ଆସିଛି ରଜ, ସାଙ୍ଗରେ ଆଣିଛି ଉତ୍ସାହ। ଆଜି ପହଲି ରଜରେ ଉତ୍ସବମୁଖର ଗାଁଠୁ ସହର। କୁଆଁରୀ ଝିଅ ଓ ନବ ବିବାହିତାଙ୍କ ପାଇଁ ମଉଜର ନିଆରା ଅବସର। ଆଜି ସକାଳୁ ସକାଳୁ ନୂଆ ପୋଷାକ ପିନ୍ଧି, ସାଜସଜା ସହ ମନରେ ଅସରନ୍ତି ଉତ୍ସାହ ନେଇ ରଜ ପାଳୁଛନ୍ତି କୁମାରୀ ଝିଅ। ପାଦରେ ଅଳତା, ମଥାରେ କୁଙ୍କୁମ ଆଉ ହାତରେ ରଙ୍ଗୀନ ମେହେନ୍ଦିର କାରୁକାର୍ଯ୍ୟ। ସାହି ସାହି ଓ ଗଳି ଗଳି, ଆମ୍ବ ତୋଟା ଆଉ ଖୋଲା ପଡ଼ିଆରେ ଲାଗିଥିବା ଦୋଳି ପାଖରେ ଏକାଠି ହୋଇଥିଲେ ଝିଅ ବୋହୁ। ଆଉ ତା ପରେ ଆରମ୍ଭ ହୋଇଥିଲା ରଜ ଗୀତ ସାଙ୍ଗକୁ ରଜ ଦୋଳିର ମଜା...।
Published By: Satyendu Shekher Mishra
Last updated: 14 June 2024, 10:09 PM IST
ଓଡ଼ିଶାର ଲୋକମାନେ ମାର୍ଗଶୀର ମାସ ଗୁରୁବାରରେ ଦେବୀ ଲକ୍ଷ୍ମୀଙ୍କୁ ସ୍ୱତନ୍ତ୍ର ଭାବେ ପୂଜା କରିବାର ବିଧି ରହିଛି। ତେବେ ଆପଣ ଜାଣିଛନ୍ତି କି ମାତା ଲକ୍ଷ୍ମୀଙ୍କ ଜନ୍ମ କିପରି ହୋଇଥିଲା? ଆସନ୍ତୁ ଜାଣିବା…