Advertisment

US President Oath: ଆଜିଠୁ ଆମେରିକାରେ ଟ୍ରମ୍ପଙ୍କ ଯୁଗ; ଯୋଗ ଦେବେ ଜୟଶଙ୍କର

ନୂଆ ରାଷ୍ଟ୍ରପତିଙ୍କ ଶପଥ ସମାରୋହକୁ ଦେଖିବା ପାଇଁ ୨ ଲକ୍ଷ ୨୦ ହଜାର ଟିକେଟ୍ ବିକ୍ରି ହୋଇସାରିଛି। ଟିକେଟ୍ ନଥିବା ଦର୍ଶକ ନ୍ୟାସନାଲ ମଲରୁ ଶପଥ ଉତ୍ସବ ଦେଖିପାରିବେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Donald Trump

Donald Trump

ଆଜିଠୁ ଆମେରିକାରେ ପୁଣି ଟ୍ରମ୍ପ ଶାସନ। ହ୍ୱାଇଟ୍ ହାଉସରେ ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ଡୋନାଲ୍ଡ ଟ୍ରମ୍ପ। ଆଜି ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ନେବେ। ଭାରତୀୟ ସମୟ ରାତି ସାଢେ ୧୦ଟା ଓ ଆମେରିକା ସମୟ ମଧ୍ୟାହ୍ନ ୧୨ଟାରେ ରାଷ୍ଟ୍ରପତି ଭାବରେ ଶପଥ ନେବେ ଟ୍ରମ୍ପ। ଏଥିପାଇଁ ଫ୍ଲୋରିଡାରୁ ୱାଶିଂଟନରେ ପହଞ୍ଚିଛନ୍ତି ଟ୍ରମ୍ପଙ୍କ ସପରିବାର।

Advertisment

ଭବ୍ୟ ଶପଥ ସମାରୋହ ପାଇଁ ପ୍ରସ୍ତୁତ ହୋଇଛି କ୍ୟାପିଟଲ୍ ହିଲ୍ ରୋତୁଣ୍ଡା। ମଞ୍ଚ ପ୍ରସ୍ତୁତ, ଅତିଥି ବି ଆସିସାରିଲେଣି। ମାଇନସ୍ ୭ ଡିଗ୍ରୀ ଯାଏଁ ଥଣ୍ଡା ଆକଳନ ପରେ ବଦଳିଛି ରାଷ୍ଟ୍ରପତିଙ୍କ ଶପଥ ସମାରୋହ ସ୍ଥଳ। ମୁଖ୍ୟ ବିଚାରପତି ଜନ୍ ରୋବର୍ଟସ ଟ୍ରମ୍ପଙ୍କୁ ଶପଥପାଠ କରାଇବେ। ଦୁଇ ହାତରେ ଦୁଇଟି ବାଇବଲ ଧରି ଆମେରିକୀୟ ସମ୍ବିଧାନର ୩୫ଟି ମହତ୍ତ୍ୱପୂର୍ଣ୍ଣ ଶବ୍ଦର ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ।

ନୂଆ ରାଷ୍ଟ୍ରପତିଙ୍କ ଶପଥ ସମାରୋହକୁ ଦେଖିବା ପାଇଁ ୨ ଲକ୍ଷ ୨୦ ହଜାର ଟିକେଟ୍ ବିକ୍ରି ହୋଇସାରିଛି। ଟିକେଟ୍ ନଥିବା ଦର୍ଶକ ନ୍ୟାସନାଲ ମଲରୁ ଶପଥ ଉତ୍ସବ ଦେଖିପାରିବେ। ଟ୍ରମ୍ପଙ୍କ ଶପଥ ସମାରୋହରେ ଭାରତ ପକ୍ଷରୁ ଉପସ୍ଥିତ ରହିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର। ଆଉ କିଛି ରାଷ୍ଟ୍ରନେତା ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତିମାନେ ବି ସାମିଲ ହେବେ। ସେହିପରି ପତ୍ନୀଙ୍କ ସହ ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବି ଟ୍ରମ୍ପଙ୍କ ଶପଥ ସମାରୋହରେ ସାମିଲ ହେବେ।

Advertisment

ରାଷ୍ଟ୍ରପତି ଭାବରେ ଦାୟିତ୍ୱ ନେବା ପରେ ଟ୍ରମ୍ପ କଣ ବଡ଼ ନିଷ୍ପତ୍ତି ନେଉଛନ୍ତି ତାଉପରେ ସାରା ବିଶ୍ୱର ନଜର ରହିଛି। ଫୋକସରେ ବ୍ୟବସାୟିକ ଟାରିଫ ରହିବ। ବୈଦେଶିକ ନୀତି, ଭିସା ଓ ଇମିଗ୍ରେସନ୍ ପଲିସି, ଚୀନ୍-ରୁଷ ସହ ସମ୍ପର୍କ, ୟୁକ୍ରେନ୍-ରୁଷ ଯୁଦ୍ଧ ଟାଳିବା ଦିଗରେ କଣ ଆଭିମୁଖ୍ୟ ରହିବ ତାକୁ ଅପେକ୍ଷା ରହିଛି।

ଗତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳରେ ଟ୍ରମ୍ପ୍‌ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସ୍‌ଙ୍କୁ ପରାସ୍ତ କରିଥିଲେ।

ଅଧିକ ପଢ଼ନ୍ତୁ; ମିଷ୍ଟର ପ୍ରେସିଡେଣ୍ଟ ବନିବେ ଡୋନାଲ୍ଡ ଟ୍ରମ୍ପ; ଭାରତ ପାଇଁ କେତେ ହେବ ଲାଭଦାୟୀ ?

USA Donald Trump Jr Oath Taking Ceremony
Advertisment
Advertisment