କୋରାପୁଟ ଜୟପୁର ସହରରେ ସାଉଥ୍ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ। ଏକ ଫିଲ୍ମର ସୁଟିଂ ଲାଗି ଅନୁଷ୍କା ଏବେ ଜୟପୁରରେ।
ଚାଲିଛି ପ୍ରେମର ସପ୍ତାହ। ଉତ୍ସାହିତ ପ୍ରେମୀ ଯୁଗଳ। କିଏ ସାଥୀକୁ ନେଇ ପାର୍କ ଯାଉଛି ତ ଆଉ କିଏ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବାକୁ କୌଣସି ନୂଆ ଜାଗାକୁ ଭ୍ରମଣ କରୁଛି। କେହି କେହି ମଧ୍ୟ ଦୂର ଜାଗାକୁ ଯିବାକୁ ଯୋଜନା କରୁଛନ୍ତି। ଆପଣ ଯଦି ଭାଲେଣ୍ଟାଇନ୍ସ ଡେ’ ପାଇଁ କୌଣସି ବିଶେଷ ଯୋଜନା କରିନାହାନ୍ତି, ତେବେ ନିଜ ପାର୍ଟନର୍ ସହ ଏହି ୫ଟି ରୋମାଣ୍ଟିକ୍ ସିନେମା ଦେଖି ଭାଲେଣ୍ଟାଇନ୍ସ ଡେ’ ପାଳନ କରିପାରିବେ।
୭୩ ବର୍ଷୀୟ ମିଥୁନ ଆଜି ସକାଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେଥିପାଇଁ ତାଙ୍କୁ କୋଲକାତାର ଏକ ଘରୋଇ ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ, ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରମୁଖ ଏହି ସମୟରେ ଉପସ୍ଥିତ ଥିଲେ।
ପ୍ରକାଶ ଝା’ଙ୍କ ନିର୍ଦ୍ଦେଶିତ 'ଆଶ୍ରମ'ର ଏପର୍ଯ୍ୟନ୍ତ ତିନୋଟି ସିଜନ୍ ମୁକ୍ତିଲାଭ କରିଛି। ବର୍ତ୍ତମାନ ପ୍ରଶଂସକମାନେ ଦୀର୍ଘ ସମୟ ଧରି ଚତୁର୍ଥ ସିଜନ୍କୁ ଅପେକ୍ଷା କରିଛନ୍ତି। ତେବେ ରିପୋର୍ଟକୁ ଅନୁସାରେ ଏହାର ଚତୁର୍ଥ ସିଜନ୍ ଖୁବ ଶୀଘ୍ର ଦର୍ଶକଙ୍କ ନିକଟକୁ ଆସିବ ବୋଲି କୁହାଯାଇଛି।
ରଜନୀକାନ୍ତଙ୍କ ‘ଲାଲ୍ ସଲାମ୍’ର ପ୍ରଥମ ଦିନର ଶୋ’ ବହୁତ ଖରାପ ଥିବା ଦେଖାଯାଇଛି। ତେଲୁଗୁ ଭାଷାଭାଷୀ ଅଞ୍ଚଳର ଅନେକ ପ୍ରେକ୍ଷାଳୟରେ ‘ଲାଲ୍ ସଲାମ୍’ର ଦର୍ଶକ କମ୍ ଥିବାରୁ ପ୍ରଥମ ଦିନର ପ୍ରଥମ ଶୋ’କୁ ବାତିଲ କରାଯାଇଛି। ତେବେ, ଯେଉଁମାନେ ଅନ୍ଲାଇନ୍ରେ ଟିକେଟ୍ ବୁକ୍ କରିଥିଲେ ସେମାନଙ୍କୁ ଟଙ୍କା ଫେରେଇ ଦିଆଯାଇଛି।
ଛିଣ୍ଡିଲା ଦୀର୍ଘବର୍ଷର ନ୍ୟାୟିକ କଳି, ତୁଟିଲା ୧୦ ବର୍ଷର ସମ୍ପର୍କ। ରିଲ୍ ଲାଇଫରୁ ରିୟଲ୍ ଲାଇଫ୍ ଯାଏଁ ପତି-ପତ୍ନୀ ବନିଥିବା ସେଲିବ୍ରିଟି ଯୋଡ଼ି ଅନୁଭବ-ବର୍ଷାଙ୍କ ଦାମ୍ପତ୍ୟ ଜୀବନରେ ପଡ଼ିଛି ପୂର୍ଣ୍ଣଛେଦ
ରଣବୀରଙ୍କ 'ରାମାୟଣ'ରେ ସାଇ ପଲ୍ଲଭୀ ମାତା ସୀତା ଭୂମିକାରେ ନଜର ଆସିବେ ବୋଲି ପୂର୍ବରୁ କୁହାଯାଇଥିଲା। ନିକଟରେ ଆଉ ଏକ ଖବର ଆସିଥିଲା ଯେ ନିର୍ମାତା ସାଇ ପାଲ୍ଲଭୀଙ୍କୁ ରିପ୍ଲେସ୍ କରି ଜାହ୍ନବୀ କପୁରଙ୍କୁ ମାତା ସୀତାଙ୍କ ଭୂମିକା ପାଇଁ ଚୟନ କରିଛନ୍ତି। ଦର୍ଶକ ଦ୍ୱନ୍ଦ୍ୱରେ ଥିବାବେଳେ ଏମିତି ଆସିଲା ଖବର…
ଗ୍ୟାଙ୍ଗଷ୍ଟର ଡ୍ରାମା ଫିଲ୍ମ 'ଓଜି'ର ରିଲିଜ୍ ତାରିଖ ଚୂଡାନ୍ତ ହୋଇଛି। ଏହି ଚଳଚ୍ଚିତ୍ରରେ ପୱନ ମୁଖ୍ୟ ନାୟକରେ ନଜର ଆସିବେ, ଯେଉଁଠାରେ ବଡିଉଡ୍ର ରୋମାଣ୍ଟିକ୍ ବୟ ଇମ୍ରାନ ହାଶ୍ମୀଙ୍କୁ ଏକ ଖଳ ଭୂମିକାରେ ଦେଖିବାକୁ ମିଳିବ।
କିସ୍ କରି ଫସିଲେ ହ୍ରିତିକ୍-ଦୀପିକା। ହିନ୍ଦୀ ଫିଲ୍ମ ‘ଫାଇଟର’କୁ ଲିଗାଲ୍ ନୋଟିସ। ପଠାଇଛନ୍ତି ୱିଙ୍ଗ୍ କମାଣ୍ଡର ସୌମ୍ୟ ଦୀପ ଦାସ। ଅଭିନେତା, ଅଭିନେତ୍ରୀ ତଥା ପ୍ରଯୋଜନା ସଂସ୍ଥାକୁ ଏହି ନୋଟିସ୍ ପହଞ୍ଚିଛି।
ନୂଆ ଦଳ ଗଢିଛନ୍ତି ତାମିଲ ସିନେମା ଅଭିନେତା ଥାଲାପଥୀ ବିଜୟ। ସେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟରେ ସେ ଘୋଷଣା କରିଛନ୍ତି ଯେ ସେ ଅଭିନୟ ଛାଡି ରାଜନୀତିରେ ପ୍ରବେଶ କରିବା ପରେ ସାଧାରଣ ଜନତାଙ୍କ ପାଇଁ କାମ କରିବାକୁ ଚାହୁଁଛନ୍ତି।
ଆକର୍ଷଣର ମୁଖ୍ୟ କେନ୍ଦ୍ର ବିନ୍ଦୁ ପାଲଟିଛି ‘ଓଡ଼ିଆ ସିନେମାର ଯେତେସବୁ ପ୍ରଥମ’ ଗ୍ୟାଲେରୀ । ପ୍ରଥମ ରଙ୍ଗୀନ ଫିଲ୍ମ- ଗପ ହେଲେ ବି ସତ, ପ୍ରଥମ ସିନେମା ସ୍କ୍ରୋପରେ ସୁଟିଂ ହୋଇଥିବା ଚଳଚ୍ଚିତ୍ର-ହିସାବ ନିକାସ, ପ୍ରଥମ ସମ୍ବଲପୁରୀ ସିନେମା-ଭୁଖା ଭଳି ଯାହା ଯାହା ପ୍ରଥମ, ଯେଉଁ ଓଡ଼ିଆ ଫିଲ୍ମ ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚିତ ସୃଷ୍ଟି କରିଥିଲା ସେ ସବୁକୁ ଦେଖିଛନ୍ତି ଦର୍ଶକ ।
ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ବର୍ଗରେ ୨୦୨୪ ଗ୍ରାମୀ ପୁରସ୍କାର ଜିତିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନ୍ ଏବଂ ଗାୟକ ଶଙ୍କର ମହାଦେବନଙ୍କ ସମେତ ସମଗ୍ର ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି ଯେ ଏହି ସଫଳତା ପାଇଁ ଭାରତ ଗର୍ବିତ।
ପୁନମ୍ ପାଣ୍ଡେଙ୍କ ମିଛ ମୃତ୍ୟୁ ଖବର ମିଡିଆ ଆଉଟଲେଟ୍ ହଟର୍ଫ୍ଲାଇ ସହଭାଗିତାରେ କରାଯାଇଥିଲା। ଏଜେନ୍ସି ବର୍ତ୍ତମାନ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ପୁନମ୍ ପାଣ୍ଡେଙ୍କ ନକଲି ମୃତ୍ୟୁ ଷ୍ଟଣ୍ଟ୍ ପଛରେ ଥିବା କମ୍ପାନୀ କ୍ଷମା ପ୍ରାର୍ଥନା କରିଛି।
ଆଜି ଅଭିଷେକ ବଚ୍ଚନଙ୍କ ୪୮ତମ ଜନ୍ମଦିନ ଏବଂ ଏହି ବିଶେଷ ଅବସରରେ ଆମେ ଉଭୟଙ୍କ ସହ ଜଡିତ ଏକ ଝଗଡାକୁ ଆପଣଙ୍କ ସହ ଶେୟାର୍ କରିବୁ। ଅଭିଷେକଙ୍କ ସହ ପ୍ରତିଦିନ ଝଗଡା ହୁଏ ବୋଲି କହିଥିଲେ ଐଶ୍ୱର୍ଯ୍ୟା।
ସାଉଥ୍ର ପ୍ରାୟ ସମସ୍ତ କଳାକାର ନିଶ୍ଚିତ ଭାବରେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଚାହାଁନ୍ତି। କେତେକ ସେଲିବ୍ରେଟ୍ ସଫଳ ହୋଇଥିଲେ ମଧ୍ୟ ଏମିତି କିଛି ତାରକା ଅଛନ୍ତି ଯେଉଁମାନେ ନିଜ ଅଭିନୟର ଯାଦୁକୁ ବଲିଉଡ୍ରେ ଦେଖେଇ ପାରି ନାହାନ୍ତି। ତେବେ ଆସନ୍ତୁ ସେହି ସେଲିବବ୍ରେଟିମାନଙ୍କୁ ଜାଣିନେବା।
ବଲିଉଡ୍ର ପ୍ରସିଦ୍ଧ ଅଭିନେତା ଜୁହି ଚାୱଲାଙ୍କ ବିବାହ ପୂର୍ବରୁ ତାଙ୍କର ହେବାକୁ ଥିବା ସ୍ୱାମୀ କେବଳ ଗୋଟିଏ ଗୋଲାପ ନୁହେଁ ଗୋଲାପରେ ପରିପୂର୍ଣ୍ଣ ଏକ ଟ୍ରକ୍ ପଠାଇ ନିଜର ପ୍ରେମ ବ୍ୟକ୍ତ କରିଥିଲେ। ତା’ କ’ଣ ହେଲା ଜାଣନ୍ତୁ…
ମିଛ ମୃତ୍ୟୁର ସତ ନାଟକ। ଖୋଦ୍ ପୋଷ୍ଟ କଲେ ମୃତ୍ୟୁ ଖବର, ଟିମ୍ ଦ୍ୱାରା ସେୟାର ହୋଇଛି ବୋଲି ଦର୍ଶାଇଲେ, ଆଉ ୨୪ ଘଣ୍ଟା ନ ପୁରୁଣୁ ଭିଡିଓ ପୋଷ୍ଟ କରି ବଞ୍ଚିଥିବା କଥା ସାମ୍ନାକୁ ଆସି କହିଲେ ବିବାଦୀୟ ସେଲିବ୍ରିଟି ପୁନମ୍ ପାଣ୍ଡେ ବଞ୍ଚିଛନ୍ତି।
ମିଛ ମୃତ୍ୟୁର ସତ ନାଟକ। ଖୋଦ୍ ପୋଷ୍ଟ କଲେ ମୃତ୍ୟୁ ଖବର, ଟିମ୍ ଦ୍ୱାରା ସେୟାର ହୋଇଛି ବୋଲି ଦର୍ଶାଇଲେ, ଆଉ ୨୪ ଘଣ୍ଟା ନ ପୁରୁଣୁ ଭିଡିଓ ପୋଷ୍ଟ କରି ବଞ୍ଚିଥିବା କଥା ସାମ୍ନାକୁ ଆସି କହିଲେ ବିବାଦୀୟ ସେଲିବ୍ରିଟି ପୁନମ୍ ପାଣ୍ଡେ ବଞ୍ଚିଛନ୍ତି।
ଗତକାଲିଠାରୁ ପୁନମ୍ ପାଣ୍ଡେ ତାଙ୍କ ମୃତ୍ୟୁ ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏଭଳି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ତାଙ୍କ ସମ୍ପତ୍ତି ଏବଂ ରୋଜଗାର ବିଷୟରେ କହିବାକୁ ଯାଉଛୁ। ପୁନମଙ୍କ ଜୀବନଶୈଳୀ କିପରି ଏବଂ ତା’ର ମୋଟ କେତେ ସମ୍ପତ୍ତି ଅଛି ଆସନ୍ତୁ ଜାଣିବା।
ପୁନମ୍ ପାଣ୍ଡେ ତାଙ୍କର ଭିନ୍ନ ଷ୍ଟାଇଲ୍ ପାଇଁ ଜଣାଶୁଣା। ବିବାଦ କାରଣରୁ ପୁନମ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। କେବଳ ଖବରରେ ରହିବାକୁ ଚାହାନ୍ତି ବୋଲି ସେ କୁହନ୍ତି।
ଜୀବିତ ଥିବା ନେଇ ପୁନମ ନିଜ ଇନଷ୍ଟାଗ୍ରାମରେ ଭିଡିଓ ଜାରି କଲେ।
ସାଧୁ ମେହେରଙ୍କ ପରଲୋକ ନେଇ ଫିଲ୍ମ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ସୂଚନା ଦେଇଛନ୍ତି । ସେ ଅନେକ ହିନ୍ଦୀ ଓ ଓଡ଼ିଆ ସିନେମାରେ ଅଭିନୟ କରିଥିଲେ ।
ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା । ସେ ସର୍ଭିକାଲ କ୍ୟାନସରରେ ପୀଡିତ ଥିଲେ ।
ସଞ୍ଜୟ ଲୀଲା ଭନ୍ସାଲୀଙ୍କ ବହୁ ପ୍ରତୀକ୍ଷିତ ସିରିଜ୍ 'ହୀରାମଣ୍ଡି: ଦ ଡାଏମଣ୍ଡ୍ ବଜାର' ର ପ୍ରଥମ ଲୁକ୍ ଜାରି ହୋଇଛି। 'ହୀରାମଣ୍ଡି’ରେ ମୁଖ୍ୟ ଭୂମିକାରେ ମନୀଷା କୋଇରାଲା, ସୋନାକ୍ଷୀ ସିହ୍ନା, ଅଦିତ୍ୟ ରାଓ ହୈଦରୀ, ରୁଚା ଚଡ୍ଢା ଏବଂ ଅନ୍ୟମାନେ ଅଭିନୟ କରିଛନ୍ତି।