Advertisment

World Milk Day 2024: ଦୈନିକ ରାତିରେ ପିଅନ୍ତୁ କ୍ଷୀର; ଓଜନ କମିବ, ଭଲ ନିଦ ହେବ

କ୍ଷୀର ଏକ ସମ୍ପୂର୍ଣ୍ଣ ଖାଦ୍ୟ। ପ୍ରତିଦିନ ପାଖାପାଖି ୨୫୦ ଗ୍ରାମ କ୍ଷୀର ପିଇବା ଉଚିତ। କ୍ଷୀର ପିଇବା ଦ୍ୱାରା ଅନେକ ହୃଦୟ ସମ୍ବନ୍ଧୀୟ ରୋଗର ବିପଦରୁ ରକ୍ଷା ମିଳିଥାଏ। ଆସନ୍ତୁ ଜାଣିବା ଅନ୍ୟାନ୍ୟ ଫାଇଦା…

author-image
Pramod Behera
ଅଦ୍ୟତନ ହୋଇଛି
World Milk Day Know the benefits of milk

World Milk Day Know the benefits of milk

କ୍ଷୀର ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳେ। ସମସ୍ତେ ପିଲାଦିନେ ଘରେ ଏହି ଲାଇନ୍‌ ଶୁଣିଥିବେ। କାରଣ କ୍ଷୀର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଭାରତରେ କ୍ଷୀର ସର୍ବାଧିକ ବ୍ୟବହୃତ ହୁଏ। କ୍ଷୀର ଓଜନ ହ୍ରାସ କରିବା ଏବଂ ରକ୍ତରେ ଶର୍କରା ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ।

Advertisment

କ୍ଷୀର ଏକ ସମ୍ପୂର୍ଣ୍ଣ ଖାଦ୍ୟ। କ୍ଷୀରରେ କ୍ୟାଲ୍‌ସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍, ଜିଙ୍କ୍‌ ପରି ଖଣିଜ ପଦାର୍ଥ ବ୍ୟତୀତ ଭିଟାମିନ୍ ବି ୧୨, ଭିଟାମିନ୍ ଡି ଏବଂ ପ୍ରଚୁର ପରିମାଣର ପ୍ରୋଟିନ୍ ମିଳିଥାଏ। କ୍ଷୀରରେ ଅନେକ ପ୍ରକାରର ଆମିନୋ ଏସିଡ୍ ଥାଏ। କ୍ଷୀରରେ ୮୭ ପ୍ରତିଶତ ଜଳ ଥାଏ। ଅବଶିଷ୍ଟ ୧୩ ପ୍ରତିଶତରେ ପ୍ରୋଟିନ୍, ଫ୍ୟାଟ୍, କାର୍ବୋହାଇଡ୍ରେଟ୍, ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ।

ଡାଏଟ୍ରୀ ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରତିଦିନ ପାଖାପାଖି ୨୫୦ ଗ୍ରାମ କ୍ଷୀର ପିଇବା ଉଚିତ। ଏହା ଶରୀରରେ କ୍ୟାଲ୍‌ସିୟମ ଅଭାବକୁ ରୋକିବ ଏବଂ ହାଡ ଭାଙ୍ଗିବାର ଆଶଙ୍କାକୁ ହ୍ରାସ କରିବ। କ୍ଷୀର ପିଇବା ଦ୍ୱାରା ଅନେକ ହୃଦୟ ସମ୍ବନ୍ଧୀୟ ରୋଗର ବିପଦରୁ ରକ୍ଷା ମିଳିଥାଏ। କ୍ଷୀରର ଏହି ଗୁରୁତ୍ୱକୁ ଧ୍ୟାନରେ ରଖି ପ୍ରତିବର୍ଷ ୦୧ ଜୁନ୍‌ରେ ‘ବିଶ୍ୱ ଦୁଗ୍ଧ ଦିବସ’ ପାଳନ କରାଯାଏ।

Advertisment

ଇତିହାସ:

ଦୁଗ୍ଧ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁନ୍ ୦୧ରେ ‘ବିଶ୍ୱ ଦୁଗ୍ଧ ଦିବସ’ ପାଳନ କରାଯାଏ। ଏହା ୨୦୦୧ ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ‘ବିଶ୍ୱ ଦୁଗ୍ଧ ଦିବସ’ ପ୍ରତିଷ୍ଠା କରିଥିଲା।

ଉଦ୍ଦେଶ୍ୟ:

ଦୁଗ୍ଧ ଦିବସ ପାଳନ କରିବାର କାରଣ ହେଉଛି କ୍ଷୀରର ଉପକାରିତା ବିଷୟରେ ଲୋକଙ୍କୁ ଜଣାଇବା। କ୍ଷୀର ପିଇବା ଶରୀର ପାଇଁ ଅନେକ ଉପାୟରେ ଲାଭଦାୟକ ହୋଇଥାଏ। ଡାକ୍ତରମାନେ ମଧ୍ୟ ଅନେକ ସମୟରେ ପିଲାମାନଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କ୍ଷୀର ପିଇବାକୁ ପରାମର୍ଶ ଦିଅନ୍ତି। କାରଣ କ୍ଷୀରରୁ ଅନେକ ପ୍ରକାରର ଭିଟାମିନ୍ ଏବଂ ପ୍ରୋଟିନ୍ ମିଳିଥାଏ।

ଆଜିର ଦିନ ମାଧ୍ୟମରେ ସାଧାରଣ ଲୋକଙ୍କୁ ମଧ୍ୟ କୁହାଯାଏ ଯେ କ୍ଷୀର କିପରି ସ୍ଥାନୀୟ ଅର୍ଥନୀତି ଏବଂ ସମ୍ପ୍ରଦାୟକୁ ଲାଭ ଦିଏ। FAO ଅନୁଯାୟୀ ପ୍ରାୟ ଛଅ ବିଲିୟନ ଲୋକ ଦୁଗ୍ଧଜାତ ଦ୍ରବ୍ୟ ଖାଉଛନ୍ତି। ଅଧିକନ୍ତୁ, ଦୁଗ୍ଧ ବ୍ୟବସାୟ ଏକ ବିଲିୟନରୁ ଅଧିକ ଲୋକଙ୍କ ଜୀବିକା ନିର୍ବାହରେ ସାହାଯ୍ୟ କରେ। କ୍ଷୀର ଅନେକ ସମସ୍ୟାରୁ ମୁକ୍ତି ଦିଏ। ଆସନ୍ତୁ ଜାଣିବା...

ସୁଖ ନିଦ୍ରା:

ଗରମ କ୍ଷୀରରେ ଲାକ୍ଟାବ୍ଲୁମିନ୍ ପ୍ରୋଟିନ୍ ମିଳିଥାଏ। ଏହା ହେଉଛି କ୍ରିପ୍ଟୋଫେନ୍ ଆମିନୋ ଏସିଡ୍। ସେରୋଟୋନିନ୍ ହରମୋନ୍ ଉତ୍ପାଦନରେ ଏହା ବହୁତ ସାହାଯ୍ୟ କରେ। ସେରୋଟୋନିନ୍ ହରମୋନ୍ ମେଲାଟୋନିନ୍ ଉତ୍ପାଦନ କରେ। ମେଲାଟୋନିନ୍ ହେଉଛି ଶୟନ ହର୍‌ମୋନ୍। ଯେତେବେଳେ ମେଲାଟୋନିନ୍ ହରମୋନ୍ ଝରେ, ରାତିରେ ଭଲ ନିଦ ହୁଏ। ତେଣୁ ରାତିରେ କ୍ଷୀର ପିଇବାର ସବୁଠାରୁ ବଡ ସୁବିଧା ହେଉଛି ଏହା ରାତିରେ ଭଲ ନିଦ ଦିଏ।

ରକ୍ତରେ ଶର୍କରା କମାଏ:

ଯଦି ଆପଣ ଦିନସାରା ଭଲରେ ପୋଷକ ତତ୍ତ୍ୱ ଗ୍ରହଣ କରୁ ନାହାଁନ୍ତି, ତେବେ ରାତିରେ କ୍ଷୀର ପିଇବା ଦ୍ୱାରା ଏହା ଏହି ପୋଷକ ଅଭାବକୁ ପୂରଣ କରେ। କ୍ଷୀର ହେଉଛି ଏକ ସମ୍ପୂର୍ଣ୍ଣ ଖାଦ୍ୟ ଯେଉଁଥିରେ ସୁସ୍ଥ ପ୍ରୋଟିନ୍ ଏବଂ ଆମିନୋ ଏସିଡ୍ ଭରପୂର ମିଳେ। ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖେ।

ଓଜନ ହ୍ରାସ କରେ:

ରାତିରେ କ୍ଷୀର ପିଇବା ଦ୍ୱାରା ଓଜନ ହ୍ରାସ କରିବାରେ ବହୁତ ସାହାଯ୍ୟ କରିଥାଏ। କ୍ଷୀରରେ ଚର୍ବି ନ ଥାଏ ଏବଂ ପ୍ରୋଟିନ୍ ଅଧିକ ଥାଏ। ଏହି କାରଣରୁ କ୍ଷୀର ଭୋକକୁ ହ୍ରାସ କରିଥାଏ। ଏଥିରେ କ୍ୟାଲ୍‌ସିୟମ ଅଧିକ ଥିବାରୁ କ୍ଷୀର ମେଟାବୋଲିଜିମ୍ ବୁଷ୍ଟ୍ କରିବାରେ ସାହାଯ୍ୟ କରେ।

ହାଡକୁ ଶକ୍ତିଶାଳୀ କରେ:

କ୍ଷୀରରୁ ହିଁ ସବୁଠାରୁ ଅଧିକ କ୍ୟାଲ୍‌ସିୟମ୍ ମିଳିଥାଏ। କ୍ୟାଲ୍‌ସିୟମ୍‌ ବ୍ୟତୀତ ଏଥିରେ ଫସ୍‌ଫରସ୍, ଭିଟାମିନ୍ ଡି ଏବଂ ପ୍ରୋଟିନ୍ ଥାଏ ଯାହା ହାଡକୁ ମଜବୁତ କରିବା ପାଇଁ ଅତ୍ୟାବଶ୍ୟକ ଉପାଦାନ। ଦୈନନ୍ଦିନ କ୍ଷୀର ପିଇବା ଦ୍ୱାରା ଅଷ୍ଟିଓପୋରୋସିସ୍ ଏବଂ ହାଡ ଭାଙ୍ଗିବାର ଆଶଙ୍କା କମିଯାଏ।

ଚାପ ହ୍ରାସ କରେ:

ରାତିରେ କ୍ଷୀର ପିଇବା ଦ୍ୱାରା ଏହା ସକାଳେ ଚାପମୁକ୍ତ ରହିବାରେ ସାହାଯ୍ୟ କରେ। କ୍ଷୀରରେ ଥିବା ଆମିନୋ ଏସିଡ୍ କର୍ଟିସୋଲ୍ ହରମୋନର ସ୍ତରକୁ ହ୍ରାସ କରିଥାଏ, ଯାହା ଚାପ ବୃଦ୍ଧିର ମୁଖ୍ୟ କାରଣ ସାଜିଥାଏ।

Health Tips Special Story
Advertisment
Advertisment