Advertisment

ବିଶ୍ୱ ତମାଖୁ ବର୍ଜନ ଦିବସ: ‘ଶୈଶବ ନଷ୍ଟ କରୁଛି ତମାଖୁ’

ଏକ ସର୍ଭେରୁ ଜଣାପଡିଛି ଯେ, ୟୁରୋପୀୟ ଅଞ୍ଚଳର ୧୨.୫% ​​କିଶୋର ୨୦୨୨ ମସିହାରେ ଇ-ସିଗାରେଟ୍ ବ୍ୟବହାର କରିଛନ୍ତି, ଯାହାକି ବୟସ୍କମାନଙ୍କ ତୁଳନାରେ ୨% ଅଧିକ। ଏହି ଅଞ୍ଚଳର କେତେକ ଦେଶରେ, ସ୍କୁଲ ପିଲାମାନଙ୍କ ମଧ୍ୟରେ ଇ-ସିଗାରେଟ୍ ବ୍ୟବହାର ସିଗାରେଟ୍ ଟାଣିବା ହାରଠାରୁ ୨-୩ ଗୁଣ ଅଧିକ।

author-image
Sonali Ojha
ଅଦ୍ୟତନ ହୋଇଛି
World No Tobacco Day 2024 In Odia

World No Tobacco Day

ତମାଖୁ ରାକ୍ଷସ କାହାର ସ୍ୱପ୍ନ ଉଜାଡ଼ିଦେଉଛି ଆଉ କାହାର ସଂସାର । କିଏ ନିଜେ ରୋଗ ଯନ୍ତ୍ରଣାରେ ଛଟପଟ, ତ ଆଉ କିଏ ଯେମିତି ପୂରା ପରିବାରକୁ ଭସାଇ ଦେଇଯାଇଛି ଅଥଳ ସମୁଦ୍ର ମଝିରେ । ତମାଖୁ ସେବନ ଦ୍ୱାରା ସମାଜରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅନେକ କ୍ଷତି ହେଉଛି। ଏହା କେବଳ କ୍ୟାନସରର କାରଣ ତାହା ନୁହେଁ ଏହା ହୃଦରୋଗ, ଶ୍ୱାସଜନିତ ରୋଗ, ବ୍ରେନ୍‌ଷ୍ଟ୍ରୋକ୍ ଆଦିର କାରଣ ସାଜୁଛି। ତେବେ ବର୍ତ୍ତମାନ ଯୁବ ବର୍ଗଙ୍କୁ କବଳିତ କରିଛି ତମାଖୁ। ଏଥିପାଇଁ ଚଳିବ ବର୍ଷ ବିଶ୍ୱ ତମାଖୁ ବର୍ଜନ ଦିବସର ଥିମ୍‌ ରହିଛି 'ତମାଖୁ ମୁକ୍ତ ଶୈଶବ'।

Advertisment

ନିଶା କବଳରେ ଯୁବବର୍ଗ। ଶୈଶବରୁ ସେମାନେ ତମାଖୁ ସେବନ କରୁଥିବା ଦେଖିବାକୁ ମିଳୁଛି। ଯାହାଫଳରେ ପିଲାଦିନ ନଷ୍ଟ ହୋଇଯାଉଛି। ଯେଉଁ ବୟସରେ ଖେଳକୁଦ କରିବାର ଆବଶ୍ୟକତା ରହିଛି ସେହି ସମୟରେ ସେମାନେ ମୃତ୍ୟୁର ନିକଟତର ହେଉଛନ୍ତି। WNTD ୨୦୨୪ ଏହି ଥିମ୍‌ ରଖିବା ପଛର ଉଦ୍ଦେଶ୍ୟ ପିଲାଙ୍କୁ ଏହି ତମାଖୁ କବଳରୁ ରକ୍ଷା କରିବା ପାଇଁ ସଚେତନତା ସୃଷ୍ଟି କରିବା। କ୍ଷତିକାରକ ତମାଖୁ ଦ୍ରବ୍ୟ ପିଲାଙ୍କ ଜୀବନ କିପରି ନଷ୍ଟ କରିଦିଏ ସେ ନେଇ ପ୍ରତିଟି ଲୋକ ନିକଟରେ ଏହି ବାର୍ତ୍ତା ପହଞ୍ଚାଇବା।

ଅଧିକ ପଢ଼ନ୍ତୁ: ଏହି ରାଜ୍ୟରେ ବ୍ୟାନ୍‌ ହେଲା ହୁକା; ୨୧ ବର୍ଷ ବୟସ ଯାଏଁ ତମାଖୁ ସେବନ କରିପାରିବେନି ଯୁବକ-ଯୁବତୀ

Advertisment

୨୦୨୨ ମସିହାର ତଥ୍ୟ ଅନୁଯାୟୀ, ବିଶ୍ୱବ୍ୟାପୀ, ୧୩ରୁ ୧୫ ବର୍ଷ ବୟସର ଅତି କମରେ ୩୭ ନିୟୁତ ଯୁବକ ତମାଖୁ ସେବନ କରନ୍ତି। WHO ୟୁରୋପୀୟ ଅଞ୍ଚଳରେ, ୧୧.୫% କିଶୋର ଏବଂ ୧୩ରୁ ୧୫ ବର୍ଷ ବୟସର ୧୦.୧% କିଶୋରୀ ତମାଖୁ ସେବନ କରନ୍ତି। ବର୍ତ୍ତମାନ ଇଲେକ୍ଟ୍ରୋନିକ୍ ସିଗାରେଟ୍ ଏବଂ ନିକୋଟିନ୍ ପାଉଚ୍ ପରି ଦ୍ରବ୍ୟ ଯୁବକମାନଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରୁଛି। ଏକ ସର୍ଭେରୁ ଜଣାପଡିଛି ଯେ, ୟୁରୋପୀୟ ଅଞ୍ଚଳର ୧୨.୫% ​​କିଶୋର ୨୦୨୨ ମସିହାରେ ଇ-ସିଗାରେଟ୍ ବ୍ୟବହାର କରିଛନ୍ତି, ଯାହାକି ବୟସ୍କମାନଙ୍କ ତୁଳନାରେ ୨% ଅଧିକ। ଏହି ଅଞ୍ଚଳର କେତେକ ଦେଶରେ, ସ୍କୁଲ ପିଲାମାନଙ୍କ ମଧ୍ୟରେ ଇ-ସିଗାରେଟ୍ ବ୍ୟବହାର ସିଗାରେଟ୍ ଟାଣିବା ହାରଠାରୁ ୨-୩ ଗୁଣ ଅଧିକ।

ତମାଖୁର ଆମ ସ୍ୱାସ୍ଥ୍ୟ ଉପରେ ଥିବା ବିଭିନ୍ନ ଖରାପ ପ୍ରଭାବ ତଥା ଏହାର ଅନେକ ନକରାତ୍ମକ ଦିଗ ବିଷୟରେ ଜନସଚେତନତା ସୃଷ୍ଟି କରିବା ଏହି ଦିବସର ପ୍ରମୁଖ ଉଦ୍ଦେଶ୍ୟ। ୧୯୮୭ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତମାଖୁର ବ୍ୟବହାର ଉପରେ ନିୟମନ୍ତ୍ରଣ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଦିବସର ସ୍ଥାପନା କରିବାକୁ ନିଷ୍ପତ୍ତି ନେଇଥିଲା । ୧୯୮୮ ମସିହା ମେ ୩୧ ତାରିଖରେ ପ୍ରଥମ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଥିଲା । ତମାଖୁ ଦ୍ୱାରା ଆମ ଶରୀରରେ ଅନେକ ପ୍ରାଣଘାତୀ ରୋଗ ଜନ୍ମ ନେଇଥାଏ । ତମାଖୁ କେବଳ ଆମର ସ୍ୱାସ୍ଥ୍ୟ ନୁହେଁ, ବରଂ ପରିବେଶକୁ କ୍ଷତିଗ୍ରସ୍ତ କରିଥାଏ ।

ସିଗାରେଟ୍ ଏବଂ ବିଡି ଧୂଆଁ କେବଳ ବ୍ୟକ୍ତି ଉପରେ ନୁହେଁ ବରଂ ଏହାର ଆଖପାଖରେ ରହୁଥିବା ଶିଶୁ, ମହିଳା ଏବଂ ବୃଦ୍ଧ ବ୍ୟକ୍ତିଙ୍କ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ। ଫଳରେ ବ୍ୟବହାରକାରୀଙ୍କ ଉପରେ କ୍ୟାନ୍ସର ଭଳି ରୋଗ ଦେଖାଯାଉଥିବା ବେଳେ ଛୋଟଛୁଆଙ୍କ ଉପରେ ସ୍ମୃତିଶକ୍ତି ହରାଇବା ଏବଂ ଶ୍ବାସରୋଗ ଭଳି ସମସ୍ୟା ଦେଖାଯାଇଥାଏ। ତେବେ ଚଳିତବର୍ଷ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ (WHO) ତମାଖୁ ସେବନର ଖରାପ ପ୍ରଭାବ ନେଇ ଲୋକଙ୍କୁ ସଚେତନ କରାଇବା ସହ ତମାଖୁ ସେବନ ଜନିତ ସ୍ବାସ୍ଥ୍ୟ ସମସ୍ୟା, ଏହାର ଭୟାବହତା ଏବଂ ଏଥିରୁ ଦୂରେଇ ରହିବା ପାଇଁ ସଚେତନ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଛି।

Tobacco World No Tobacco Day
Advertisment
Advertisment