Advertisment

ମୁମ୍ବାଇରେ ଘର କିଣିଲେ ସନୀ ଲିୟୋନ୍: କୋଟି କୋଟି ବିଞ୍ଚିଦେଲେ

ଦୀର୍ଘ ୧୦ ବର୍ଷ ବଲିଉଡ୍‌ରେ ରାଜ କରୁଥିବା ସନୀ ଲିୟୋନ୍ ଶେଷରେ ମୁମ୍ବାଇରେ ଘର କିଣିଛନ୍ତି। ଏନେଇ ସେ ୧୬ କୋଟି ଦେଇଥିବା କୁହାଯାଏ। ତେବେ ଏମିତି କ’ଣ ଜରୁରୀ ହେଲା ଯେ ଏତେ ଟଙ୍କା ଦେଇ ସେ ଘର କିଣିଲେ?

author-image
Pramod Behera
Sunny Leone bought house in Mumbai know the whopping price

Sunny Leone bought house in Mumbai know the whopping price

ନୂଆ ଘର କିଣିଛନ୍ତି ସନୀ ଲିୟୋନ୍ ଓ ତାଙ୍କ ସ୍ୱାମୀ ଡାନିଏଲ୍ ୱେବର୍। ଘରକୁ ନେଇ ସନୀ କୁହନ୍ତି ଯେ “ଆମେ ଆମ ପିଲା ପାଇଁ ଏକ ଉଚିତ ମୂଳଦୁଆ ଚାହୁଁଥିଲୁ।” ବଲିଉଡ୍‌ରେ ଗୋଟିଏ ଦଶକ ପୂରା କରିଥିବା ସନୀ ଲିୟୋନ ଦୀର୍ଘଦିନ ହେବ ଭଡା ଘରେ ରହୁଥିଲେ। ଗତ ବର୍ଷ ସେ ମୁମ୍ବାଇରେ ଏକ ଘର କିଣିଛନ୍ତି। ଏଥିରେ ୩ଟି ବେଡ୍‌ରୁମ୍ ଥିବା ବେଳେ ଏହା ମୂଲ୍ୟ ପାଖାପାଖି ୧୬ କୋଟି ବୋଲି କୁହାଯାଉଛି।

Advertisment

ଆଜିକାଲି ସନୀ ଲିୟୋନ୍ ସାଉଥ୍‌ର କିଛି କାମରେ ଲଗାତର ବ୍ୟସ୍ତ ଥିବା ଜଣାଯାଏ। ଏହାରି ଭିତରେ ମୁମ୍ବାଇରେ ଘର ନେବା ନେଇ ସେ କହିଛନ୍ତି ଯେ “ଏଠରେ ଘର ନେବା ନିଷ୍ପତ୍ତୋ ପଛରେ ଆମର କିଛି ଭାବାବେଗ ରହିଛି। ଭାରତ ଆମର ମୁଖ୍ୟ ଘର, ଏଠାରେ ଆମେ ସବୁଠାରୁ ଅଧିକ ସମୟ କାଟୁ। ଆମର ୩ଟି ପିଲା ଅଛନ୍ତି। ଆମକୁ ଲାଗିଲା ଆମେ କେବଳ ଗୋଟିଏ ଆପାର୍ଟମେଣ୍ଟରୁ ଆଉ ଗୋଟେ ଆପାର୍ଟମେଣ୍ଟ୍ ସିପ୍ଟ୍ ହୋଇ ସେମାନଙ୍କୁ ଠିକ୍ ଭିତ୍ତିଭୂମି ଦେଇପାରୁନୁ। ଆମେ ଆମ ପିଲାଙ୍କୁ ଏମିତି ଜାଗା ଦେବାକୁ ଚାହୁଥିଲୁ ଯେ ସେମାନେ ଯେମିତି ଏହାକୁ ଭଲ ପାଇବେ। ଆପଣ ଯଦି କେବେ ଆମ ଘରକୁ ଆସିବେ ତେବେ ଦେଖିବେ ଏହା ପୂରା ଆମେରିକାନ୍ ଷ୍ଟାଇଲ୍‌ରେ ହୋଇଛି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ “ଏବେ ସମୟ ଆସିଯାଇଥିଲା ଯେ ଆମେ ସବୁକିଛିକୁ ସ୍ଥାୟୀ କରିବା ନେଇ। ମୋ ପିଲାମାନେ ବି ଏହି ସମୟକୁ ଆଉ ନୂଆ ଘରକୁ ଭରପୂର ଉପଭୋଗ କରୁଛନ୍ତି। କାରଣ ସେମାନଙ୍କ ପାଇଁ ବାଇକ୍ ରାଇଡ୍ସ କରିବା ଓ ଗାର୍ଡେନ୍‌ରେ ଖେଳିବା ନେଇ ପ୍ରଚୁର ଜାଗା ଅଛି। ସୁଇମିଙ୍ଗ ପୁଲ୍ ସହିତ ଆହୁରି ଅନେକ କିଛି ଜିନିଷ ଅଛି ଯାହାକୁ ନେଇ କାମ ଚାଲିଛି। ଏହା ଏକ ଫୁଲ୍ ସର୍ଭିସ୍ ଆପାର୍ଟମେଣ୍ଟ୍। ଏଠାରେ ମୋ ପିଲାଙ୍କୁ ନେଇ ଚିନ୍ତିତ ହେବାର କୌଣସି କାରଣ ନାହିଁ। ”

Advertisment

ସନୀ ୧୦ ବର୍ଷ ହେବ ଭାରତରେ କାମ କରୁଛନ୍ତି। ଏହାକୁ ନେଇ ସେ କୁହନ୍ତି ଯେ “ଏହି ଯାତ୍ରା ମୋର ସଂପୂର୍ଣ୍ଣ ଅନ୍‌ପ୍ଲାଣ୍ଡ୍ ଥିଲା। ବିଗ୍ ବସ୍‌ରୁ ମୁମ୍ବାଇରେ ଘର କିଣିବା ନେଇ ଲମ୍ବା ଯାତ୍ରା ବହୁର ଭଲ ଥିଲା। ମୁଁ ଓ ଡାନିଏଲ୍ ପ୍ରାୟ ସମୟରେ କଥା ହେଉ ଯେ ଆମେ ଯାହା ସବୁ କରୁଛୁ ତାହା ଆମକୁ କେବେ କରିବାର ନଥିଲା। ମତେ କେବେବି ଲାଗୁ ନଥିଲା ଯେ ଆମେ ମୁମ୍ବାଇରେ ଘର କିଣିପାରିବୁ।”

Bollywood Sunny Leone
Advertisment
Advertisment