ପ୍ରାକୃତିକ ସମ୍ପଦର ଶୋଷଣ ଏବଂ ମାନବ ଜୀବନଶୈଳୀ ପାଇଁ ଏସବୁର ଅପବ୍ୟବହାର ହେତୁ ପରିବେଶ ପ୍ରଦୂଷିତ ହେଉଛି। ଦୂଷିତ ପରିବେଶ ସେହି ଉପାଦାନଗୁଡ଼ିକୁ ପ୍ରଭାବିତ କରେ ଯାହା ଜୀବନ ପାଇଁ ଜରୁରୀ। ଏଭଳି ପରିସ୍ଥିତିରେ ଆଜି ‘ବିଶ୍ୱ ପରିବେଶ ଦିବସ’ରେ ଆସନ୍ତୁ ପରିବେଶ ସୁରକ୍ଷାର କେତେକ ଦିଗ ଉପରେ ନଜର ପକେଇନେବା।
ଜଳବାୟୁ ପରିବର୍ତ୍ତନଜନିତ ଗମ୍ଭୀର ପରିବେଶର ସମସ୍ୟା ସାଙ୍ଗକୁ ମହାବିନାଶକ ଅସ୍ତ୍ରଶସ୍ତ୍ରର ଭଣ୍ଡାର ଏବଂ ମହାକାଶ ଯୁଦ୍ଧର ସମ୍ଭାବନା କାରଣରୁ ଭୂପୃଷ୍ଠ ବା ପୃଥିବୀର ଜୀବନଦାୟୀନୀ କ୍ଷମତା ସଙ୍କଟରେ ପଡୁଛି। ଏ ବାବଦରେ ଅନେକ ବିଶେଷଜ୍ଞ ଓ ବୈଜ୍ଞାନିକ ଅନେକବାର ଚେତାବନୀ ମଧ୍ୟ ଦେଇସାରିଲେଣି। ଏହା ସମକାଳୀନ ଦୁନିଆର ସବୁଠାରୁ ବଡ ସମସ୍ୟା।