Advertisment

ମା ହେଲେ ଲେଡି କମେଡିଆନ ଭାରତୀ ସିଂହ

ମା ହୋଇଛନ୍ତି ଲେଡି କମେଡିଆନ ଭାରତୀ ସିଂହ। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ନିଜ ଇନ୍‌ଷ୍ଟାଗ୍ରାମରେ ଏହି ଖୁସି ଖବର ଦେଇଛନ୍ତି।

author-image
Pramod Behera
Bharti Singh gave birth to her first child

Bharti Singh gave birth to her first child

ମା ହୋଇଛନ୍ତି ଲେଡି କମେଡିଆନ ଭାରତୀ ସିଂହ। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ନିଜ ଇନ୍‌ଷ୍ଟାଗ୍ରାମରେ ଏହି ଖୁସି ଖବର ଦେଇଛନ୍ତି। ହର୍ଷ ଏହି ଖବର ପୋଷ୍ଟ କରୁ କରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଚି। ତାଙ୍କ ପୋଷ୍ଟ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Advertisment

ଟିଭିର ସମସ୍ତ ତାରକା ମଧ୍ୟ ହର୍ଷଙ୍କ ପୋଷ୍ଟ୍‌ ଉପରେ କ୍ରମାଗତ ମନ୍ତବ୍ୟ ଦେଇ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବର୍ତ୍ତମାନ କିଛି ଲୋକ ଅପେକ୍ଷା କରିଛନ୍ତି ଯେ କେତେବେଳେ ଭାରତୀ ଏବଂ ହର୍ଷ ନିଜ ସନ୍ତାନର ନାମ ରଖିବେ, କାରଣ ପ୍ରଶଂସକମାନେ ବର୍ତ୍ତମାନ ଜାଣିବାକୁ ଆଗ୍ରହୀ ଅଛନ୍ତି ଯେ ସେମାନଙ୍କ ପୁଅର ନାମ କ’ଣ ହେବ?

ପ୍ରକାଶଥାଉ ଯେ ଗର୍ଭାବସ୍ଥାରେ ମଧ୍ୟ ଭାରତୀ କ୍ରମାଗତ ଭାବରେ କାମ କରୁଥିବା ଦେଖାଯାଇଥିଲେ। ସେ ଲାଇଭ୍ ଆସି ତାଙ୍କ ଡେଲିଭରୀକୁ ନେଇ ଚାଲିଥିବା ମିଥ୍ୟା ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ ଏକ ଶିଶୁ କନ୍ୟାର ମା’ ହେବାର ଖବରକୁ ଖଣ୍ଡନ କରିଛନ୍ତି। ସେ ଲାଇଭ୍ ଆସିଥିଲେ ଏବଂ କହିଥିଲେ, 'ମୁଁ ଏପର୍ଯ୍ୟନ୍ତ ମା ହୋଇ ନାହିଁ, ମୋର ଘନିଷ୍ଠ ଲୋକମାନେ ମୋତେ ଅଭିନନ୍ଦନ ଜଣାଇବା ପାଇଁ ମେସେଜ୍ କରୁଛନ୍ତି। କୁହାଯାଉଛି ଯେ ମୁଁ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛି, କିନ୍ତୁ ଏହା ସତ୍ୟ ନୁହେଁ।”

Advertisment

ସେ ଆହୁରି ମଧ୍ୟ କହିଥିଲେ ଯେ 'ମୁଁ ଖତରା ଖତରା ସେଟ୍‌ରେ ଅଛି। ୧୫-୨୦ ମିନିଟ୍‌ର ଏକ ବିରତି ମିଳିଛି, ତେଣୁ ମୁଁ ଲାଇଭ୍ ଆସି ଏ କଥାକୁ ସ୍ପଷ୍ଟ କରିବାକୁ ଚେଷ୍ଟା କଲି ଯେ ମୁଁ ଏପର୍ଯ୍ୟନ୍ତ କାମ କରୁଛି। ମୁଁ ଭୟଭୀତ, ମୋର ଧାର୍ଯ୍ୟ ତାରିଖ ପାଖେଇ ଆସିଛି। ମୁଁ ଏବଂ ହର୍ଷ ପିଲାକୁ ନେଇ କଥାବାର୍ତ୍ତା ହେଉ, ଏହା କିପରି ହେବ? କିନ୍ତୁ ଏ କଥା ନିଶ୍ଚିତ ଯେ ସେ ବହୁତ ମଜାଳିଆ ହେବ, କାରଣ ଆମେ ଦୁହେଁ ମଜାଳିଆ।

Entertainment
Advertisment
Advertisment