Advertisment

ନାଚଗୀତରେ କମ୍ପୁଛି ଗାଁଠୁ ସହର: ରଜ ସଂକ୍ରାନ୍ତିରେ ଜମିଲା ପିଠା, ମିଠା ଓ ପାନର ଆସର...

ଆନନ୍ଦ ଓ ଉତ୍ସାହ ଭିତରେ ସରିଲା ଦ୍ବିତୀୟ ରଜ । ରଜ ସଂକ୍ରାନ୍ତିରେ ଜମିଲା ପିଠା, ମିଠା ଓ ପାନର ଆସର । ଦୋଳି ଖେଳ ଓ ପାରମ୍ପରିକ ନାଚଗୀତରେ କମ୍ପୁଛି ଗାଁଠୁ ସହର  ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Raja Sankranti

ଆଜି ରଜ ସଂକ୍ରାନ୍ତି। ପହିଲି ରଜ ଭଳି ଆଜି ଦ୍ବିତୀୟ ରଜରେ ବି ବେଶ୍ ଜମିଛି ରଜ ଆସର। ପିଠା, ମିଠା, ପାନର ବାସ୍ନାରେ ଗାଁଠୁ ସହର ମହକି ଉଠିଥିବା ବେଳେ ଦୋଳି ଖେଳ ଓ ପାରମ୍ପରିକ ନାଚଗୀତରେ କମ୍ପିଛି ପରିବେଶ । ରାଜ୍ୟର କିଛି ସ୍ଥାନରେ ଆୟୋଜିତ ହୋଇଛି ୟୁନିକ୍ ରଜ ସେଲିବ୍ରେସନ୍ ।

Advertisment

ସେହି ସମାନ ଉତ୍ସାହ, ସେଇ ସମାନ ସରାଗ। ରଜ ପର୍ବରେ ଦ୍ବିତୀୟ ଦିନରେ ବି ଗାଁଠୁ ସହର ଉତ୍ସବମୁଖର ପରିବେଶ। କାଲି ଭଳି ଆଜି ବି ସକାଳୁ ନୂଆ ପୋଷାକ ଆଉ ନୂଆ ପରିଧାନ ସହ ଗାଁ  ଆମ୍ବତୋଟା ନିକଟରେ ଜମିଛି କୁଆଁରୀ ଝିଅଙ୍କ ଭିଡ଼। କେନ୍ଦ୍ରାପଡ଼ା ପୁରୁଷୋତ୍ତମପୁର ବଟରେ ରଜ ସଂକ୍ରାନ୍ତି ଅବସରରେ ହୋଇଥିଲା ବିଶାଳ ଆୟୋଜନ। ଦୋଳି ଖେଳ ସାଙ୍ଗକୁ ଝୋଟି ଓ ଅନ୍ୟ ପାରମ୍ପରିକ କ୍ରୀଡ଼ା ପ୍ରତିଯୋଗିତାରେ ମଜ୍ଜି ଯାଇଥିଲେ ଝିଅ ବୋହୁ।

ରଜ ସଂକ୍ରାନ୍ତିରେ କଟକ ପ୍ରତାପ ନଗରୀ ନିକଟ ଧାକୁଲେଇ ପୀଠରେ ମନୋରଞ୍ଜନର ବ୍ୟାପକ ଆୟୋଜନ। ଗୋଟିଏ ସ୍ଥାନରେ ଲାଗିଛି ୨୦ରୁ ଅଧିକ ଦୋଳି। ଦୁଇଟି ସେଲ୍ପି ପଏଣ୍ଟରେ ବି ବେଶ୍ ଭିଡ଼। ତା ସାଙ୍ଗକୁ ରଙ୍ଗୀନ ମସଲାଯୁକ୍ତ ବାସନା ପାନର ମହକ। ଆଉ ଏପଟେ ଜମୁଛି ତାସ୍, ବାଗୁଡ଼ି ଓ ପଶାପାଲିର ଆସର। ସେହିଭଳି କଟକ ଚାଉଳିଆଗଞ୍ଜ ଖେଳପଡ଼ିଆରେ ରଜ ପାଳନ ପାଇଁ ଏକାଠି ହୋଇଥିଲେ ବହୁ କୁନି କୁନି ପିଲା।

Advertisment

ରାଜଧାନୀ ଉପକଣ୍ଠ କଲ୍ୟାଣପୁରରେ ବି ନିଆରା ରଜ ଉତ୍ସବ। ଗାଁ ମୁଣ୍ଡ ପଡ଼ିଆରେ ଗୋଟିଏ ଲାଇନରେ ଲାଗିଛି ୨୦୦ରୁ ଅଧିକ ଦୋଳି। ରଜ ମହୋତ୍ସବରେ ସାମିଲ ହୋଇଥିଲେ ଗାଁର ପିଲାଠୁ ବୁଢା। ପିଲାଏ ଲାଗି ଦୋଳି ଖେଳରେ ମାତିଥିବା ବେଳେ ପଶାପାଲିରେ ମଜ୍ଜି ରହିଥିଲେ ପୁରୁଖା ଲୋକେ। ସେପଟେ ନଖରା ନିକଟ ସାଇଲୋ ବଡ଼ବିଲ ଓ ନିଆଳି ଜଲ୍ଲାରପୁରରେ ବି ଧୂମଧାମରେ ୫ ଦିନ ଚାଲିବ ରଜ ମହୋତ୍ସବ।

ଦ୍ବିତୀୟ ରଜରେ ରାଜ୍ୟର ଆହୁରି ଅନେକ ସ୍ଥାନ, ବିଶେଷ କରି ଉପକୂଳ ଜିଲ୍ଲାଗୁଡ଼ିକରେ ପିଠା, ମିଠା, ପାନ ଓ ଦୋଳିର ଆସର ସାଙ୍ଗକୁ ପାରଂପରିକ ନାଚଗୀତର ପ୍ରତିଯୋଗିତା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ରଜ ମାହୋଲକୁ ଆହୁରି ରଙ୍ଗୀନ କରୁଛି।

Festivals Raja Sankranti
Advertisment
Advertisment