Advertisment

KGF2କୁ କଡ଼ା ଟକ୍କର ଦେବ କି BEAST ? ହଲ୍‌ରେ ମୁହାଁମୁହିଁ ହେବ ୟଶ୍‌ ଓ ବିଜୟଙ୍କ ଫିଲ୍ମ

‘KGF2’କୁ ଟକ୍କର ଦେବାକୁ କାହାର ରହିଛି ହିମତ୍ ! ବଡ଼ ବଡ଼ ସିନେମା, ନିର୍ଦ୍ଦେଶକ, ପ୍ରଯୋଜନା ସଂସ୍ଥା KGF ପାଇଁ ନିଜ ଫିଲ୍ମ ରିଲିଜକୁ ଘୁଞ୍ଚାଇ ଦେଇଛନ୍ତି। ‘KGF2’ ସାମ୍ନାରେ ଆଉ ଏକ ତାମିଲ ଫିଲ୍ମ ରିଲିଜ ହେବ ଯାହା ‘KGF2’କୁ କଡ଼ା ଟକ୍କର ଦେବ ବୋଲି ଚର୍ଚ୍ଚା ହେଉଛି।

author-image
Prasanjit Ray
ଅଦ୍ୟତନ ହୋଇଛି
KGF 2 & Beast Released Soon

KGF 2 & Beast Released Soon

ସାରା ଦେଶରେ ଏବେ KGF ଆଉ KGFର କ୍ରେଜ୍। ଏପ୍ରିଲ ୧୪ କେବେ ହେବ, ଟିକେଟ୍ ବୁକିଂ କେତେବେଳେ ଆରମ୍ଭ ହେବ, ଏନେଇ ଚାହିଁ ବସିଛନ୍ତି ଫ୍ୟାନ୍ସ। ଫିଲ୍ମ ରିଲିଜ୍ ହେଉ ହେଉ ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଯେତେ ହେବ ତାହା ଏବେଠୁ ଆକଳନ କରି ହେଉଛି। ଦକ୍ଷିଣ ଭାରତରୁ ଉତ୍ତର, ପୂର୍ବରୁ ପଶ୍ଚିମ ସବୁଠି ‘KGF Chapter 2’କୁ ନେଇ ପ୍ରବଳ ଉତ୍ସାହ।

Advertisment

‘KGF2’କୁ ଟକ୍କର ଦେବାକୁ କାହାର ରହିଛି ହିମତ୍ ! ବଡ଼ ବଡ଼ ସିନେମା, ନିର୍ଦ୍ଦେଶକ, ପ୍ରଯୋଜନା ସଂସ୍ଥା KGF ପାଇଁ ନିଜ ଫିଲ୍ମ ରିଲିଜକୁ ଘୁଞ୍ଚାଇ ଦେଇଛନ୍ତି। KGF ଆଗରେ ବିଜନେସ୍ ଫିକା ପଡ଼ିବା ଆଶଙ୍କାରେ ରିଲିଜ୍ ଡେଟ୍ ଅନେକଙ୍କ ବାତିଲ ହୋଇଛି। ହେଲେ ଦକ୍ଷିଣ ଭାରତର ଏପରି ଏକ ସିନେମା ଯାହା ‘KGF2’ ସହ ରିଲିଜ୍ ହେବ। ‘KGF2’ ସାମ୍ନାରେ ଆଉ ଏକ ତାମିଲ ଫିଲ୍ମ ରିଲିଜ ହେବ ଯାହା ‘KGF2’କୁ କଡ଼ା ଟକ୍କର ଦେବ ବୋଲି ଚର୍ଚ୍ଚା ହେଉଛି। ଖାଲି ତାମିଲ ନୁହେଁ ହିନ୍ଦୀରେ ବି ଏହି ଫିଲ୍ମ ରିଲିଜ୍ କରାଯିବ। 

ତାମିଲର ଷ୍ଟାଇଲିସ୍ ଅଭିନେତା ଥାଲାପତି ବିଜୟଙ୍କ ‘BEAST' ଏପ୍ରିଲ ୧୩ରେ ରିଲିଜ୍ ହେବ। ଅର୍ଥାତ୍‌ ‘KGF2’ ରିଲିଜ୍‌ ହେବାର ଦିନକ ପୂର୍ବରୁ। ଏକାସଙ୍ଗେ ୨ଟି ସିନେମା ରିଲିଜ୍ ହେଉଛି। ଦକ୍ଷିଣ ଭାରତରେ ଖାଲି ନୁହେଁ ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ଏହି ଦୁଇଟି ସିନେମା ମୁହାଁମୁହିଁ ହେବେ। କାରଣ ହିନ୍ଦୀରେ ଏହି ୨ଟି ଫିଲ୍ମ ରିଲିଜ୍‌ ହେବ। ପୂର୍ବରୁ ତାମିଲ ଓ କନ୍ନଡ ଫିଲ୍ମ ଜଗତ ମଧ୍ୟରେ ଥିବା ପ୍ରତିଯୋଗିତା ସମସ୍ତେ ଜାଣନ୍ତି ଆଉ ଏବେ ଏହି ଫିଲ୍ମ ପୁଣି ଥରେ ପୁରୁଣା ସମୟର ପ୍ରତିଯୋଗିତାକୁ ଫେରାଇ ଆଣିଛି।

Advertisment

‘BEAST’ର ହିନ୍ଦୀ ନା RAW ରଖା ଯାଇଛି। ହିନ୍ଦୀ ଦର୍ଶକଙ୍କ ପାଖରେ ସିନେମାକୁ ଅଧିକ ଲୋକପ୍ରିୟ କରିବାକୁ ଫିଲ୍ମର ନାଁ ଏଭଳି ରଖା ଯାଇଥିବା ଜଣାପଡ଼ିଛି। ବିଜୟଙ୍କ ଫ୍ୟାନ୍‌ ଫଲୋର୍ସ ତାମିଲନାଡୁରେ ବେଶ୍ ରହିଛି। ରାତି ରାତି ଲୋକେ ଧାଡ଼ିରେ ଛିଡ଼ା ହୋଇ ଫିଲ୍ମ ଦେଖିଥାନ୍ତି। ତେଣୁ ‘BEAST’କୁ ସେତିକି ଲୋକପ୍ରିୟତା ମିଳିବ ଏଥିରେ କୌଣସି ସନ୍ଦେହ ନାହିଁ। ତାମିଲନାଡୁରେ ‘BEAST’ ପାଇଁ KGFକୁ କ୍ଷତି ସହିବାକୁ ପଡ଼ିପାରେ ପୋଲି କୁହାଯାଉଛି। ସେହିପରି ‘KGF’ ପାଇଁ କର୍ଣ୍ଣାଟକରେ ‘BEAST’ର ବିଜନେସ୍ ମାନ୍ଦା ପଡ଼ିବ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଉଭୟ ଫିଲ୍ମ ଦର୍ଶକଙ୍କ ପସନ୍ଦ।

କରୋନା ମହାମାରୀ ପରେ ପ୍ରଥମ ବଡ଼ ସିନେମା ଭାବେ ମାଷ୍ଟରକୁ ବଡ଼ ପରଦାରେ ରିଲିଜ୍ କରାଇଥିଲେ ବିଜୟ। ଯେଉଁ ସମୟରେ ଲୋକେ ଓଟିଟିକୁ ସିନେମାର ମାଧ୍ୟମ ଭାବି ସାରିଥିଲେ ସେହି ସମୟରେ ହଲ୍‌କୁ ଦର୍ଶକଙ୍କ ପାଖରେ ପହଞ୍ଚାଇ ଥିଲେ ବିଜୟ। ଏଥର ବି ସେହି ଡ୍ୟାସିଂ ଲୁକ୍, ଦମଦାର ଡାଇଲଗ୍ ସହ ‘BEAST’ରେ ନଜର ଆସିଛନ୍ତି ବିଜୟ। ଆତଙ୍କବାଦୀ ମାନେ ମଲ୍‌ରେ ଲୋକଙ୍କୁ ଅପହରଣ କରିକି ରଖିବା ଓ ବିଜୟ ଦ ହିରୋ, ଦ ସୋଲଜର୍ କିପରି ଲୋକଙ୍କୁ ଉଦ୍ଧାର କରୁଛନ୍ତି ଏହା ଉପରେ କାହାଣୀ ଆଧାରିତ। ବିଜୟଙ୍କ କିଛି ହିରୋଇକ୍ ଷ୍ଟଣ୍ଟ ବି ଫିଲ୍ମରେ ରହିଛି। 

KGF Chapter 2 Thalapathy Vijay KGF 2 KGF 2 Release Date KGF Chapter 2 Star Yash Film Beast
Advertisment
Advertisment