• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା । ସେ ସର୍ଭିକାଲ କ୍ୟାନସରରେ ପୀଡିତ ଥିଲେ । ପୁନମ ପାଣ୍ଡେଙ୍କ ଦେହାନ୍ତ ନେଇ ତାଙ୍କ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି । ନିଜର ବୋଲଡ୍ ଅନ୍ଦାଜ ସହ ସୋସିଆଲ ମିଡିଆରେ ମନ୍ତବ୍ୟ ନେଇ ପୁନମ ପାଣ୍ଡେ ବେଶ ଚର୍ଚ୍ଚାରେ ଥିଲେ ।

ସେ ଅନେକ ଫିଲ୍ମରେ ଅଭିନୟ କରିଥିଲେ । ଜଣାଶୁଣା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ରିଏଲିଟି ସୋ ଲକ୍ ଅପରେ ସେ ଅଂଶଗ୍ରହଣ କରି ଚର୍ଚ୍ଚାକୁ ଆସିଥିଲେ । ପୁନମଙ୍କ ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଏନେଇ ଏକ ପୋଷ୍ଟ ସେୟାର କରାଯାଇ ସୂଚନା ଦିଆଯାଇଛି ।

 
 
 
 
 
 
 
 
 
 
 
 
 
 
 

A post shared by Poonam Pandey (@poonampandeyreal)

ପୁନମଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କୁହାଯାଇଛି – ‘ଆଜି ସକାଳ ଆମ ପାଇଁ କଷ୍ଟକର ରହିଛି । ଅତ୍ୟନ୍ତ ଦୁଃଖର ସହ ଜଣାଉଛୁ ଯେ, ଆମ ସମସ୍ତଙ୍କର ଅତି ପ୍ରିୟ ପୁନମ ପାଣ୍ତେଙ୍କର ଦେହାନ୍ତ ହୋଇଯାଇଛି । ସର୍ଭାଇକାଲ କ୍ୟାନସରରେ ଆମେ ଆମର ପ୍ରିୟ ପୁନମଙ୍କୁ ହରାଇଛୁ ।’

ନିଜର ବୋଲ୍ଡ ଅନ୍ଦାଜ ପାଇଁ ପୁରା ଦେଶରେ ଜଣାଶୁଣା ଥିଲେ ପୁନମ୍ । ଅନେକ ଥର ବିବାଦୀୟ ମନ୍ତବ୍ୟ ଦେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ । ପୁନମ ପାଣ୍ଡେ ୨୦୧୩ରେ ଫିଲ୍ମ ‘ନଶା’ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ତେବେ ଅଭିନେତ୍ରୀଙ୍କ ଦେହାନ୍ତ ଖବର ଶୁଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଇଣ୍ଡଷ୍ଟ୍ରି ଏବଂ ଫ୍ୟାନ୍ସଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।