Advertisment

Poonam Padey: ବିବାଦୀୟ କ୍ୱିନ୍ ପୁନମ୍ ପାଣ୍ଡେଙ୍କ ମତ ‘ମୁଁ କେବଳ ଚର୍ଚ୍ଚାରେ ରହିବାକୁ ଚାହେଁ’

ପୁନମ୍ ପାଣ୍ଡେ ତାଙ୍କର ଭିନ୍ନ ଷ୍ଟାଇଲ୍ ପାଇଁ ଜଣାଶୁଣା। ବିବାଦ କାରଣରୁ ପୁନମ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। କେବଳ ଖବରରେ ରହିବାକୁ ଚାହାନ୍ତି ବୋଲି ସେ କୁହନ୍ତି।

author-image
Pramod Behera
Poonam pandey controversies arrest to beaten by mother

Poonam pandey controversies arrest to beaten by mother

ବିବାଦୀୟ କ୍ୱିନ୍ ପୁନମ୍ ପାଣ୍ଡେଙ୍କ ନାମରେ ଆଉ ଏକ ବିବାଦ ଯୋଡି ହୋଇଛି, ଯିଏକି ତାଙ୍କ ବିବୃତ୍ତି ଏବଂ ବିବାଦ କାରଣରୁ ଅନେକ ସମୟରେ ଖବରରେ ରହିଥା’ନ୍ତି। ଫେବୃଆରୀ ୨ ରେ ସର୍ଭିକାଲ୍‌ କ୍ୟାନ୍‌ସର୍ କାରଣରୁ ତାଙ୍କ ମୃତ୍ୟୁ ଖବର ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ଘୋଷଣା କରାଯାଇଥିଲା। ତା’ପରେ ତାଙ୍କର PR ଟିମ୍ ମଧ୍ୟ ଏହାକୁ ନିଶ୍ଚିତ କରିଥିଲେ।

Advertisment

କିନ୍ତୁ ବର୍ତ୍ତମାନ ଫେବୃଆରୀ ୩ ରେ ପୁନମ୍ ପାଣ୍ଡେ କହିଛନ୍ତି ଯେ ସେ ଜୀବିତ ଅଛନ୍ତି ଏବଂ ସର୍ଭିକାଲ୍‌ କ୍ୟାନ୍‌ସର୍ ବିଷୟରେ ସଚେତନତା ପାଇଁ ଏହା କରିଛନ୍ତି। ଯେଉଁଥିପାଇଁ ତାଙ୍କୁ ବହୁତ ସମାଲୋଚନା କରାଯାଉଛି। ପୁନମ୍ ପାଣ୍ଡେ ତାଙ୍କର ଭିନ୍ନ ଷ୍ଟାଇଲ୍ ପାଇଁ ଜଣାଶୁଣା। ବିବାଦ କାରଣରୁ ପୁନମ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି।

Advertisment


ପୁନମ୍ ପାଣ୍ଡେଙ୍କ ପ୍ରଥମ ବିବାଦ:

୨୦୧୧ ମସିହାରେ ପୁନମ୍ ପାଣ୍ଡେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ସମୟରେ ଏକ ବିବାଦୀୟ ମତ ଦେଇ ଚର୍ଚ୍ଚାକୁ ଆସିଥିଲେ। ତାଙ୍କ କଥାକୁ ନେଇ ଅନେକ ଅସନ୍ତୋଷ ଦେଖାଦେଇଥିଲା। ତାଙ୍କ ଘରେ ଏ ସମ୍ପର୍କରେ ଅନେକ ବିବାଦ ଦେଖାଦେଇଥିଲା ଏବଂ ତାଙ୍କୁ ପରିବାର ସଦସ୍ୟଙ୍କ ଦ୍ୱାରା ଅନେକ ଭର୍ତ୍ସନା ଶୁଣିବାକୁ ପଡିଥିଲା। ସେତେବେଳେ ତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା। ଏକ ରେଡିଓ ସାକ୍ଷାତକାରରେ ସେ କହିଥିଲେ ଯେ ସେ କିଛି ଅଜବ କରିବାକୁ ଚିନ୍ତା କରୁଥିଲେ ଏବଂ କ୍ରିକେଟ୍ ବିଶ୍ୱକପ୍ ସମୟରେ ତାଙ୍କର ମନ ଏପରି କରିବାକୁ ନିଷ୍ପତ୍ତି ନେଇଥିଲା।


ମା’ଙ୍କ ଠାରୁ ଚାପୁଡ଼ା:

ପୁନମ୍ ପାଣ୍ଡେ ସାକ୍ଷାତକାରରେ କହିଥିଲେ ଯେ ଯେତେବେଳେ ସେ ଏକ ବିବାଦୀୟ ବିବୃତ୍ତି ଦେଇଥିଲେ ସେତେବେଳେ ତାଙ୍କ ବାପାମାଆ ତାଙ୍କୁ ଗାଳି କରିଥିଲେ। ମା’ ତାଙ୍କୁ ଚାପୁଡ଼ା ମାରିଥିଲେ। ଏପରିକି ପାପା ଘରୁ ବାହାରି ଯିବାକୁ ଧମକ ଦେଇଥିଲେ। ଏହି ବିବୃତ୍ତି ପରେ ଘରେ ଉତ୍ତେଜନା ଦେଖାଦେଇଥିଲା। ଯେତେବେଳେ ପୁନମ ପାଣ୍ଡେଙ୍କୁ ପଚରାଗଲା ସେ କାହିଁକି ଛୋଟ ପୋଷାକ ପିନ୍ଧନ୍ତି, ସେତେବେଳେ ସେ କହିଥିଲେ ଯେ ତାଙ୍କ ଶରୀର ଦେଖାଇବା ବ୍ୟତୀତ ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ।

ସେ କହିଥିଲେ ଯେ “ମୁଁ ଅନ୍ୟମାନଙ୍କ ପରି ଆପୋଷ ବୁଝାମଣା କରିପାରିବି ନାହିଁ। ତେଣୁ, ଯାହା ବି ମୋ ମନକୁ ଆସିଲା, ମୁଁ ତାହା କରିଥିଲି। ମୁଁ କେବଳ ଖବରରେ ରହିବାକୁ ଚାହୁଁଥିଲି। ବିବାଦକୁ ନେଇ ମୋର କୌଣସି ଫରକ ପଡେନି।”


Covid ନିୟମ ଉଲ୍ଲଂଘନ ପାଇଁ ଗିରଫ:

କରୋନା ସମୟରେ ଲକ୍‌ଡାଉନ୍ ଲାଗୁ ହୋଇଥିଲେ ମଧ୍ୟ ପୁନମ୍ ପାଣ୍ଡେ ବିବାଦ ଭିତରକୁ ଆସିଥିଲେ। କୋଭିଡ୍ ୧୯ ପ୍ରୋଟୋକଲ୍ ଭାଙ୍ଗି ସେ ତାଙ୍କ ସ୍ୱାମୀ ସାମ୍‌ଙ୍କ ସହିତ ବାହାରକୁ ଯାଇଥିଲେ। ଏହା ପରେ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହି କାରଣରୁ ପୁନମ୍ ପାଣ୍ଡେଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା।


ସ୍ୱାମୀଙ୍କ ଉପରେ ନିର୍ଯାତନା ଅଭିଯୋଗ:

ପୁନମ ପାଣ୍ଡେ ସେପ୍ଟେମ୍ବର ୨୦୨୦ରେ ସାମ ବାମ୍ବେଙ୍କୁ ବିବାହ କରିଥିଲେ। ପ୍ରକାଶ ଥାଉକି, କିଛି ଦିନ ପରେ, ସେମାନଙ୍କ ସମ୍ପର୍କ ଏପରି ଏକ ମୋଡ଼ରେ ପହଞ୍ଚିଗଲା ଯେତେବେଳେ ପୁନମ୍ ତାଙ୍କ ସ୍ୱାମୀଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ହନିମୁନ୍‌ ପାଇଁ ଗୋଆକୁ ଆସିଥିବା ପୁନମ୍ ତାଙ୍କ ସ୍ୱାମୀ ସାମ୍‌ଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲେ ଏବଂ ନିର୍ଯାତନା ଦେବା, ଧମକ ଦେବା ଓ ବାଡାବାଡି କରିବାର ଅଭିଯୋଗ କରିଥିଲେ।

Bollywood Poonam Pandey
Advertisment
Advertisment