୱବାସୀଙ୍କୁ ବିଷ ଜ୍ୱାଳାରୁ ମୁକ୍ତ କରି ନୀଳକଣ୍ଠ ହୋଇ ଯାଇ ଥିଲେ ଭଗବାନ ଶିବ ।
ମହାଦେବ ଓ କାମିନା ବିବାହ ଉତ୍ସବ ଓ ତୃତୀୟ ଅର୍ଘ୍ୟ ।
ଦିନକୁ ଦିନ ରାଜ୍ୟ ଓ ରାଜ୍ୟ ବାହାରେ ଛେନାପୋଡ଼ର ଚାହିଦା ବୃଦ୍ଧି ପାଉଛି l ପୂର୍ବତନ ପ୍ରଧାନମନ୍ତ୍ରୀ, ବର୍ତ୍ତମାନର ରାଷ୍ଟ୍ରପତି ଏବଂ ବଲିଉଡ଼ ଅଭିନେତାଙ୍କ ଆଦି ସଭିଁଙ୍କ ପସନ୍ଦ ଛେନାପୋଡ଼ l
ଆଜି ଚାନ୍ଦ ଦେଖା ନ ଯିବାରୁ ଆସନ୍ତା ୧୧ ତାରିଖରେ ଇଦ୍ ପାଳିବାକୁ ନିଷ୍ପତ୍ତି ହୋଇଛି ।
ନୟାଗଡ଼ରୁ ସୃଷ୍ଟ ଏହି ଛେନାପୋଡ଼କୁ ଏବେ ବିଶ୍ୱସ୍ତରୀୟ କରିବାକୁ ଅଣ୍ଟା ଭିଡିଛନ୍ତି ସମସ୍ତେ। ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମଦିନ ଏପ୍ରିଲ ୧୧କୁ ବିଶ୍ୱ ଛେନାପୋଡ଼ ଦିବସ ରୂପେ ପାଳନ କରୁଛନ୍ତି ସମସ୍ତେ। ଏଥିପାଇଁ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଜୋର ଧରିଲାଣି।
ବାସନ୍ତିକ ଦୁର୍ଗାପୂଜାକୁ ବାସନ୍ତିକ ନବରାତ୍ର ବା ଚୈତ୍ର ନବରାତ୍ର ମଧ୍ୟ କୁହାଯାଏ। ଏହା ସାଧାରଣତଃ ମାର୍ଚ୍ଚ ବା ଏପ୍ରିଲ୍ ମାସରେ ପାଳନ କରାଯାଏ। ଏହି ପର୍ବ ନାରୀ ଶକ୍ତିର ପ୍ରତୀକ ହୋଇଥିବା ବେଳେ ଏହା ବ୍ରାହ୍ମାଣ୍ଡର ରକ୍ଷାକର୍ତ୍ତୀ ଦେବୀ ଦୁର୍ଗାଙ୍କ ପ୍ରତି ସମର୍ପିତ।
ଚୈତ୍ର ନବରାତ୍ରୀ ଅବସରରେ ସ୍ବତନ୍ତ୍ର ବସ୍ତ୍ର ପିନ୍ଧିବେ ରାମ ଲାଲା । ସୁନା, ରୁପା ପ୍ରିଣ୍ଟ ବସ୍ତ୍ର ପରିଧାନ କରିବେ ବାଲକ ରାମ୍ । ଅଯୋଧ୍ୟାରେ ଭବ୍ୟ ରାମ ନବମୀ ପାଳନ ଲାଗି ପ୍ରସ୍ତୁତି ।
‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ର ମହତ୍ତ୍ୱ ହେଉଛି ସ୍ୱାସ୍ଥ୍ୟକୁ ମାନବ ଜୀବନର ଆଧାର ବୋଲି ବିଚାର କରିବା। ଏହି ଦିନ ଆମକୁ ସ୍ମରଣ କରାଏ ଯେ ସ୍ୱାସ୍ଥ୍ୟ କେବଳ ରୋଗକୁ ଦୂର କରିବା ନୁହେଁ, ବରଂ ନିଜକୁ ଶାରୀରିକ, ମାନସିକ ଏବଂ ସାମାଜିକ ଭାବେ ସୁସ୍ଥ ରଖିବା। ତେବେ ନିଜ ଶରୀରକୁ ସୁସ୍ଥ ଓ ମଜଭୁତ କରିବା ପାଇଁ ଜାଣନ୍ତୁ ୪ଟି ଟିପ୍ସ।
ଜଣେ ସୁସ୍ଥ ରହିଲେ ହିଁ ଜୀବନରେ ଖୁସି ଆସେ। କୌଣସି ବ୍ୟକ୍ତି କେବଳ ବଡି ବିଲ୍ଡିଂ କରି ନିଜ ସୁସ୍ଥ ରଖିପାରେ ନାହିଁ। ଜଣେ ଯଦି ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରୁହନ୍ତି ସେତେବେଳେ ସେ ନିଜକୁ ସଂପୂର୍ଣ୍ଣ ସୁସ୍ଥ ରଖିପାରନ୍ତି। ଏନେଇ ଯୋଗ ହିଁ ସବୁଠାରୁ ଭଲ ବିକଳ୍ପ।
ଚଳିତ ବର୍ଷ ଶତଭିଷା ନକ୍ଷତ୍ର ସହ ଶନିବାର ଯୁକ୍ତ ହୋଇଥିବାରୁ ମହାବାରୁଣି ଯୋଗ ହୋଇଛି ।
ସନାତନ ଧର୍ମରେ ଅନେକ କିଛି ପରମ୍ପରା ରହିଛି। ସେ ବିବାହ ହେଉ କି ଜନ୍ମ ବା ମୃତ୍ୟୁକୁ ନେଇ ଅନେକ ସାମାଜିକ ବ୍ୟବସ୍ଥା କେଉଁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସୁଛି। ଏଠାରେ କିନ୍ତୁ ପ୍ରଶ୍ନ ଉଠେ ଯେ ଆଜିର ଏହି ଆଧୁନିକ ଯୁଗରେ ଏ ସବୁର ବା ଆବଶ୍ୟକତା କ’ଣ? ଆଜିର ସମୟରେ ଆମେ ଏହାକୁ କାହିଁକି ପାଳନ କରିବା?
ଜଙ୍ଗଲ ଭିତରର ଯେଉଁ ଶାଳ ଗଛରେ ଭଲ ଫୁଲ ଆସିଥାଏ ତାକୁ ପୂଜା କରିବା ସହ ସେଇ ଗଛରୁ ୫ଟି ଡ଼ାଳ ଆଣି ଗାଁରେ ଘଟ ସ୍ୱରୂପ ପୂଜା କରନ୍ତି। ଆଉ ମାଦଳର ତାଳେ ତାଳେ କାମ୍ଫିଉଠେ ପୂରା ମାହୋଲ।
ସମଗ୍ର ବିଶ୍ୱରେ ଏପ୍ରିଲ୍ ୧କୁ ‘ଏପ୍ରିଲ୍ ଫୁଲ୍ ଦିବସ’ ଭାବେ ପାଳନ କରାଯାଏ। ପ୍ରଥମରୁ ଫ୍ରାନ୍ସ ଏବଂ ଅନ୍ୟ ୟୁରୋପୀୟ ଦେଶଗୁଡିକରେ ଏହି ଦିନ ପାଳନ କରାଯାଉଥିଲା, କିନ୍ତୁ ଧୀରେ ଧୀରେ ଅନ୍ୟ ଦେଶମାନେ ମଧ୍ୟ ଏହି ଦିନ ପାଳନ କରିବାକୁ ଲାଗିଲେ।
ଆଜି ହେଉଛି ଉତ୍କଳ ଦିବସ । ଖଣ୍ଡ ବିଖଣ୍ଡିତ ହୋଇ ରହିଥିବା ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଏକତ୍ର କରି ୧୯୩୬ ମସିହାର ଆଜିର ଦିନରେ ଗଠନ ହୋଇଥିଲା ସ୍ୱତନ୍ତ୍ର ପ୍ରଦେଶ । ଜନ୍ମ ନେଇଥିଲା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ।
ଏପ୍ରିଲ ୧ରେ ଓଡ଼ିଶା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟାତା ପାଇଥିଲା । ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ଏବଂ ପ୍ରତିଷ୍ଠା ଦିବସକୁ ମନେ ରଖିବା ପାଇଁ ଏହି ଦିନକୁ ପାଳନ କରିଥାନ୍ତି କୋଟି କୋଟି ଓଡିଆ ।
ମହାସମାରୋହରେ ଓଡ଼ିଶା ପାଳୁଛି ଉତ୍କଳ ଦିବସ । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ଦିନ । ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ଆଜି ଦିନରେ ମିଳିଥିଲା ମାନ୍ୟତା।
‘ଶୁଭ ଶୁକ୍ରବାର’ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଏକ ବିଶେଷ ପର୍ବ। ଏହାକୁ ମଧ୍ୟ ଏକ ଶୋକ ଦିବସ ଭାବରେ ପାଳନ କରାଯାଏ। ‘ଶୁଭ ଶୁକ୍ରବାର’କୁ ମହାନ ଶୁକ୍ରବାର ବା ପବିତ୍ର ଶୁକ୍ରବାର ମଧ୍ୟ କୁହାଯାଏ। ଚଳିତ ବର୍ଷ ଏହି ଦିନକୁ ୨୯ ମାର୍ଚ୍ଚ ବା ଆଜି ପାଳନ କରାଯାଉଛି।