Advertisment

ପ୍ରଭାସଙ୍କ ‘ଆଦିପୁରୁଷ’ ବିଦେଶରେ ଚର୍ଚ୍ଚା; ହଲିଉଡ୍‌ରେ ହେବେ ସୁପର୍‌ହିରୋ

ହଲିଉଡ୍‌ର ଏକ ମେଗା ବଜେଟ୍ ଫିଲ୍ମରେ ସୁପର୍‌ହିରୋ ଭାବେ କାମ କରିବେ ପ୍ରଭାସ। ‘ଆଦିପୁରୁଷ’ର ପୋଷ୍ଟ୍‌ ପ୍ରଡକ୍ସସନ୍ ପରେ ଏକ ପୁରୁଣା ହଲିଉଡ୍ ଷ୍ଟୁଡିଓ ପ୍ରଭାସଙ୍କ ସହ ସଂପର୍କ କରିଥିବା ସୂଚନା ମିଳିଛି।

author-image
Pramod Behera
ଅଦ୍ୟତନ ହୋଇଛି
Hollywood studios keen to lock Prabhas for the franchise of a superhero

Hollywood studios keen to lock Prabhas for the franchise of a superhero

ଦକ୍ଷିଣ ଭାରତୀୟ ତାରକାଙ୍କ ଚକ୍‌ମା କେବଳ ଅନ୍ୟ ରାଜ୍ୟ ନୁହେଁ ବିଦେଶୀମାଙ୍କୁ ମଧ୍ୟ ମୋହିତ କଲାଣି। ହଲିଉଡ୍ ଏବେ ଦକ୍ଷିଣ ଭାରତୀୟ ତାରକାଙ୍କ ମୋହରେ ବି ପଡିଲାଣି। ଭାରତୀୟ ବଜାର ହିସାବରେ ନିଜ ଫିଲ୍ମର କାହାଣୀ ଚୟନରେ ହଲିଉଡ୍ ଷ୍ଟୁଡିଓ ହିନ୍ଦି ଫିଲ୍ମ ତାରକାଙ୍କୁ ପୂର୍ବରୁ ସୁଯୋଗ ଦେଇଛି।

Advertisment

ବର୍ତ୍ତମାନ ପ୍ରଥମ ଥର ପାଇଁ ଏହାର ଧ୍ୟାନ ଦକ୍ଷିଣ ଭାରତୀୟ ସିନେମା ଆଡକୁ ଯାଇଛି। ସବୁ କିଛି ଯଦି ଠିକ ଠାକ୍ ଚାଲେ ତେବେ ତେବେ ‘ବାହୁବଳୀ’ ସୁପରଷ୍ଟାର ପ୍ରଭାସ ନିଜର ଆଗାମୀ ଅଖିଳ ଭାରତୀୟ ଫିଲ୍ମ ‘ଆଦିପୁରୁଷ’ର ରିଲିଜ୍ ହେବା ପୂର୍ବରୁ ହଲିଉଡ୍‌ର ଏକ ମେଗା ବଜେଟ୍ ଫିଲ୍ମରେ ସୁପରହିରୋ ଭାବେ କାମ କରିବା ଆରମ୍ଭ କରିବେ।

ନିଜର ଫିଲ୍ମ ‘ରାଧେଶ୍ୟାମ’ର ବିଫଳତା ପରେ ସାର୍ବଜନୀନ କାର୍ଯ୍ୟକ୍ରମରେ ପ୍ରଭାସ ବହୁ କମ ନଜର ଆସୁଛନ୍ତି। କିନ୍ତୁ ସେ ଏନେଇ ଦୁଖିତ ମଧ୍ୟ ନୁହନ୍ତି। ତାଙ୍କ ହାତରେ ଏବେ ବି ଭାରତୀୟ ସିନେମାର ମେଗା ବଜେଟ୍ ଫିଲ୍ମର କାମ ରହିଛି। ସେ ଏବେ ଅମିତାଭ ବଚ୍ଚନ ଓ ଦୀପିକା ପାଦୁକୋନ୍‌ଙ୍କ ସହ ମିଶି ନିର୍ଦ୍ଦେଶକ ନାଗ ଅଶ୍ୱିନ୍‌ଙ୍କ ଫିଲ୍ମରେ କାମ କରୁଛନ୍ତି। ଫିଲ୍ମ ‘କେଜିଏଫ୍’ର ନିର୍ଦ୍ଦେଶକ ପ୍ରଶାନ୍ତୁ ନୀଲ୍‌ଙ୍କ ସହ ତାଙ୍କର ଫିଲ୍ମ ‘ସାଲାର’ର ପୋଷ୍ଟ ପ୍ରଡକ୍ସନ୍‌ କାମ ମଧ୍ୟ ଜୋରସୋର୍ ଚାଲିଛି। ଏହା ଛଡା ତାଙ୍କ ହାତରେ ନିର୍ଦ୍ଦେଶକ ସନ୍ଦୀପ ୱାଙ୍ଗା ରେଡ୍ଡୀଙ୍କ ଏକ ଫିଲ୍ମ ମଧ୍ୟ ଅଛି।

Advertisment

ବର୍ତ୍ତମାନ ପ୍ରଭାସଙ୍କ ଯେଉଁ ଫିଲ୍ମକୁ ଦେଶ ଛଡା ବିଦେଶର ଅପେକ୍ଷା ରହିଛି ତାହା ହେଲା ‘ଆଦିପୁରୁଷ’। ସବୁଠାରୁ ବଡ କଥା ହେଉଛି ଏହି ଫିଲ୍ମରେ ବୀର ରାମଙ୍କ ଯେଉଁ ରୂପ ପ୍ରଭାସ ଧରିଛନ୍ତି ତାହାର ଚର୍ଚ୍ଚା ହଲିଉଡ୍ ପର୍ଯ୍ୟନ୍ତ ମଧ୍ୟ ଚାଲିଯାଇଛି। ନିର୍ଦ୍ଦେଶକ ଓମ୍ ରାଓତଙ୍କ ଏହି ଫିଲ୍ମରେ ପ୍ରଭାସଙ୍କ ରୂପ ତାଙ୍କର ‘ବାହୁବଳୀ’ ଅବତାର ଠାରୁ ବି ବିଶାଳ ଲାଗୁଛି।

ଏହି ଫିଲ୍ମ ପାଇଁ ପ୍ରଭାସ ଖୁବ ପରିଶ୍ରମ ମଧ୍ୟ କରିଛନ୍ତି। ତେବେ ଏହା ପ୍ରଥମ ହିନ୍ଦି ଫିଲ୍ମ ହେବ ଯାହା ଦେଶର ସବୁ ମୁଖ୍ୟ ଭାଷା ସହିତ ଦୁନିଆର ସେହି ସବୁ ଦେଶର ଭାଷାରେ ଡବ୍ ହେବାକୁ ଯାଉଛି, ଯେଉଁଠି ଭଗବାନ ରାମଙ୍କ କୌଣସି ନା କୌଣସି ରୂପରେ ପରମ୍ପରା ଭାବେ ଚାଲୁଛି।

‘ଆଦିପୁରୁଷ’ର ପୋଷ୍ଟ୍‌ ପ୍ରଡକ୍ସସନ୍ ଟିମ୍‌କୁ ମିଳିଥିବା ଇନ୍‌ପୁଟ୍ ପରେ ଏକ ପୁରୁଣା ହଲିଉଡ୍ ଷ୍ଟୁଡିଓ ପ୍ରଭାସଙ୍କ ସହ ସଂପର୍କ କରିଥିବା ସୂଚନା ମିଳିଛି। ଷ୍ଟୁଡିଓ ତରଫରୁ ଏ ବିଷୟରେ ସେମିତି କିଛି କୁହାଯାଇ ନଥିଲେ ବି ବିଶେଷ ସୂତ୍ରରୁ ଜଣାପଡୁଛି ଯେ ଏହି ଫିଲ୍ମରେ ପ୍ରଭାସଙ୍କୁ ଏକ ଏସିଆନ୍ ସୁପର୍‌ହିରୋ ହେବାର ପ୍ରସ୍ତାବ ମିଳିଛି। ମାର୍ବଲ ଷ୍ଟୁଡିଓଜ୍‌ର ପୂର୍ବ ଫିଲ୍ମ ‘ଇଟର୍ନଲ୍ସ’ରେ ଏମିତି ଏକ ଭୂମିକାକୁ ପ୍ରଦର୍ଶନ କରାଯାଇଥିଲା ଯାହା ହିନ୍ଦି ଫିଲ୍ମର ସୁପର୍‌ହିରୋ ଭାବେ କାମ କରୁଥିଲା।

Prabhas Bollywood Adipurush
Advertisment
Advertisment