• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ପୋଡ଼ ପିଠା ଏକ ପାରମ୍ପରିକ ଓଡ଼ିଆ ପିଠା। ଏହା ଚାଉଳ ଚୁନା ଓ ଗୁଡ଼/ଚିନିରେ ତିଆରି ପିଠଉକୁ ଏକ ବଡ଼ କଡ଼ାଇରେ ଚାରିପଟୁ ପୋଡ଼ି ତିଆରି କରାଯାଏ। ଏହା ପ୍ରତ୍ୟେକ ଓଡ଼ିଆ ଘରେ ରଜ ଓ ନାନାଦି ପର୍ବପର୍ବାଣିରେ ତିଆରି କରାଯାଇଥାଏ। ଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ ଏହା ଠାକୁରଙ୍କୁ ଅର୍ପଣ କରାଯାଇଥାଏ। ରଜ ଉପଲକ୍ଷେ ଆଜି ଆମେ ଆପଣଙ୍କ ପାଇଁ ‘କ୍ଷୀର ପୋଡ଼ପିଠା’ ବନେଇବୁ । ଏହି ପିଠା ବନେଇବା ଅତି ସହଜ ଓ ସରଳ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ...

'କ୍ଷୀର ପୋଡ଼ପିଠା’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଅରୁଆ ଚାଉଳ, କ୍ଷୀର, କାଜୁ ,କଟା ନଡ଼ିଆ, ଚିନି ଗୁଜୁରାତି ଗୁଣ୍ଡ, ଲୁଣ, କିସ୍‌ମିସ୍

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚାଉଳକୁ ପାଣିରେ ଭିଜାଇ କିଛି ସମୟ ରଖନ୍ତୁ।
  • ଏହା ଭିଜିଗଲା ପରେ ତାକୁ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ। ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ।
  • ପରେ କଡ଼େଇରେ କାଜୁ ପକାଇ ଅଳ୍ପ ସମୟ ପାଇଁ ଭାଜି ରଖନ୍ତୁ।
  • ତା’ପରେ କଞ୍ଚା କ୍ଷୀରକୁ ଏକ ପାତ୍ରରେ ଫୁଟାନ୍ତୁ।
  • ଏହାଫୁଟିଗଲା ପରେ ସେଥିରେ କଟା ନଡ଼ିଆ, ଚିନି ଓ ଗୁଜୁରାତି ଗୁଣ୍ଡ ପକାଇ ଦିଅନ୍ତୁ।
  • ପରେ ସେଥିରେ କାଜୁ ଓ କିସ୍‌ମିସ୍‌ ପକାଇ ଗୋଳାଇ ଦିଅନ୍ତୁ।
  • ପରେ ଚାଉଳ ବଟାକୁ ସେଥିରେ ପକାଇ ଭଲଭାବରେ ଜନ୍ତନ୍ତୁ।
  • ଜନ୍ତୁଣି ହେଲା ପରେ ତାକୁ ଥଣ୍ଡାହେବା ପାଇଁ କିଛି ସମୟ ଛାଡ଼ି ଦିଅନ୍ତୁ।
  • ତା‘ପରେ ତାୱାକୁ ଗରମ କରନ୍ତୁ। ସେଥିରେ ଅଳ୍ପ ଘିଅ ପକାନ୍ତୁ। ପରେ ଜନ୍ତୁଣିକୁ ସେଥିରେ ପକାଇ ପିଠା ଆକାରରେ ଗଢ଼ନ୍ତୁ।
  • ତା‘ପରେ ଉପରେ ଏକ ଘୋଡ଼ଣୀ ଢାଙ୍କି ଦିଅନ୍ତୁ। ଏହି ସମୟରେ ଗ୍ୟାସ ଆଞ୍ଚକୁ ଧିମା ରଖନ୍ତୁ।
  • ୧୫ ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଗ୍ୟାସରେ ତାକୁ ବସାଇ ରଖନ୍ତୁ ।
  • ଏହାପରେ ତଳକୁ ଓହ୍ଲାଇ ଦିଅନ୍ତୁ। 
  • ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘କ୍ଷୀର ପୋଡ଼ପିଠା’।

 କ୍ଷୀର ପୋଡ଼ପିଠା’ ତିଆରି କରି ରଜରେ ଅତିଥିଙ୍କୁ ପରଷନ୍ତୁ ।

OTV is now on Whatsapp

Join and get latest news update delivered to you via whatsapp

Join Now