• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ସାଧୁ ମେହେରଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ସାଧୁ ମେହେରଙ୍କ ପରଲୋକ ନେଇ ଫିଲ୍ମ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ସୂଚନା ଦେଇଛନ୍ତି । ସେ ଅନେକ ହିନ୍ଦୀ ଓ ଓଡ଼ିଆ ସିନେମାରେ ଅଭିନୟ କରିଥିଲେ ।

ତାଙ୍କ ଅଭିନୟର ଯାଦୁ ଦର୍ଶକମାନଙ୍କୁ ବାନ୍ଧି ରଖୁଥିଲା । ଅଙ୍କୁର, ମୃଗୟା, ଭୁବନ ସୋମ୍, ମନ୍ଥନରେ ସାଧୁଙ୍କ ନିଖୁଣ ଅଭିନୟର ଛାପ ଦେଖିବାକୁ ମିଳିଥିଲା । ଫିଲ୍ମ ପ୍ରତି ତାଙ୍କର ଅବଦାନ ପାଇଁ ୨୦୧୭ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।