Advertisment

ପୁଣି ଭିଲେନ ହେବେ ଇମ୍ରାନ୍‌ ହାଶ୍‌ମି; ୨୫୦ କୋଟିର ଏହି ଫିଲ୍ମରେ ଆସିବେ ନଜର

ଗ୍ୟାଙ୍ଗଷ୍ଟର ଡ୍ରାମା ଫିଲ୍ମ 'ଓଜି'ର ରିଲିଜ୍ ତାରିଖ ଚୂଡାନ୍ତ ହୋଇଛି। ଏହି ଚଳଚ୍ଚିତ୍ରରେ ପୱନ ମୁଖ୍ୟ ନାୟକରେ ନଜର ଆସିବେ, ଯେଉଁଠାରେ ବଡିଉଡ୍‌ର ରୋମାଣ୍ଟିକ୍ ବୟ ଇମ୍ରାନ ହାଶ୍‌ମୀଙ୍କୁ ଏକ ଖଳ ଭୂମିକାରେ ଦେଖିବାକୁ ମିଳିବ।

author-image
Pramod Behera
ଅଦ୍ୟତନ ହୋଇଛି
Emraan hashmi play once again villain role in 250 crore movie

Emraan hashmi play once again villain role in 250 crore movie

ସାଉଥ୍ ଷ୍ଟାର୍ ପୱନ କଲ୍ୟାଣଙ୍କ ଆଗାମୀ ଗ୍ୟାଙ୍ଗଷ୍ଟର ଡ୍ରାମା ଫିଲ୍ମ 'ଓଜି'ର ରିଲିଜ୍ ତାରିଖ ଚୂଡାନ୍ତ ହୋଇଛି। ଏହି ଚଳଚ୍ଚିତ୍ରରେ ପୱନ ମୁଖ୍ୟ ନାୟକରେ ନଜର ଆସିବେ, ଯେଉଁଠାରେ ବଡିଉଡ୍‌ର ରୋମାଣ୍ଟିକ୍ ବୟ ଇମ୍ରାନ ହାଶ୍‌ମୀଙ୍କୁ ଏକ ଖଳ ଭୂମିକାରେ ଦେଖିବାକୁ ମିଳିବ। ଏହା ଏକ ଗ୍ୟାଙ୍ଗଷ୍ଟର ଡ୍ରାମା ଫିଲ୍ମ, ଯାହାକୁ ସୁଜିତ ନିର୍ଦ୍ଦେଶନା ଦେଉଛନ୍ତି।

Advertisment

ସୁଜିତ ୨୩ ବର୍ଷ ବୟସରେ ତେଲୁଗୁ ଚଳଚ୍ଚିତ୍ର 'ରନ୍ ରାଜା ରନ୍' ସହିତ ନିର୍ଦ୍ଦେଶନା ଜଗତରେ ପ୍ରବେଶ କରିଥିଲେ। 'ଓଜି'ର ଅଭିନେତା ଏବଂ ନିର୍ମାତା ଏହାର ନୂଆ ପୋଷ୍ଟର ସହିତ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଏହା ୨୭ ସେପ୍ଟେମ୍ବରରେ ସାରା ବିଶ୍ୱରେ ରିଲିଜ୍ ହେବାକୁ ଯାଉଛି।

ଫିଲ୍ମ 'ଓଜି'ର ଏକ ବଡ଼ ଅଂଶ ମୁମ୍ବାଇ ଏବଂ ହାଇଦ୍ରାବାଦରେ ସୁଟିଂ କରାଯାଇଛି। କୁହାଯାଉଛି ଯେ ଏହି ଚଳଚ୍ଚିତ୍ରରେ ଏକ ଜବରଦସ୍ତ ଆକ୍ସନ୍ ଡ୍ରାମା ଅଛି, ଯେଉଁଥିରେ ହାଇ-ଆକ୍ଟେନ୍ ସିକ୍ୱେନ୍ସ ସାମିଲ ଅଛି। ଏହି ଚଳଚ୍ଚିତ୍ରରେ ପୱନ କଲ୍ୟାଣ ଏବଂ ଇମ୍ରାନ ହାଶ୍‌ମୀ ପରସ୍ପର ସହ ଫାଇଟ୍ କରୁଥିବା ନଜର ଆସିବେ।

Advertisment

ଅଧିକ ପଢ଼ନ୍ତୁ: ରାଜନୀତିର ମୈଦାନକୁ ଡେଇଁଲେ ‘ଲିଓ’ ଷ୍ଟାର୍ ; କହିଲେ 'ଥାଲାପଥୀ ୬୯' ଶେଷ ପ୍ରୋଜେକ୍ଟ

ଅଫିସିଆଲ୍ ରିଲିଜ୍ ତାରିଖ ଘୋଷଣା କରି ଡିଭିଭି ଏଣ୍ଟରଟେନ୍‌ମେଣ୍ଟ୍‌ ଏକ ପୋଷ୍ଟର ଉନ୍ମୋଚନ କରିଛି ଯେଉଁଥିରେ ପୱନ କଲ୍ୟାଣ ଏକ କାର୍‌ ପାଖରେ ଠିଆ ହୋଇ ହାତରେ ଏକ ଗରମ ଚା’ ଗ୍ଲାସ୍‌ ଧରିଛନ୍ତି। ଏହାର କ୍ୟାପ୍‌ସନ୍‌ରେ ଲେଖିଛନ୍ତି, 'ସେ ତାଙ୍କୁ 'ଓଜି'ବୋଲି କୁହନ୍ତି। 'ଓଜି' ୨୭ ସେପ୍ଟେମ୍ବର ୨୦୨୪ରେ ରିଲିଜ୍ ହେବ।"

'ଓଜି' ପୂର୍ବରୁ ସୁଜିତ ପ୍ରଭାସ ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ‘ସାହୋ’କୁ ନିର୍ଦ୍ଦେଶନା ଦେଇଥିଲେ। ଏହି ଚଳଚ୍ଚିତ୍ରରେ ହାଇ ଆକ୍ଟେନ୍ ସିକ୍ୱେନ୍ସ ଥିଲା, କିନ୍ତୁ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। 'ଓଜି'ରେ ଥମନ୍ ଏସ୍‌ଙ୍କ ସଂଗୀତ ଶୁଣିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ପୱନ କଲ୍ୟାଣ ଏବଂ ଇମ୍ରାନ ହାଶମିଙ୍କ ବ୍ୟତୀତ ପ୍ରକାଶ ରାଜ, ପ୍ରିୟଙ୍କା ମୋଜନ, ଅର୍ଜୁନ ଦାସ ମଧ୍ୟ ଅଛନ୍ତି।

ରିପୋର୍ଟ ଅନୁଯାୟୀ, ପୱନ କଲ୍ୟାଣ ଏବଂ ଇମ୍ରାନ ହାସମିଙ୍କ ଫିଲ୍ମ 'ଓଜି'ର ବଜେଟ୍‌ ୨୫୦କୋଟି ଟଙ୍କା ରହିଛି। ଏହା ପୱନ କଲ୍ୟାଣଙ୍କ କ୍ୟାରିୟରର ସର୍ବୋଚ୍ଚ ବଜେଟ୍ ଚଳଚ୍ଚିତ୍ର। ତାଙ୍କ ହାତରେ ବର୍ତ୍ତମାନ 'ଉସ୍ତାଦ ଭାଗବତ ସିଂହ', 'ହରି ହରା ବୀରା ମଲ୍ଲୁ' ଏବଂ 'ବ୍ରୋ' ଭଳି ଚଳଚ୍ଚିତ୍ର ଅଛି ଯେଉଁଥିରେ ସେ ମୁଖ୍ୟ ଭୂମିକାରେ ନଜର ଆସିବେ।

Bollywood Pawan Kalyan South Indian Films Imran Hasmi
Advertisment
Advertisment