IIS ଶେଷ୍ଠ ୟୁନିଭର୍ସିଟି। ପ୍ରକାଶ ପାଇଲା ଭାରତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ୨୦୨୧। ବେଙ୍ଗଲୁରୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଶ୍ରେଷ୍ଠ ୟୁନିଭର୍ସିଟି। ନୂଆଦିଲ୍ଲୀର ଜବାହରଲାଲ ନେହରୁ ୟୁନିଭର୍ସିଟି ଦ୍ୱିତୀୟ ଶ୍ରେଷ୍ଠ।
ପୁରୀ ବେଳାଭୂମିର ରଙ୍ଗିନ୍ ଆକାଶ। ଆଖି ଖୋସି ହୋଇଯିବ। ଇଏ ଆମ ପୁରୀ ବେଳାଭୂମି । ଏତେ ସୁନ୍ଦର ଯେ ଆପଣ ବିଶ୍ୱାସ କରିପାରିବେ ନାହିଁ । ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କ୍ୟାମେରାରେ ଏହାକୁ କଏଦ୍ କରିଛନ୍ତି।
ଚିନ୍ତା ବଢ଼ାଇଲା ପିଲାଙ୍କ ଏମ୍ଆଇ ସିଣ୍ଡ୍ରୋମ! କୋଭିଡ୍ ସଂକ୍ରମଣର ମାସେ ଭିତରେ ଶିଶୁଙ୍କ ଏମଆଇ ସିଣ୍ଡ୍ରୋମ ବଢୁଛି। ଶିଶୁଙ୍କୁ ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ସୂଚନା।
କୋରାପୁଟର ଝିଅ, ନବରଙ୍ଗପୁରର ବୋହୂ। ସୁନା ବୋହୂ ରିଜବାନା ବାନୁ। ମେକଅପ୍ ଆର୍ଟିଷ୍ଟ୍ ଭାବେ ଏବେ ଚର୍ଚ୍ଚାରେ।
ଅକ୍ଟୋବରରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ୧୫ ଜଣିଆ ଟିମ୍ ଘୋଷଣା କଲା ଭାରତ। ଧୋନୀ ତୁଲାଇବେ ମେଣ୍ଟର ଦାୟିତ୍ୱ।
ହେଲମେଟ ଚେକିଂ ବେଳେ ଉତ୍ତେଜନା। ପ୍ରଥମେ ପାଟିତୁଣ୍ଡ ତା’ପରେ ପୋଲିସ-ବାଇକ୍ ଚାଳକଙ୍କ ମଧ୍ୟରେ ଧସ୍ତାଧସ୍ତି।
ଚିଲିକା ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବୋଟମ୍ୟାନ ଭାବେ କାମ କରୁଥିବା ସୁକାନ୍ତ ୧୫ ବର୍ଷ ହେଲା ବିନା ଦରମାରେ କାମ କରି ଆସୁଛନ୍ତି।
ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରି ମୃତ୍ୟୁବରଣ କରିଥିବା ଦୁଷ୍ମନ୍ତ ଦାସଙ୍କ ପତ୍ନୀଙ୍କୁ ସହାୟତା। ବିଳମ୍ବିତ ରାତିରେ ଘରେ ପହଞ୍ଚି ଲକ୍ଷେ ଟଙ୍କାର ଚେକ୍ ଦେଲେ କୁଜଙ୍ଗ ବିଡିଓ
ନିତିଦିନ ଆପଣ ଗାଡ଼ିରେ ପେଟ୍ରୋଲ ପକାଉଛନ୍ତି କି? ସାବଧାନ! କାରଣ ଏମିତି ଉପାୟରେ ଆପଣଙ୍କୁ ଲୁଟୁଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ।
ମାନବିକତା ଦେଖାଇଲା ପୋଲିସ। ଅଟୋ ନାରେ ଥିଲା ଜୋରିମାନା...ଦେବା ଲାଗି ଅସମର୍ଥ ଥିଲେ ଡ୍ରାଇଭର୍।
ଆଇଏଏସ୍ ଅଫିସରଙ୍କ ଅପରିମାଣଦର୍ଶୀ ନିଷ୍ପତ୍ତି ଯୋଗୁ ଖତ ଖାଉଛି ୬ କୋଟି ଟଙ୍କାର ୧୦ଟି ସିଟି ବସ୍। ବାବୁମାନେ ସରକାରୀ ଟଙ୍କାରେ ଲମ୍ବା ଲମ୍ବା ବଡ଼ ବସ୍ କିଣିଦେଲେ, କିନ୍ତୁ ଏଗୁଡ଼ିକ ବାଲେଶ୍ୱର ସହରରେ ଚାଲିପାରିଲା ନାହିଁ।
ଏସସିବିରେ ଭୁଲ ଚିକିତ୍ସା ଅଭିଯୋଗ ଆଣି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତ ଦାସଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ରାତି ଅଧିଆ ଶବ ବ୍ୟବଚ୍ଛେଦ କରାଯାଇଛି।
ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକରେ ରହିଛି ଏକ ସୁନ୍ଦର ସ୍ଥାନ ବିଚିତ୍ରପୁର। ସୁବର୍ଣ୍ଣରେଖା ନଦୀ କୀର୍ତ୍ତନିଆଠାରେ ସମୁଦ୍ରରେ ମିଶଛି। ଆଉ ଏହି ମିଳନ ସ୍ଥଳରେ ରହିଥିବା ଲୁଣା ଜଙ୍ଗଲ ହିଁ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ପାଲଟିଛି।
ମେକ୍ସିକୋରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରେକର୍ଡ କରାଯାଇଛି । ଭୂମିକମ୍ପ ପ୍ରଭାବରେ ମେକ୍ସିକୋ ସହର ପ୍ରାୟ ଏକ ମିନିଟ ପର୍ଯ୍ୟନ୍ତ ଥରି ଉଠିଥିଲା।
ଆଜି ଘୋଷଣା ହେବ ଟି ଟ୍ୱେଣ୍ଟି ଟିମ୍। ଟି ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଚୟନ କମିଟି ବୈଠକ। ଘୋଷଣା ହେବ ୧୫ଜଣିଆ ଖେଳାଳି ତାଲିକ। ବିରାଟ କୋହିଲିଙ୍କୁ ପୁଣି ଅଧିନାୟକ ଘୋଷଣା କରାଯାଇପାରେ।
ବଦଳିବ କି ମୂର୍ତ୍ତିର ଉଚ୍ଚତା ? ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ। ନିୟମରେ କିଛି ହେବକି ପରିବର୍ତ୍ତନ ? କଟକ ଶାନ୍ତି କମିଟି ଓ ପୂଜା କମିଟିର ୧୦ ସଦସ୍ୟଙ୍କୁ ମିଟିଂ ପାଇଁ ଆମନ୍ତ୍ରଣ କରାଯାଇଛି।
ଜେଲରେ କଏଦୀଙ୍କୁ ଦିଆଗଲା ଦକ୍ଷତା ତାଲିମ୍। ଛତ୍ରପୁର ସବଜେଲରେ କଏଦୀଙ୍କୁ ପ୍ରଥମେ ଫୁଲ ଝାଡୁ ନିର୍ମାଣ କରିବା ନେଇ ପ୍ରଶିକ୍ଷଣ ଦିଆଯାଉଛି। ଏନେଇ ସେମାନଙ୍କୁ କିଛି ପାରିଶ୍ରମିକ ମଧ୍ୟ ପ୍ରଦାନ କରାଯିବ।
ଆଫଗାନିସ୍ତାନରେ ନୂଆ ତାଲିବାନ ସରକାର। ପ୍ରଧାନମନ୍ତ୍ରୀ ହେବେ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ । ଉପପ୍ରଧାନମନ୍ତ୍ରୀ ହେବେ ଅବଦୁଲ ଘନି ବରାଦର। ଏନେଇ ପ୍ରେସ ମିଟରେ ସ୍ପଷ୍ଟ କରିଛନ୍ତି ତାଲିବାନ୍ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍। ସିରାଜୁଦ୍ଦିନ୍ ହକାନିଙ୍କୁ ଗୃହ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି।
ପୌର ଭୋଟ୍ ବାଟ ସଫା। ବିଧାନସଭାରେ ମ୍ୟୁନିସିପାଲ ଆଇନ ସଂଶୋଧନ ବିଲ୍ ପାରିତ। ରାଜ୍ୟରେ ପୌର ନିର୍ବାଚନ ନେଇ ବାଟ ଫିଟିଲା। ବିଲ ଅନୁଯାୟୀ ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ରହିବ।
ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ। ସ୍ମାର୍ଟସିଟି ମିଶନ ଯୋଜନାରେ ଭୁବନେଶ୍ୱର ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯାଉଛି । ବିଧାନସଭାକୁ ଅବଗତ କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।
ନାବାଳିକାର ସନ୍ଦେହକନକ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି। ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ବରିଷ୍ଠ ବିଜେପି ନେତା ମୁରଲୀ ମନୋହରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ତଳି କେନ୍ଦୁଝର୍ ଏସପିଙ୍କୁ ଭେଟି ଶୀଘ୍ର ତଦନ୍ତ ପାଇଁ ଦାବି କରିଛନ୍ତି।
କୂଳ ଖାଉଛି ସମୁଦ୍ର, ବିପଦରେ ସିଆଳି ବେଳାଭୂମି। ଏରସମା ବ୍ଲକରେ ଥିବା ପର୍ଯ୍ୟଟନ ସ୍ଥଳ ସିଆଳି ବେଳାଭୂମିରେ କୂଳ ଖାଉଛି ସମୁଦ୍ର। ପ୍ରାୟ ୨୦୦ ମିଟର ମାଡି ଆସିଛି। ଭିଉ ଟାଓ୍ୱାର ସୁରକ୍ଷା ପାଇଁ ନିର୍ମୀତ ସିମେଣ୍ଟ ଚଟାଣର କିଛି ଅଂଶ ଭୁଶୁଡ଼ି ଗଲାଣି।
ବିଧାନସଭାରେ ସୌମ୍ୟ ମୃତ୍ୟୁ ମାମଲା। ଧାନସଭାରେ ଉଠିଲା ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ପ୍ରସଙ୍ଗ। ପ୍ରଥମେ ପୋଲିସ ଓ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲେ ବି କୌଣସି ନିଷ୍କର୍ସ ନବାହାରିବାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓ।
ଓଡିଶା ଟେଲିଭିଜନ୍ ନେଟୱର୍କ ପକ୍ଷରୁ ଆୟୋଜିତ ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୧ ପାଇଁ ପ୍ରଥମ ପର୍ଯ୍ୟାୟ ଜୁରୀ ବୈଠକ ଅନୁଷ୍ଠିତ ହୋଇଛି। ରାଜନୀତି, ଶିକ୍ଷା, ସମାଜସେବା, କ୍ରୀଡା, ମନୋରଞ୍ଜନ, କୃଷି, କଳା ଓ ସଂସ୍କୃତି, ବାଣିଜ୍ୟ ଓ ସ୍ୱାସ୍ଥ୍ୟ କ୍ଷେତ୍ର ଭଳି ୯ଟି ବର୍ଗରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତ ବିଶେଷଙ୍କୁ ପୁରସ୍କୃତ କରାଯିବ।
ମନ୍ତ୍ରୀଙ୍କୁ ଜଣାନାହିଁ କବାଡିଆଙ୍କୁ ବିକ୍ରି ହୋଇଗଲା ‘ମୋ ସାଇକେଲ’। ଏନେଇ ନା ସରକାର, ନା ବିଭାଗୀୟ ମନ୍ତ୍ରୀଙ୍କ ପାଖରେ ଅଛି କୌଣସି ତଥ୍ୟ। ନିଜେ ମନ୍ତ୍ରୀ ପ୍ରତାପ ଜେନା ଆଜି ଗୃହରେ ଏମିତି ତଥ୍ୟ ରଖିଛନ୍ତି।