Advertisment

ଦୁଇ ବଡ ପାହାଡ ଭିତରେ ଫସିଛି ‘ଜର୍ସି’: ରୋଜଗାରକୁ ନେଇ ସନ୍ଦେହ

ମନୋରଂଜନ ଦୁନିଆକୁ ରଂଗୀନ କରିବ ଅପ୍ରିଲ୍। ଆସୁଛି ୩ ଫିଲ୍ମ। ଦୁଇ ବଡ ପ୍ରୋଜେକ୍ଟ କେଜିଏଫ୍-୨ ଓ ବିଷ୍ଟ୍‌ ଭିତରେ ରିଲିଜ୍ ହେଉଛି ଜର୍ସି। ତେବେ ଏହା କ’ଣ ଏହି ଦୁଇ ଫିଲ୍ମ ସହ କରି ପାରିବ ମୁକାବିଲା…

author-image
Pramod Behera
KGF chapter-2, Beast, Jersey advance booking report

KGF chapter-2, Beast, Jersey advance booking report

ବୈଶାଖୀ ଅବସରରେ ଅମିର ଖାନଙ୍କ ଫିଲ୍ମ ‘ଲାଲ୍ ସିଂହ ଚଡ୍‌ଢା’ ଯଦି ରିଲିଜ୍ ହୋଇଥାନ୍ତା ତେବେ ଜଣା ନାହିଁ ଏହାର ହାଲତ କ’ଣ ହୋଇଥାନ୍ତା କିନ୍ତୁ ଦୁଇଟି ବଡ ପ୍ରୋଜେକ୍ଟ ଭିତରେ ଫସିଥିବା ଶାହିଦ କପୁରଙ୍କ ଫିଲ୍ମ ‘ଜର୍ସି’ର ଅବସ୍ଥା ଏହାର ବୁକିଂରୁ ହିଁ ଜଣାପଡିଯାଇଛି। ଅଭିନେତା ୟଶଙ୍କ ଫିଲ୍ମ ‘କେଜିଏଫ୍ ୨’ , ଦଳପତି ବିଜୟଙ୍କ ‘ବିଷ୍ଟ୍’ ଓ ଶାହିଦ କପୁରଙ୍କ ଫିଲ୍ମ ‘ଜର୍ସି’ର ରିପୋର୍ଟ କାର୍ଡ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ତେବେ ଆସନ୍ତୁ ଜାଣିବା ଆଡଭାନ୍ସ ବୁକିଂରେ କିଏ କେତେ ଆଗରେ ରହିଛି।

Advertisment

‘କେଜିଏଫ୍ ୨’ର କରିସ୍ମା:

ୟଶ, ରବୀନା ଟଣ୍ଡନ୍, ପ୍ରକାଶ ରାଜ୍ ଓ ସଞ୍ଜୟ ଦତ୍ତଙ୍କ ଭଳି ତାରକାଙ୍କ ଦ୍ୱାରା ସଜାହୋଇଥିବା ଫିଲ୍ମ ‘କେଜିଏଫ୍ ୨’କୁ ନେଇ ବକ୍ସ ଅଫିସ୍‌ରେ ଏବେଠାରୁ ଦବଦବା ଦେଖାଦେଲାଣି। ଅପ୍ରେଲ୍ ୧୪ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମ ଉପରେ ଚେନ୍ନେଇ, ହାଇଦ୍ରାବାଦ ଓ କୋଚି ପର୍ଯ୍ୟନ୍ତ ସମସ୍ତନ୍ତଙ୍କ ନଜର ରହିଛି। ଫିଲ୍ମର୍ ପ୍ରଥମ ଭାଗ ହିନ୍ଦୀ ଭାଷୀଙ୍କ ହୃଦୟ କିଣିଥିଲା। ସେତେବେଳେ ଏହି ଫିଲ୍ମ ଶାହରୁଖଙ୍କ ଫିଲ୍ମ ‘ଜୀରୋ’ ସହିତ ଲଢେଇକୁ ଓହ୍ଲେଇ ଥିଲା। କିନ୍ତୁ ଏଥର ୟଶଙ୍କ ଏହି ଫିଲ୍ମ ତାମିଲ୍ ଅଭିନେତା ବିଜୟଙ୍କ ସମେତ ହିନ୍ଦୀ ସିମେନାର ଷ୍ଟାର୍ ଶାହିଦ କପୁରଙ୍କ ସହିତ ବି ଲଢେଇ କରିବ।

‘କେଜିଏଫ୍ ୨’ର ଆଡଭାନ୍ସ ବୁକିଂ ଦୁଇ ଦିନ ପୂର୍ବରୁ ଖୋଲା ହୋଇଛି। ବର୍ତ୍ତମାନ ଫିଲ୍ମର ହିନ୍ଦୀ, ତାମିଲ୍ ଓ ମଲୟାଲମ୍ ସଂସ୍କରଣକୁ ରିଲିଜ୍ କରୁଥିବା ସିନେମା ହଲ୍‌କୁ ଟିକେଟ୍ ବିକ୍ରି କରିବାର ସବୁଜ ସଂକେତ ମିଳିଛି। ଏହାର ମୂଳ ଭାଷା କନ୍ନଡ ବ୍ୟତୀତ ତେଲୁଗୁରେ ଫିଲ୍ମର ଆଡଭାନ୍ସ ବୁକିଂ ଅପ୍ରେଲ୍ ୧୦ରୁ ଆରମ୍ଭ ହେବ। ତେବେ ଆରମ୍ଭରୁ ଦେଖାଯାଉଛି ଯେ ‘କେଜିଏଫ୍ ୨’ର ହିନ୍ଦୀ ସଂସ୍କରଣର ଆରମ୍ଭ ଦମଦାର ରହିଛି।

Advertisment

ସୂଚନା ମୁତାବକ ମାତ୍ର ଦୁଇ ଦିନରେ ଫିଲ୍ମର ହିନ୍ଦୀ ସଂସ୍କରଣ ବୁକିଂରେ ୫.୯୦କୋଟି ଟଙ୍କା ସଂଗ୍ରହ କରିନେଇଛି। ସେହିପରି ମଲୟାଲମରେ ୧.୨୦କୋଟି ଓ ତାମିଲରେ ୧.୧୦କୋଟି ଟଙ୍କାର ଟିକେଟ୍ ବିକ୍ରି କରିସାରିଛି। ଆଶା କରାଯାଉଛି ଯେ ଫିଲ୍ମ ରିଲିଜ୍ ହେବା ବେଳକୁ ଫିଲ୍ମର ଆଡଭାନ୍ସ ବୁକିଂ ୨୦କୋଟି ଟଙ୍କାରୁ ଉପରକୁ ଚାଲିଯାଇଥିବ।

ବିଜୟଙ୍କ ‘ବିଷ୍ଟ୍’:

ତାମିଲ ଅଭିନେତା ବିଜୟଙ୍କ ଫିଲ୍ମ ‘ବିଷ୍ଟ୍’ର ଆଡଭାନ୍ସ ବୁକିଂ ନିଜ ମୂଳ ଭାଷାରେ ବହୁତ ଭଲ ରହିଛି। ଫିଲ୍ମର ତାମିଲ ସଂସ୍କରଣର ଆଡଭାନ୍ସ ବୁକିଂରେ ପାଖାପାଖି ୪.୭୦ କୋଟି ଟଙ୍କାର ଟିକେଟ୍ ବିକ୍ରି କରିଛି। ସେହିପରି ଫିଲ୍ମର ତେଲୁଗୁ ସଂସ୍କରଣ ପାଖାପାଖି ୧୫ ଲକ୍ଷ ଟଙ୍କାର ଟିକେଟ୍ ବିକ୍ରି କରିବାରେ ସଫଳ ହୋଇଛି। ଫିଲ୍ମର ହିନ୍ଦୀ ଓ କନ୍ନଡ ସଂସ୍କରଣର ଆଡଭାନ୍ସ ବୁକିଂ ଏଯାଏ ଖୋଲିନି। ବିଜୟ ଓ ପୂଜା ହେଗଡେଙ୍କ ଏହି ଫିଲ୍ମ ଏକ ର’ ଏଜେଣ୍ଟର କାହାଣୀ। ଏହି ଫିଲ୍ମ ଅପ୍ରିଲ୍ ୧୩ରେ ରିଲିଜ୍ ହେବ।

ଦୁଇ ପାହାଡ ଭିତରେ ଫସିଛି ‘ଜର୍ସି’:

ହିନ୍ଦୀ ଫିଲ୍ମ ‘ଜର୍ସି’ ଏହି ଦୁ‍ଇ ବଡ ପ୍ରୋଜେକ୍ଟ ଭିତରେ ଫସି ରହିଛି। ଫିଲ୍ମର ଆଡଭାନ୍ସ ବୁକିଂ ଅପ୍ରେଲ୍ ୮ରୁ ଖୋଲିଯାଇଛି। ସୂଚନା ମୁତାବକ ଏହି ଫିଲ୍ମକୁ ନେଇ ସେମିତି କିଛି ଖାସ୍ ପ୍ରତିକ୍ରିୟା ହିନ୍ଦୀ ଭାଷୀ ଦର୍ଶକମାନଙ୍କ ଭିତରେ ଦେଖିବାକୁ ମିଳିନି। ଏଯାଏ ଏହାର ଆଡଭାନ୍ସ ବୁକିଂ ମାତ୍ରା ୪୦ ଲକ୍ଷ ଟଙ୍କାରେ ସୀମିତ ରହିଛି।

KGF Chapter 2 Bollywood Jersey Film Beast
Advertisment
Advertisment