• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Aryan Khan Release
୨୭ ଦିନ ପରେ ମୁକୁଳିଲେ ଆର୍ୟନ

କଡ଼ା ସୁରକ୍ଷା ବ୍ୟବସ୍ଥାରେ ଆର୍ଥୁର ରୋଡ୍ ଜେଲରୁ ‘ରେଞ୍ଜ ରୋଭର’ରେ ବସି ମନ୍ନତ ଫେରୁଛନ୍ତି ଆର୍ୟନ ଖାନ। ମୁମ୍ବାଇ କ୍ରୁଜ୍ ପାର୍ଟିରେ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିଲେ ଶାହରୁଖ ଖାନଙ୍କ ପୁଅ.. ଅକ୍ଟୋବର ୨ ରାତିରେ ଗିରଫ ହୋଇ ଜେଲରେ ଥିଲେ.. ୨୭ ଦିନ ପରେ ମାଆ, ବାପାଙ୍କ ପାଖକୁ ଫେରୁଛନ୍ତି

Actor Yusuf Hussain
ଫିଲ୍ମ ଇଣ୍ଡଷ୍ଟ୍ରିରେ ପୁଣି ଶୋକର ଛାୟା:ବରିଷ୍ଠ ଅଭିନେତା ୟୁସୁଫ୍ ହୁସେନ୍‌ଙ୍କ ପରଲୋକ

ବଲିଉଡ୍‌ର ବରିଷ୍ଠ ଅଭିନେତା ୟୁସୁଫ୍ ହୁସେନ୍‌ଙ୍କ ପରଲୋକ ହୋଇଛି। ଆଜି ଭୋର ସମୟରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ।

ShahRukh Khan
ଶାହାରୁଖଙ୍କ ସହ ଫିଲ୍ମ ସୁଟିଂ କରିବାକୁ ମନା କଲେ ଏ ଅଭିନେତ୍ରୀ, କାହିଁକି?

କିଙ୍ଗଖାନ୍‌ ଶାହାରୁଖ୍‌ଙ୍କ ସହ ଅଭିନୟ କରିବାକୁ ରାଜି ହେଉ ନାହାନ୍ତି ହିରୋଇନ୍‌। ଏବେ ଚିନ୍ତାରେ ପ୍ରଯୋଜକ ଓ ନିର୍ଦ୍ଦେଶକ।

Juhi Chawla
ଆର୍ୟନ୍‌ଙ୍କ ପାଇଁ ଜୁହି ଚାୱଲା ଦେଲେ ଏକ ଲକ୍ଷ ଟଙ୍କାର ବଣ୍ଡ

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ଆର୍ୟନ୍‌ ଖାନ୍‌ଙ୍କୁ ଜାମିନ ମିଳିସାରିଛି । ଅଭିନେତ୍ରୀ ଜୁହି ଚାୱଲା ତାଙ୍କ ପାଇଁ ଏକ ଲକ୍ଷ ଟଙ୍କାର ବେଲ୍‌ ବଣ୍ଡ ଦାଖଲ ମଧ୍ୟ କରିଛନ୍ତି । କୁହାଯାଏ ସାହରୁଖଙ୍କର ଭଲ ବନ୍ଧୁ ହେଉଛନ୍ତି ଜୁହି ଚାୱଲା ।

Madhaban's son
ପୁଅ ହେବ ତ ଏମିତି

ଅଭିନେତା ମାଧବନଙ୍କ ନାଁ ରଖିଲେ ପୁଅ ବେଦାନ୍ତ । ବେଦାନ୍ତଙ୍କ ପାଇଁ ବାପାଙ୍କ ଛାତି ଏବେ କୁଣ୍ଢେମୋଟ ହୋଇ ପଡିଛି । ହେଲେ ପୁଅ ବେଦାନ୍ତ କୌଣସି ଫିଲ୍ମରେ ଡେବ୍ୟୁ କରିନାହାନ୍ତି କି ତାଙ୍କୁ ବଲିଉଡ୍ କି ସାଉଥ୍‌ର ବଡ ଫିଲ୍ମରେ ରୋଲ୍ ବି ମିଳିନି । ହେଲେ ପୁଅ ଯାହା କରିଦେଖାଇଛନ୍ତି ତାହା, ଯିଏ ଶୁଣୁଛି ବାରମ୍ବାର ପ୍ରଶଂସା କରିବାରେ ଲାଗିଛି ।

Film Release in OTT
ଏ ସପ୍ତାହ ସିନେ ପ୍ରେମୀଙ୍କୁ ଭରପୁର ମନୋରଞ୍ଜନ କରିବ

ସିନେ ପ୍ରେମୀଙ୍କ ଏହି ସପ୍ତାହରେ ମିଳିବ ଭରପୁର ମନୋରଞ୍ଜନ। ଦୀର୍ଘ ଦିନର ବ୍ୟବଧାନ ପରେ ଦୁଇଟି ବହୁ ପ୍ରତିକ୍ଷିତ ଫିଲ୍ମ୍ ରିଲିଜ୍ ହେବାକୁ ଯାଉଛି। ଆସନ୍ତାକାଲି ଓଟିଟିରେ ରିଲିଜ୍ ହେଉଛି ଦୁଇଟି ହିନ୍ଦୀ ଫିଲ୍ମ୍। ରାଜକୁମାର ରାଓଙ୍କ 'ହମ୍ ଦୋ, ହମାରେ ଦୋ' ଏବଂ ଇମ୍ରାନ୍ ହାସିମୀଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ଦେବ୍ବୁକ୍'। ଉଭୟ ଫିଲ୍ମ୍ କରୋନା କଟକଣା ଯୋଗୁଁ ବଡ଼ ପରଦାରେ ରିଲିଜ୍ ହୋଇ ପାରି ନ ଥିଲା। ଦୁଇଟି ଯାକ ସିନେମା ଦର୍ଶକଙ୍କୁ ଅଲଗା ସ୍ଵାଦ ଦେବ।

Akshay Kumar praises Suniel Shetty son Ahan
ଭାଇରାଲ ହେଉଛି ଅକ୍ଷୟ କୁମାରର ଟ୍ୱିଟ୍; ଜାଣନ୍ତୁ କ’ଣ କହିଲେ

ଭାଇରାଲ ହେଉଛି ଖିଲାଡି କୁମାର ଅକ୍ଷୟ କୁମାରର ଏକ ଟ୍ୱିଟ୍। କଥା କଣ କି ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ ସେଟ୍ଟୀ ଅଭିନେତ୍ରୀ ତାରା ସୁତାରିଆଙ୍କ ସହିତ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି। ବର୍ତ୍ତମାନ ତାଙ୍କ ଫିଲ୍ମ ‘ତଡପ’ର ଟ୍ରେଲର ରିଲିଜ୍ ହୋଇଛି। ଏହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ଏହି ଅବସରରେ ସୁନୀଲ୍ ସେଟ୍ଟୀଙ୍କ ବନ୍ଧୁ ଅଭିନେତା ଅକ୍ଷୟ କୁମାର ଅହାନଙ୍କ ପ୍ରଦର୍ଶନକୁ ନେଇ ଖୁବ ତାରିଫ କରିଛନ୍ତି। ତାଙ୍କର ଏହି ଟ୍ୱିଟ୍ ଖୁବ ଭାଇରାଲ ହେବାରେ ଲାଗିଛି।

Madhavan's son wins 7 medals in swimming
ବାପା ଅଭିନେତା, ପୁଅ ସୁଇମର୍

ସୁଇମିଂକୁ ନିଜ ପେସା କରିଛନ୍ତି ଅଭିନେତା ଆର. ମାଧବନଙ୍କ ପୁଅ ବେଦାନ୍ତ । ଜାତୀୟ ଜୁନିଅର୍ ଆକ୍ୱାଟିକ୍ ଚାମ୍ପିଅନସିପ୍ରେ ଜିତିଛନ୍ତି ୭ ମେଡାଲ । ବେଦାନ୍ତଙ୍କୁ ଇଣ୍ଟରନେଟରେ ଛୁଟୁଛି ପ୍ରଶଂସାର ସୁଅ

Aryan Khan
ଆର୍ୟନ୍‌ ଖାନଙ୍କୁ ମିଳିଲା ଜାମିନ୍‌, ୨୬ ଦିନ ପରେ ଜାମିନ ମଞ୍ଜୁର

ଆର୍ୟନ୍‌ ଖାନଙ୍କୁ ମିଳିଲା ଜାମିନ୍‌ । ବମ୍ବେ ହାଇକୋର୍ଟ ଦେଲେ ଜାମିନ୍‌ । ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ମିଳିଲା ଜାମିନ୍ । ୩ ଦିନର ମାରାଥନ ଶୁଣାଣି ପରେ ମିଳିଲା ଜାମିନ୍‌ ।

Actress Esha Gupta
କହୁ କହୁ କହିଦେଲେ-‘ପ୍ରଡ୍ୟୁସରଙ୍କ ସହ ଶୋଇବାକୁ ମନା କରିବାରୁ ଫିଲ୍ମରୁ ବାହାର କରିଦେଲେ’

‘ଶୁଟିଂ ମଝିରେ ପ୍ରଡ୍ୟୁସର ଆସି କହିଲେ ମୋ ସହ କାମ କରିବାକୁ ଚାହୁଁ ନାହାନ୍ତି। କାରଣ ଥିଲା ମୁଁ ତାଙ୍କ ସହ ଶୋଇବାକୁ ମନା କରି ଦେଇଥିଲି।’ ଏକ ସାକ୍ଷାତକାର ବେଳେ ଇଣ୍ଡଷ୍ଟ୍ରିର ଡାର୍କ ସିକ୍ରେଟ୍‌ ସମ୍ପର୍କରେ ଏଭଳି କିଛି ଖୁଲାସା କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଇଶା ଗୁପ୍ତା।

Aryan Khan
ଆଜି ନ ମିଳିଲେ ଅଡ଼ୁଆ..

ଆଜି ଆର୍ୟନ ଖାନଙ୍କୁ ମିଳିବ କି ଜାମିନ୍ ? ବମ୍ବେ ହାଇକୋର୍ଟରେ ଆଜି ତୃତୀୟ ଦିନ ପାଇଁ ଆର୍ୟନଙ୍କ ଜାମିନ୍ ଆବେଦନର ଶୁଣାଣି ହେବ..ଆସନ୍ତା ୨୯ ତାରିଖ ଯାଏ ଯଦି, ଆର୍ୟନଙ୍କୁ ଜାମିନ୍ ନମିଳେ ତେବେ ଏହି ମାମଲା ପୁଣି ଥରେ ନଭେମ୍ବର ୧୫କୁ ଘୁଞ୍ଚିବ

Katrina Kaif Marriage
ଏଇ ଡିସେମ୍ବରରେ ବାହା ହେବେ ବଲିଉଡର ବାର୍ବି ଗାର୍ଲ କ୍ୟାଟ୍ରିନା କୈଫ୍‌

ଏଇ ଡିସେମ୍ବରରେ ବାହା ହେବେ ବାର୍ବି ଗାର୍ଲ କ୍ୟାଟ୍ରିନା କୈଫ୍‌? ବଲିଉଡର ଏହି ଯୋଗ୍ୟ ବ୍ୟକ୍ତିଙ୍କୁ କରିବେ ବିବାହ। ଏମିତି ଚର୍ଚ୍ଚା ଜୋର ଧରିଥିବା ବେଳେ ବାହାଘର ପାଇଁ କିଣା ସରିଲାଣି ପୋଷାକ ।

Aryan Khan and Munmun Dhamecha
ବାହାରି ପାରିଲେନି ଆର୍ୟନ, ପୁଣି ଜେଲରେ କଟିବ ଦିନ

ଆଜି ବି ଝୁଲିଲା ଆର୍ୟନ ଖାନ୍‌ଙ୍କ ଜାମିନ୍ ଆବେଦନ । ବମ୍ବେ ହାଇକୋର୍ଟରେ ଦ୍ୱିତୀୟ ଦିନ ପାଇଁ ଜାମିନ୍ ଆବେଦନର ଶୁଣାଣି ହୋଇଥିଲା । ଯାହାକୁ ଆସନ୍ତାକାଲିକୁ ଘୁଞ୍ଚାଇଛନ୍ତି ବମ୍ବେ ହାଇକୋର୍ଟ । ଆସନ୍ତା ୨୯ ତାରିଖ ଯାଏଁ ଯଦି ଆର୍ୟନଙ୍କୁ ଜାମିନ୍ ନମିଳେ, ତେବେ ଏହି ମାମଲା ପୁଣି ଥରେ ନଭେମ୍ବର ୧୫କୁ ଘୁଞ୍ଚିବ ।

Sardar Udham
ଓସ୍କାର ରେସ୍‌ରୁ ହଟିଲା ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ’

ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ହିନ୍ଦୀ ଫିଲ୍ମ ସର୍ଦ୍ଦାର ଉଦ୍ଧମ । ଭାରତୀୟ ଜୁରୀ ସର୍ଦ୍ଦାର ଉଦ୍ଧମ ଫିଲ୍ମଙ୍କୁ ଚୟନ ପ୍ରକ୍ରିୟାରୁ ବାଦ୍ ଦେଇଛନ୍ତି । ଆଉ ଏବେ ଏହାକୁ ନେଇ ତେଜିଛି ବିବାଦ । ଫିଲ୍ମରେ ବ୍ରିଟିଶରଙ୍କ ପ୍ରତି ଭାରତୀୟଙ୍କ ହିଂସା ଓ ଘୃଣା ମନୋଭାବ ଦର୍ଶାଯାଇଥିବାରୁ ଏହାକୁ ବାଦ୍ ଦିଆଯାଇଥିବା କହିଛନ୍ତି ଜୁରି ଇଦ୍ରଜିତ ଦାସଗୁପ୍ତା ।

sardar udham
ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ହିନ୍ଦୀ ଫିଲ୍ମ ସର୍ଦ୍ଦାର ଉଦ୍ଧମ

ଭାରତୀୟ ଜୁରୀ ସର୍ଦ୍ଦାର ଉଦ୍ଧମ ଫିଲ୍ମଙ୍କୁ ଚୟନ ପ୍ରକ୍ରିୟାରୁ ବାଦ୍ ଦେଲେ। ଓସ୍କାର ଦୌଡ଼ରୁ ବାଦ୍ ପଡ଼ିବା ପରେ ତେଜିଲା ବିବାଦ । ସୋସିଆଲ୍ ମିଡିଆରେ ଲୋକଙ୍କ ଜୋରଦାର ବିରୋଧ

Aryan Khan
ଶୁଣାଣି ବନ୍ଦ ରହୁ କହିଲେ ଆର୍ୟନ୍‌ଙ୍କ ଓକିଲ

ଆର୍ୟନ୍‌ଙ୍କ ଓକିଲ କହିଲେ ଶୁଣାଣି ବନ୍ଦ କରାଯାଉ । ବାରମ୍ବାର ଏଭଳି କୋର୍ଟ ଟ୍ରାଏଲରୁ ଆର୍ୟନଙ୍କ ବିରତ ରଖାଯାଉ । ଯାହା ସମସ୍ତଙ୍କୁ ଚକିତ କରିଛି ।

mr and mrs Sura Routray
ସୁର-ମାନି ଲଭ୍ ଷ୍ଟୋରୀକୁ ନେଇ ଆଲବମ୍

ସୁବୁବେଳେ ଚର୍ଚ୍ଚାରେ ରହୁଥିବା ବହୁ ଲୋକପ୍ରିୟ ବିଧାୟକ ସୁର ରାଉତରାୟ ଏବେ ପୁଣି ଚର୍ଚ୍ଚାରେ.. ଖୁବଶୀଘ୍ର ଆସୁଛି ସୁର ରାଉତରାୟ ଏବଂ ତାଙ୍କ ଧର୍ମପତ୍ନୀ ମାନି ରାଉତରାୟଙ୍କ ପ୍ରେମକାହାଣୀକୁ ନେଇ ଏକ ନୂଆ ଓଡ଼ିଆ ଆଲବମ୍ ‘ମାନି ଆଇ ଲଭ୍ ୟୁ’.. ଯେଉଁଥିରେ ଖୋଦ୍ ସୁର ଓ ମାନିଙ୍କ କେମିଷ୍ଟ୍ରୀ ଦେଖିବାକୁ ମିଳିବ.. ଆଉ ସୁରଙ୍କ ଅନ୍ଦାଜରେ ସେ ମାନିକୁ ପ୍ରେମ ନିବେଦନ ବି କରିବେ..ଏବେ ଏହି ଓଡ଼ିଆ ଆଲବମର ଡବିଂ ଚାଲିଥିବା ବେଳେ ଖୁବଶୀଘ୍ର ଏହା ରିଲିଜ୍ ହେବ ।

Ranbir Kapoor wedding with Alia Bhatt
ଇଟାଲୀରେ ବାହାହେବେ ଆଲିଆ-ରଣବୀର

ବିବାହ ଋତୁ ଆରମ୍ଭ ହୋଇଯାଇଛି। ବିହାହ ଋତୁର ଆରମ୍ଭରେ ବଲିଉଡର ପ୍ରେମଯୋଡିକୁ ନେଇ ଚର୍ଚ୍ଚା ଜୋର ଧରିଛି। ବଲିଉଡ ଅବିନେତ୍ରୀ କାଟ୍ରୀନା କୈଫ୍ ଓ ଭିକୀ କୌଶଳଙ୍କ ବିବାହକୁ ନେଇ ଚର୍ଚ୍ଚା ଥିବା ବେଳେ ଏବେ ସେଥିରେ ଯୋଡି ହୋଇଯାଇଛି ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଯୋଡି। ଏହି ଦୁହିଁଙ୍କର ବିବାହକୁ ନେଇ ଏମିତି ଏକ ଖବର ସାମ୍ନାକୁ ଆସୁଛି ଯାହା ଜାଣିବା ପରେ ତାଙ୍କ ପ୍ରଶଂସକମାନଙ୍କ ମନରେ ଖୁସୀର ଲହରୀ ଖେଳିଯିବ। ଗତ କିଛି ଦିନ ହେବ ଆଲିଆ-ରଣବୀରଙ୍କ ବିବାହ ଖବର ଖୁବ ଚର୍ଚ୍ଚାରେ ରହିଆସିଛି।

ShahRukh Khan
ପାକିସ୍ତାନରୁ ଶାହାରୁଖଙ୍କ ପାଖକୁ ଆସିଲା ବଡ଼ ଅଫର୍‌... ପଳାଇ ଆସ ଆମ ଦେଶକୁ...

ଶାହାରୁଖଙ୍କ ପାଖକୁ ସୀମା ପାରରୁ ଆସିଲା ବଡ଼ ଅଫର୍‌। ପାକିସ୍ତାନୀ ଆଙ୍କର କହିଲେ, ମୋଦି ସରକାର ଆପଣଙ୍କୁ ବହୁତ ହଇରାଣ ହରକତ କରୁଛନ୍ତି। ପୂରା ପରିବାର ନେଇ ଚାଲି ଆସନ୍ତୁ ପାକିସ୍ତାନକୁ।

Aryan Khan
ଛିଣ୍ଡୁନି ଆର୍ୟନଙ୍କ ଅଡ଼ୁଆ, ବଢ଼ୁଛି ସମୀର ୱାଙ୍ଖଡ଼େଙ୍କ ନାଁରେ ବିବାଦ

ପୁଣି ଝୁଲିଲା ଆର୍ୟନ ଖାନଙ୍କ ଜାମିନ ଶୁଣାଣି । ବମ୍ବେ ହାଇକୋର୍ଟରେ ଆଜି ଆର୍ୟନଙ୍କ ଜାମିନ ଶୁଣାଣି ହୋଇଥିବା ବେଳେ ତାହା ଅସମାପ୍ତ ରହିଛି । ଆସନ୍ତାକାଲି ଅପରାହ୍ନ ସାଢେ ୨ଟାରେ ପୁଣି ଥରେ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ହେବ ।

Why actors scare from salman khan to beat him during shooting
ସଲମାନଙ୍କୁ ପିଟିବାକୁ କାହିଁକି ଡରନ୍ତି ସହ କଳାକାର

ସଲମାନ ଖାନଙ୍କ ଫିଲ୍ମ ‘ଅନ୍ତିମ’ର ଟ୍ରେଲର ରିଲିଜ୍ ହୋଇଛି। ଆୟୁଷ ଶର୍ମାଙ୍କ ସହିତ ତାଙ୍କର ଏହି ଫିଲ୍ମ ନଭେମ୍ବର ୨୬ରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମରେ ସଲମାନ ଖାନ୍ ଏକ ଆକ୍ସନ ଅବତାରରେ ନଜର ଆସିବେ। ଏଥିରେ ତାଙ୍କ ଟକ୍କର ଆୟୁଷ ଶର୍ମାଙ୍କ ସହିତ ହେବ। ଉଭୟଙ୍କର ଏକ ଫାଇଟିଂ ସିନ୍‌ ଏବେ ଲୋକପ୍ରିୟ ହେବାରେ ଲାଗିଛି। କିନ୍ତୁ ଆୟୁଷ ଶର୍ମାଙ୍କ ପାଇଁ ଏହି ଫାଇଟ୍ ସିନ୍ ସଲମାନଙ୍କ ସହିତ କରିବା ସହଜ ନ ଥିଲା। ଏହି ସୂଚନା ନିଜେ ଆୟୁଷ ଶର୍ମା ଫିଲ୍ମର ଟ୍ରେଲର ରିଲିଜ୍ ହେବା ସମୟରେ ଦେଇଛନ୍ତି।

Rajinikanth received Dada Saheb falke award
ବସ୍ କଣ୍ଡକ୍ଟରରୁ ଦାଦା ସାହେବ ଫାଲ୍‌କେ ପୁରସ୍କାର ପର୍ଯ୍ୟନ୍ତ ରଜନୀକାନ୍ତଙ୍କ ଲମ୍ବା ଯାତ୍ରା

ସୁପରଷ୍ଟାର ରଜନୀକାନ୍ତଙ୍କୁ ଭାରତୀୟ ସିନେମାର ସବୁଠାରୁ ବଡ ସମ୍ମାନ ‘ଦାଦା ସାହେବ ଫାଲ୍‌କେ ଆୱାର୍ଡ’ ମିଳିଛି। ୬୭ତମ ଜାତୀୟ ଫିଲ୍ମ ପୁରସ୍କାର ସମାରୋହରେ ସାମିଲ ହୋଇ ରଜନୀକାନ୍ତ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହି ପୁରସ୍କାରକୁ ସେ ଦେଶର ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁଙ୍କ ଠାରୁ ଗ୍ରହଣ କରିଛନ୍ତି। ଏହି ପୁରସ୍କାରକୁ ଗ୍ରହଣକରି ରଜନୀକାନ୍ତ ନିଜ ଗୁରୁ ବାଲାଚନ୍ଦର, ଭାଇ ସତ୍ୟନାରାୟଣ ଗାୟକୱାଡ୍ ଓ ତାଙ୍କର ସବୁଠାରୁ ଭଲ ବନ୍ଧୁ ରାଜ ବାହାଦୂରଙ୍କୁ ସମର୍ପଣ କରିଛନ୍ତି।

Rajinikanth
67th National Film Awards: ମେଗାଷ୍ଟାର୍‌ ରଜନୀକାନ୍ତ, ଧନୁଷ, କଙ୍ଗନା ଓ ମନୋଜ ବାଜପେୟୀ ସମ୍ମାନିତ

ଦିଲ୍ଲୀରେ ବିଜ୍ଞାନ ଭବନରେ ଆୟୋଜିତ ୬୭ତମ ଜାତୀୟ ଫିଲ୍ମ ପୁରସ୍କାର ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗାଷ୍ଟାର ରଜନୀକାନ୍ତଙ୍କୁ ୫୧ତମ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରିଛନ୍ତି।  

Bunty Aur Babli-2 official trailer release
‘ବଣ୍ଟି ଔର୍ ବବଲୀ ୨’ ଟ୍ରେଲର ରିଲିଜ୍ : ନୂଆ ପୁରୁଣା ଭିତରେ ହେବ ଲଢେଇ

ହିନ୍ଦୀ ଫିଲ୍ମ ‘ବଣ୍ଟି ଔର୍ ବବଲୀ ୨’ ର ଟ୍ରେଲର ରିଲିଜ୍ ହୋଇଯାଇଛି। ଏଥିରେ ସୈଫ୍ ଅଲ୍ଲୀ ଖାନ୍, ରାନୀ ମୁଖାର୍ଜୀ, ସିଦ୍ଧାନ୍ତ ଚତୁର୍ବେଦୀ ଓ ଶରବରୀଙ୍କ ମଧ୍ୟରେ ମଜାଦାର ଲଢେଇ ଦେଖିବାକୁ ମିଳିବ। ସବୁଠାରୁ ମଜା କଥା ହେଲା ଏଥିରେ ଦୁଇ ହଳ ବଣ୍ଟି-ବବଲୀଙ୍କୁ ଦେଖିବାକୁ ମିଳିବ। ‘ବଣ୍ଟି ଔର୍ ବବଲୀ ୨’ ଏକ ପାରିବାରିକ ଫିଲ୍ମ ହୋଇଥିବା ବେଳେ ଏହା ସମସ୍ତଙ୍କୁ ହସେଇ ହସେଇ ବେଦମ କରିବ। ୟଶ ରାଜ୍‌ ଫିଲ୍ମ ବ୍ୟାନରରେ ତିଆରି ହୋଇଥିବା ଏହି ଫିଲ୍ମ ଦିପାବଳୀ ଅବସରରେ ରିଲିଜ୍ ହେବ।

Priyanka Chopra education struggle
ଏହି କାରଣରୁ ପ୍ରିୟଙ୍କାଙ୍କ ପାଠ ପଢା ଅଧା ରହିଗଲା

ବଲିଉଡର ସଫଳ ନାୟିକାମାନଙ୍କ ତାଲିକା ଦେଖିଲେ ପ୍ରିୟଙ୍କା ଚୋପ୍ରା ବାଦ ପଡିବେ ନାହିଁ। ଖାଲି ବଲିଉଡ୍ ନୁହେଁ ପ୍ରିୟଙ୍କା ହଲିଉଡ୍‌ରେ ମଧ୍ୟ ନିଜର ଏକ ଶକ୍ତ ପରିଚୟ ତିଆରି କରି ସାରିଲେଣି। ତେବ ସଫଳତା ସିଡିର ଏହି ସ୍ଥାନରେ ପହଞ୍ଚିବା ନେଇ ତାଙ୍କୁ କମ ପରିଶ୍ରମ କରିବାକୁ ପଡିନି। କୁହାଯାଏ ଯେ ପ୍ରିୟଙ୍କାଙ୍କ ପିଲାଦିନ ବହୁ ସଂଘର୍ଷମୟ ଥିଲା। ତାଙ୍କ ବାପା-ମାଆ ଉଭୟ ଆର୍ମି ଡାକ୍ତର ଥିଲେ। ଏହି କାରଣରୁ ତାଙ୍କ ପକ୍ଷେ ଗୋଟିଏ ସହରରେ ରହି ପାଠ ପଢିବା ସମ୍ଭବ ନ ଥିଲା।