• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prasanjit Ray

୧୯୩୬ରେ ରିଲିଜ୍ ହୋଇଥିଲା ପ୍ରଥମ ଓଡ଼ିଆ ଫିଲ୍ମ ସୀତା ବିବାହ । ସେବେଠୁ ଆଜି ଯାଏଁ ଅନେକ ସଂଘର୍ଷ ଓ ଘାତ ପ୍ରତିଘାତକୁ ଦେଖିଛି ଓଡ଼ିଆ ସିନେମା ଜଗତ । ସମୟ ବଦଳିବା ସହ ଲୋକଙ୍କ ଚାହିଦା ବଦଳିଛି ଓ ତା’ସହ ସିନେମାର ଶୈଳୀ । ଓଡ଼ିଆ ଫିଲ୍ମର ୮୮ ବର୍ଷର ସଂଘର୍ଷମୟ କାହାଣୀକୁ ବେଶ୍ ସୁନ୍ଦର ଭାବେ ଦର୍ଶାଯାଇଛି ଓଡ଼ିଆ ଭାଷା ସମ୍ମିଳନୀରେ ।

ଓଡ଼ିଆ ସିନେମାର ଆଦି, ଓଡ଼ିଆ ସିନେମାର ସଂଘର୍ଷ, ଓଡ଼ିଶା ସିନେମାର ଯାତ୍ରା । ଗୋଟି ଗୋଟି କରି ସବୁ କିଛି ଫଟୋ ଫ୍ରେମରେ । ଓଡ଼ିଆ ଭାଷା ସମ୍ମିଳନୀର ସିନେମା ଗ୍ୟାଲେରୀରେ କିଛି ଏମିତି ଦୃଶ୍ୟ ପାଲଟିଛି ସିନେମା ପ୍ରେମୀଙ୍କ ପ୍ରଥମ ପସନ୍ଦ । ଗୋଟିଏ ଜାଗାରେ ଓଡ଼ିଆ ସିନେମାର ବଳିଷ୍ଠ ଫିଲ୍ମକୁ ବେଶ୍ ସୁନ୍ଦର ଭାବେ ଦର୍ଶାଯାଇଛି ।

ଆକର୍ଷଣର ମୁଖ୍ୟ କେନ୍ଦ୍ର ବିନ୍ଦୁ ପାଲଟିଛି ‘ଓଡ଼ିଆ ସିନେମାର ଯେତେସବୁ ପ୍ରଥମ’ ଗ୍ୟାଲେରୀ । ପ୍ରଥମ ରଙ୍ଗୀନ ଫିଲ୍ମ- ଗପ ହେଲେ ବି ସତ, ପ୍ରଥମ ସିନେମା ସ୍କ୍ରୋପରେ ସୁଟିଂ ହୋଇଥିବା ଚଳଚ୍ଚିତ୍ର-ହିସାବ ନିକାସ, ପ୍ରଥମ ସମ୍ବଲପୁରୀ ସିନେମା-ଭୁଖା ଭଳି ଯାହା ଯାହା ପ୍ରଥମ, ଯେଉଁ ଓଡ଼ିଆ ଫିଲ୍ମ ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚିତ ସୃଷ୍ଟି କରିଥିଲା ସେ ସବୁକୁ ଦେଖିଛନ୍ତି ଦର୍ଶକ ।

୧୯୩୬ ମସିହାରେ ରିଲିଜ୍ ହୋଇଥିଲା ପ୍ରଥମ ଓଡ଼ିଆ ସିନେମା ସୀତା ବିବାହ । ଓଡ଼ିଆ ସିନେମାର ଜନକ ମୋହନ ସୁନ୍ଦର ଦେବ ଗୋସ୍ବାମୀଙ୍କ ଦୀଘ ଦିନର ସଂଘର୍ଷ ପରଦାକୁ ଓହ୍ଲାଇଥିଲା । ଦ୍ୱିତୀୟ ଫିଲ୍ମ ଲଳିତାକୁ ଆସିବାକୁ ୧୩ ବର୍ଷ ଲାଗି ଯାଇଥିଲା । ଯନ୍ତ୍ରାଂଶ, ଅର୍ଥ ତ ପୁଣି ସିନେମା ହଲର ଅଭାବ ଭିତରେ କିନ୍ତୁ ଓଡ଼ିଆ ସିନେମା ଦେଇଛି ଅନେକ ସାମାଜିକ, ପ୍ରତିକାତ୍ମକ ଏବଂ ସଂସ୍କାରଧର୍ମୀ ସିନେମା ।

ଆଉ ଏସବୁକୁ ସୁଟ୍ କରିବା ପାଇଁ ବ୍ୟବହୃତ ହେଉଥିବା କ୍ୟାମେରା, ଲାଇଟ୍, ଡବିଂ ମେସିନକୁ ଓଡ଼ିଶା ଫିଲ୍ମ ଡେଭଲମେଣ୍ଟ କର୍ପୋରେସନ୍ ଲୋକଙ୍କ ପାଖରେ ଭେଟି ଦେଇଛି ।

ଓଡ଼ିଆ ସିନେମାର ସ୍ୱର୍ଣ୍ଣିମ ଯୁଗକୁ ବି ଦର୍ଶକ ଏଠି ସ୍କ୍ରିନରେ ଦେଖିଛନ୍ତି । ସାହିତ୍ୟରୁ ସିନେମାର ରୂପ ନେଇଥିବା ଯାଯାବରଠୁ ପୁଷ୍କରା ଯାଏଁ ଚଳଚ୍ଚିତ୍ରର ଅଭୁଲା ସ୍ମୃତିକୁ ସାଉଁଟିବାକୁ ବଡ଼ ସୁଯୋଗ ମିଳିଛି ।